Shampoo ରେ କେବଳ ଏହି 2ଟି ଜିନିଷ ମିଶାଇ ଦିଅନ୍ତୁ, ବାଳ ଏତେ ଜଲ୍ଦି ଘନ ଓ ଲମ୍ବା ହେଇଯିବ କି ସମ୍ଭାଳି ପାରିବେନି

ଆଜିର ସମୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇ ଗଲାଣି । କିନ୍ତୁ ଯେଉଁମାନେ ନିଜ କେଶର ଠିକ୍ ସେ ଯତ୍ନ ନେଇ ପାରୁ ନାହାଁନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଟିକେ ଅଧିକ ହେଉଛି । କିଛି ଲୋକଙ୍କ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇଥାଏ । କେଶ ଝଡ଼ିବାକୁ ନେଇ ଆମେ ପ୍ରାୟ ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡୁ । ସେଥିପାଇଁ ଆଜି ଆମେ ଏପରି ଗୋଟେ ଉପାୟ ଜାଣିବା ଯାହା ଦ୍ଵାରା ଅଳ୍ପ ସମୟ ଦେଇ ମଧ୍ୟ ଆପଣ ନିଜ କେଶର ଯତ୍ନ ନେଇ ପାରିବେ ଯାହା ଆପଣଙ୍କ କେଶକୁ ମଜବୁତ୍ ଏବଂ ଘନ କରିବାରେ ସହାୟକ ହେବ ।

ଏହି ରେଶିପି ତିଆରି କରିବା ପାଇଁ ଚାଉଳର ଆବଶ୍ୟକ ରହିଛି । ସେଥିପାଇଁ ଆପଣ ନିଜ ଘରେ ଥିବା ଚାଉଳର ହିଁ ବ୍ୟବହାର କରି ପାରିବେ । ପ୍ରଥମେ ୩ ଚାମୁଚ ଚାଉଳ ନେଇ ତାହା ଭଲ ଭାବେ ଧୋଇ ଦିଅନ୍ତୁ । ଏହାଦ୍ବାରା ଚାଉଳରେ ଥିବା କିଛି ବି ଏସିଡ ବା ଅନ୍ୟ ପଦାର୍ଥ ବାହାରିଯିବ । ଭଲ ସେ ଧୋଇ ପାଣି ନିଗାଡି ସାରିବା ପରେ ଆଉ ଅଳ୍ପ ପାଣି ସେଥିରେ ଦିଅନ୍ତୁ ଓ ଅତି କମ୍ ରେ ଏହାକୁ ୨ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ ।

ଆପଣ ଯଦି ଏହାକୁ ସାରା ରାତି ଭିଜାଇ ରଖି ପାରିବେ ତେବେ ତାହା ମଧ୍ୟ ଆହୁରି ଲାଭଦାୟକ ଅଟେ । କାରଣ ଫର୍ମେଣ୍ଟେଡ୍ ଚାଉଳ ପାଣି କେଶ ପାଇଁ ବହୁତ୍ ଉପାଦେୟ ଅଟେ । ଦୁଇ ଘଣ୍ଟା ଭିଜାଇବା ପରେ ଦେଖିବେ ଚାଉଳ ପାଣି କେତେ ସୁନ୍ଦର କ୍ଷୀର ପରି ଧଳା ହୋଇ ଯାଇଛି । ଏହି ପାଣିକୁ ଛାଣି ଅଲଗା ବାହାର କରି ଦିଅନ୍ତୁ ।

ଚାଉଳକୁ ମଧ୍ୟ ଆପଣ ପେଶି କରି ଫେସ୍ ପ୍ୟାକ ପରି ବ୍ୟବହାର କରି ପାରିବେ କିମ୍ବା ସିଝାଇ ଖାଇ ପାରିବେ । ଚାଉଳ ପାଣି ଉଭୟ ଆମ ଚର୍ମ ଓ କେଶ ପାଇଁ ଅତ୍ୟନ୍ତ ଉପାଦେୟ ଅଟେ । ଏଥିରେ ଥିବା କାର୍ବୋହାଇଡ୍ରଟ ଆପଣଙ୍କର ସୁଖି ଯାଇଥିବା ଖରାପ କେଶ ଗୁଡ଼ିକୁ ଠିକ୍ କରି ପାରିବେ ।

ଏଥିରେ କେଶ ଧୋଇବା ଦ୍ୱାରା କେଶର ଏକ ପରସ୍ତ ତିଆରି ହୋଇଥାଏ ଯାହା ଆମ କେଶ କୁ ସୁରକ୍ଷା ପ୍ରଦାନ କରି ରଖେ । ଏହା ସହ ଚାଉଳ ପାଣିରେ ଏମିନୋ ଏସିଡ ମଧ୍ୟ ରହିଛି ଯାହା ଆମ କେଷକୁ କୋମଳ, ଘନ ଓ ଉଜ୍ବଳ କରିଥାଏ ଓ କେଶ ମୂଳକୁ ମଧ୍ୟ ମଜବୁତ୍ କରିଥାଏ । ଏହା ଦ୍ବାରା କେଶ ଝଡ଼ିବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥାଏ ।

ବର୍ତ୍ତମାନ ଏହି ଚାଉଳ ପାଣିରେ ପରବର୍ତ୍ତୀ ସାମଗ୍ରୀ ମିଶାଇବେ ଯାହା ହେଉଛି ଘି କୁଆଁରୀ । ଯଦି ଆପଣଙ୍କ ପାଖେ ଘି କୁଆଁରୀ ନାହିଁ ତେବେ ମାର୍କେଟରେ ମିଳୁଥିବା ଜେଲ୍ ମଧ୍ୟ ଆପଣ ବ୍ୟବହାର କରି ପାରିବେ । ବର୍ତ୍ତମାନ ଏକ ଚାମୁଚ ଘି କୁଆଁରୀ ପ୍ରସ୍ତୁତ ଥିବା ଚାଉଳ ପାଣିରେ ମିଶାନ୍ତୁ । ଏଥିରେ ମଧ୍ୟ ପ୍ରଚୁର ମାତ୍ରାରେ ଏମିନୋ ଏସିଡ୍ ଓ ପ୍ରୋଟିଓଲିଟିକ୍ ଏନଜାଇମ୍ ରହିଛି ।

ଯାହା ଆମ କେଶ କୁ ବଢ଼ିବାରେ ସାହାଯ୍ୟ କରେ, କେଶ ଝଡ଼ିବା ମଧ୍ୟ ବନ୍ଦ କରାଏ ଓ କେଶ କୁ ମୂଳରୁ ଶକ୍ତ କରେ । ବର୍ତ୍ତମାନ ଏହି ମିଶ୍ରଣରେ ଆପଣ ସବୁବେଳେ ବ୍ୟବହାର କରୁଥିବା ନିଜ ପସନ୍ଦର ଯେ କୌଣସି ଶାମ୍ପୁ ଏକ ଚାମୁଚ ମିଶାନ୍ତୁ । ବର୍ତ୍ତମାନ ଏହା ପ୍ରସ୍ତୁତ ହୋଇଗଲା ।

ଆପଣ ଯେପରି ନିଜ କେଶ ସଫା କରନ୍ତି ସେହିପରି ହିଁ ଏହାକୁ ନିଜ କେଶରେ ଲଗାନ୍ତୁ । କିନ୍ତୁ ସଫା କରିବା ପରେ ଏହାକୁ ନ ଧୋଇ ୫ମିନିଟ୍ ପାଇଁ ସେହିପରି ରଖନ୍ତୁ ଓ ତାପରେ ଧୋଇ ଦିଅନ୍ତୁ । ଏହା ଆପଣ ସପ୍ତାହରେ ଦୁଇ ଥର ମଧ୍ୟ ବ୍ୟବହାର କରି ପାରିବେ । ଏକ ମାସ ଭିତରେ ହିଁ ଆପଣ ଜାଣି ପାରିବେ ଏହା ଆପଣଙ୍କ କେଶ ପାଇଁ କେତେ ଲାଭଦାୟକ ଅଟେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।