୧୯ ବର୍ଷ ପରେ ଶନି ଫେରୁଛନ୍ତି ନିଜ ଘରକୁ, ଏହି ୩ଟି ରାଶି ରୁହନ୍ତୁ ସାବଧାନ, ବଦଳିପାରେ ଆପଣଙ୍କ ଭାଗ୍ୟ

ଆମେ ଜାଣିଛୁ ଆମ ଜୀବନରେ ଯାହା ଘଟଣା ଘଟେ ତାହା ଗ୍ରହମାନଙ୍କ ଉପରେ ନିର୍ଭର କରେ । ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ଵାସ ରଖନ୍ତି ସେମାନେ ଜାଣିଛନ୍ତି ଯେତେବେଳେ ଗ୍ରହରେ ଶନିଙ୍କ ନାମ ଆସେ ସମସ୍ତେ ଡରିଯାନ୍ତି । କାରଣ ଶନି ନ୍ୟାୟର ଦେବତା ଅଟନ୍ତି । କର୍ମ ଅନୁସାରେ ଶନି ଦେବତା ଫଳ ପ୍ରଦାନ କରନ୍ତି । ଶନିଙ୍କ ପ୍ରଭାବ କେବେଳ ମଣିଷମାନଙ୍କ ଉପରେ ନୁହେଁ ଅନ୍ୟ ଦେବତା ମାନଙ୍କ ଉପରେ ମଧ୍ୟ ରହିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଏହି ମାସରେ ନିଜ ଘର ଅର୍ଥାତ ମକର ରାଶିକୁ ପ୍ରତ୍ୟାବର୍ତନ କରୁଛନ୍ତି । ଏହା ୧୯ ବର୍ଷରେ ଥରେ ହୁଏ । ଶନିଙ୍କ ଛଡା ଅନ୍ୟ ସମସ୍ତ ଗ୍ରହ କମ ସମୟରେ ନିଜ ରାଶିକୁ ପ୍ରତ୍ୟାବର୍ତନ କରନ୍ତି । ଜୋତିଷ ଶାସ୍ତ୍ର ଅନୁସାରେ ଏହି ପରିବର୍ତନ ପାଇଁ ଆସନ୍ତା ୨୫୦ ବର୍ଷ ପର୍ଯ୍ୟନ୍ତ ଶନିଙ୍କ ପ୍ରଭାବ ପରିଲିକ୍ଷିତ ହେବ ।

ଏହି ଦିନ ବକ୍ରି ହେଉଛନ୍ତି ଶନି

ଜାନୁୟାରି ୨୪ ତାରିଖରେ ଶନି ନିଜ ରାଶିରେ ପ୍ରବେଶ କରୁଛନ୍ତି । ଏହାର ପ୍ରଭାବ ସମସ୍ତ ୧୨ଟି ରାଶିଙ୍କ ଉପରେ ପଡିବ । ୧୧ ମେ ରେ ଶନି ବକ୍ରି ମଧ୍ୟ ହେବେ । ଏହି ବର୍ଷ ବୃହସ୍ପତି ମଧ୍ୟ ନିଜ ରାଶି ପରିବର୍ତ୍ତନ କରୁଛନ୍ତି । ଏହି ଦୁଇଟି ଗ୍ରହର ରାଶି ପରିବର୍ତନ କାରଣରୁ ସମାଜ ଓ ସମସ୍ତ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପଡିବ ।

ଏହି ବର୍ଷ ଏପରି ରହିବ ଶନିଙ୍କ ସ୍ଥିତି

ନୂଆ ବର୍ଷର ଆରମ୍ଭରୁ ଅର୍ଥାତ ୧ ଜାନୁୟାରିରୁ ୧ ଫେବୁୟାରୀ ପର୍ଯ୍ୟନ୍ତ ଶନି ଅସ୍ତ ରହିବେ । ଏହା ପରେ ଶନିଙ୍କ ଠାରୁ ଶୁଭ ଫଳ ମିଳିବ । ୧୧ ମେ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଶନି ମକର ରାଶିରେ ବକ୍ରି ହୋଇ ରହିବେ, ଯାହାଦ୍ୱାରା ୧୪୨ ଦିନ ଯାଏ ରାଶିମାନଙ୍କୁ ଅଶୁଭ ଫଳ ମିଳିବ । ୨୭ ସେପ୍ଟେମ୍ବରରେ ଶନି ଅସ୍ତ ହୋଇଯିବେ, ଏବଂ ଶନିଙ୍କ ଅଶୁଭ ପ୍ରଭାବ କମିଯିବ ।

୨୦୨୦ରେ ଏହି ଜାତକଙ୍କ ଉପରେ ରହିବ ଶନିଙ୍କ ପ୍ରଭାବ

ଧନୁ

ଏହି ରାଶିର ଲୋକମାନଙ୍କୁ ସାବଧାନ ରହିବା ଉଚିତ । କାରଣ ଶନିଙ୍କର ସାଢେସାତି ଏହି ରାଶି ଉପରେ ରହିଛି ।

ମକର

ଏହି ରାଶିରେ ସାଢେସାତି ଦ୍ଵିତୀୟ ଚରଣରେ ଶନିଙ୍କ ପ୍ରଭାବ ରହୁଛି, ସେଥିପାଇଁ ସାବଧାନ ରହିବା ଉଚିତ ।

କୁମ୍ଭ

ଏହି ରାଶିରେ ସାଢେସାତି ପ୍ରଥମ ଚରଣରେ ଶନିଙ୍କ ପ୍ରଭାବ ରହୁଛି, ସେଥିପାଇଁ ୨୦୨୦ ମସିହାରେ ଏହି ରାଶିର ଲୋକ ମାନଙ୍କୁ ସାବଧାନତାର ସହ କାର୍ଯ୍ୟ କରିବା ଉଚିତ ।