କାହିଁକି ଶାଳୀ ପଛରେ ଲକ୍ଷ ଲକ୍ଷ ଟଙ୍କା ଉଡଉଥିଲା ଅଭିଯୁକ୍ତ ବିଜୟ, ସ୍ତ୍ରୀ ଓ ଶାଳୀ ହତ୍ୟା ମାମଲାରେ ଆସିଲା ନୂଆମୋଡ…

ନିଜ ସ୍ତ୍ରୀ ଓ ଶାଳୀକୁ ମାରିଥିବା ଘଟଣା ଏବେ ଖୁବ ଜୋରରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜଧାନୀ ଭୁବନେଶ୍ବରରୁ ଏପରି ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ତେବେ ଅଭିଯୁକ୍ତ ନିଜ ସ୍ତ୍ରୀ ଓ ଶାଳୀକୁ ହତୟଆ କରିଥିବା ନିଜେ ସ୍ଵୀକାର କରି ସାରିଛି । ଅଭିଯୁକ୍ତ ବିଜୟ ସେଠୀ ଏନେଇ ନିଜେ ବୟାନ ମଧ୍ୟ ଦେଇଛି । ତେବେ ଅଭିଯୁକ୍ତ ଦେଇଥିବା ବୟାନରୁ ଘଟଣା ସମ୍ପର୍କରେ ଅନେକ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଏବେ ଅଭିଯୁକ୍ତ ବିଜୟ ସେଠୀ ସବୁ ଦିନ ନୂଆ ନୂଆ ବୟାନ ଦେଉଥିବା ବା ନୂଆ ନୂଆ ତଥ୍ୟର ଖୁଲାସା କରୁଥିବା ଦେଖିବାକୁ ମିଳୁଛି । ତେବେ ହତୟଆକାଣ୍ଡର ସବୁଠୁ ବଡ କାରଣ ହେଉଛି କରଜ ବୋଲି ସେ କହିଛି । କରଜ ହୋଇଥିଲା କାଳ । ଘର ଚଳାଇବା ତଥା ପରିବାର ଲୋକଙ୍କ ଭରଣପୋଷଣ କରିବା ଓ ସର୍ବୋପରି ଶାଳୀ ବିବାହ ପାଇଁ କରଜରେ ବୁଡି ରହିଥିଲା ବିଜୟ ସେଠୀ । ଏମିତିକି କରଜ ବାବଦକୁ ନିଆ ଯାଉଥିବା ସୁଧ ଟଙ୍କା ଗଣିବାରେ ତା’ର ଦରମା ଟଙ୍କା ସବୁ ସରି ଯାଉଥିଲା ।

ଶାଳୀ ବିବାହରେ ବିଜୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ଅନ୍ୟ ପକ୍ଷରେ ସ୍ତ୍ରୀ ଗାୟତ୍ରୀ ନିଜେ ଚାକିରି କରିଥିଲେ ମଧ୍ୟ କରଜ ବାବଦରେ କିଛି ବି ମୁଣ୍ଡ ଖେଳାଉ ନଥିଲା । ଶାଳୀ ସରସ୍ଵତୀର ବିବାହ ବେଳେ ଭିଣୋଇ ଲକ୍ଷାଧିକ ଟଙ୍କା କରଜ କରିବା ସହ ଶାଳୀ ପାଇଁ ମଧ୍ୟ ଚାକିରି ଟିଏ ଯୋଗାଡ କରି ଦେଇଥିଲା । ଯେଉଁଥି ପାଇଁ କରଜ ସୁଝିବାକୁ ସେ ସରସ୍ଵତୀଙ୍କ ସହଯୋଗ ଲୋଡିଥିଲା ।

କିନ୍ତୁ ଶାଳୀ ବି ଭିଣୋଇକୁ ସହଯୋଗ କରିବାକୁ ରୋକଠୋକ ମନା କରି ଦେଇଥିଲା । ତେବେ ଏହି ସମସ୍ତ କଥା ବିଜୟ ନିଜେ କହିଥିବା ପୋଲିସ ସୂଚନା ଦେଇଛି । ଶ୍ଵଶୁର ଘର ଏବଂ ଶାଳୀ ପାଇଁ ଏତେ ସବୁ କରିବା ପରେ ମଧ୍ୟ ସେମାନେ ସହଯୋଗର ହାତ ନ ବଢାଇବାରୁ ବିଜୟ ରାଗିଯାଇ ଏଭଳି ଚରମ ନିଷ୍ପତ୍ତି ନେଇଥିଲା ବୋଲି ପୋଲିସ ଆଗରେ କହିଛି ।

ଏକା ସାଥିରେ ସ୍ତ୍ରୀ ଏବଂ ଶାଳୀ ଉଭଯଙ୍କୁ ହତୟଆ କରି ବିଜୟ ପ୍ରତିଶୋଧ ନେଇଛି । ତେବେ ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।