Jyotish Shastra- ଶନିଙ୍କ ବଦଳିଲା ଚାଲ, ଏହି ରାଶିର ଜାତକଙ୍କୁ ମିଳିବ ବହୁତ ବଡ ଖୁସି ଖବର

ଶନିଦେବ୨୯ ସେପ୍ଟେମ୍ବର ମଙ୍ଗଳାର ଦିନ ସକାଳ ୧୦.୪୦ ମିନିଟରେ ବକ୍ରୀରୁ ମାର୍ଗୀ ହୋଇଛନ୍ତି । ବକ୍ରୀର ଅର୍ଥ ଓଲଟା ଓ ମାର୍ଗୀର ଅର୍ଥ ସିଧା ଯିବା । ବକ୍ରୀ ଅବସ୍ଥାରେ ପ୍ରାୟତଃ ଗ୍ରହ ଗୁଡିକର ନକାରତ୍ମକତା ପ୍ରଭାବ ପଡିଥାଏ । ଯେତେବେଳ କି ମାର୍ଗୀ ହେବା ଦ୍ଵାରା ମନୁଷ୍ୟଙ୍କ ଜୀବନ ଉପରେ ଏହାର ପ୍ରଭାବ ସକରାତ୍ମକତା ରୂପରେ ପଡିଥାଏ ।

ଏମିତିରେ ୨୯ ସେପ୍ଟେମ୍ବରରୁ ଶନିଙ୍କ ମାର୍ଗୀ ହେବା ଦ୍ଵାରା କେତେକ ଲୋକମାନଙ୍କ ଜୀବନରେ ଚାଲୁଥିବା ସମସ୍ତେ କଷ୍ଟ କମ ହୋଇଯିବ ଓ ସେହି ରାଶିମାନଙ୍କୁ ଭାଗ୍ୟର ସାଥ ବି ମିଳିବାକୁ ଲାଗିବ । କହିବାକୁ ଗଲେ ବର୍ତ୍ତମାନ ଶନିଙ୍କ ସାଢେସାତି ଧନୁ, ମକର ଓ କୁମ୍ଭ ରାଶି ଉପରେ ଅଛି । ତେବେ ଆସନ୍ତୁ ଜାଣିବା ଶନିଙ୍କ ମାର୍ଗୀ ହେବା ଦ୍ଵାରା କେଉଁ ରାଶି ଉପରେ ଏହାର କଣ ପ୍ରଭାବ ପଡିବ ।

ମେଷ ରାଶି

ଶନିଙ୍କର ମକର ରାଶିରେ ମାର୍ଗୀ ହେବା ଦ୍ଵାରା ଆପଣଙ୍କର ଉନ୍ନତି ହେବ । କାରଣ ଶନି ଆପଣଙ୍କ ରାଶିରେ ଭାଗ୍ୟ ସ୍ଥାନରେ ବକ୍ରୀରୁ ମାର୍ଗୀ ହେଉଛନ୍ତି ।

ବୃଷ ରାଶି

ସୁଖଦ ଓ ଶୁଭ ଫଳ ମିଳିବ । ଆପଣଙ୍କ ରାଶି ପାଇଁ ଶନିର ମାର୍ଗୀ ହେବା ଆପଣଙ୍କର ଧନ ବୃଦ୍ଧି ପାଇଁ ସହାୟକ ହେବ ।

ମିଥୁନ ରାଶି

ଶନିର ମାର୍ଗୀ ହେବା ଆପଣଙ୍କ ପାଇଁ ଶୁଭ ଅଟେ । ଆପଣଙ୍କର ସମସ୍ତ ବାଧା ବିଘ୍ନ ଦୂର ହୋଇଯିବ । କାର୍ଯ୍ୟରେ ସଫଳତା ବି ମିଳିବ ।

କର୍କଟ ରାଶି

ଶନିର ମାର୍ଗୀ ହେବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଦୂର ହୋଇଯିବ ।

ସିଂହ ରାଶି

ସିଂହ ରାଶିର ଜାତକରେ ପଞ୍ଚମ ଭଗାରେ ଶନିର ମାର୍ଗୀ ହେବା ବୈବାହିକ ଓ ପ୍ରେମ ଜୀବନରେ ସକାରାତ୍ମକ ପ୍ରଭାବ ଦେଖାଯିବ । ଏହା ଛଡା ଧନ ଲାଭର ନୂତନ ଅବସର ବି ମିଳିବ ।

କନ୍ୟା ରାଶି

କନ୍ୟା ରାଶି ପାଇଁ ଶନିର ମାର୍ଗୀ ଶୁଭ ଫଳ ନେଇ ଆସୁଛି । ଏହି ସମୟରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିରେ ବୁଦ୍ଧି ହେବ । ଅନ୍ୟ ପଟେ ଯେଉଁ ଜାତକ ଚାକିରି କିମ୍ବା ବିଜନେସ କରୁଛନ୍ତି ତାଙ୍କୁ ବିଶେଷ ଅବସର ଅପେକ୍ଷା କରୁଛି ।

ତୁଳା ରାଶି

ଆପଣଙ୍କୁ ଶନି କଠିନ ପରିଶ୍ରମ କରିବା ପରେ ହିଁ ଆପଣଙ୍କୁ ଉଚିତ ଫଳ ପ୍ରଦାନ କରିବେ । ଭାଗ୍ୟର ଭରପୁର ସହଯୋଗ ବି ମିଳିବ ।

ବିଚ୍ଛା ରାଶି

ଉନ୍ନତି ଓ ଧନଲାଭର ନୂତନ ଅବସର ମିଳିବ । ସୁଖ ଓ ସୁବିଧାରେ ବୁଦ୍ଧି ହେବ ।

ଧନୁ ରାଶି

ଶନିଙ୍କ ମାର୍ଗୀ ହେବା ଦ୍ଵାରା ଆପଣଙ୍କ ଧନଲାଭ ହୋଇପାରେ । ମାର୍ଗୀ ଶନି ଶୁଭ ଫଳ ଦେବେ । ଏହା ସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ସକରାତ୍ମକ ପରିଣାମ ଦେଖିବାକୁ ମିଳିବ । ମାର୍ଗୀ ଶନି ଆପଣଙ୍କ ପାଇଁ ଉନ୍ନତିର ମାର୍ଗ ଖୋଲିଦେବେ ।

ମକର ରାଶି

ମକର ରାଶି ଶନିଙ୍କର ରାଶି ଅଟେ । ଏହା ଆପଣଙ୍କର ୧୨ ତମ ସ୍ଥାନରୁ ବକ୍ରୀରୁ ମାର୍ଗୀ ହେଉଛନ୍ତି । ଯାହା ଆପଣଙ୍କ ପାଇଁ ଭଲ ସଂକେତ ଅଟେ । ଭବିଷ୍ୟତରେ ଧନ ଲାଭ, ମାନ ସମ୍ମାନ ଓ ଭାଗ୍ୟର ସାଥ ମିଳିବ ।

କୁମ୍ଭ

ମକର ରାଶି ଛଡା କୁମ୍ଭ ରାଶିକୁ ଶନିଙ୍କର ସ୍ଵାମିତ୍ଵ ମିଳିଛି । ଚାକିରି କରୁଥିବା ଜାତକମାନଙ୍କ ପାଇଁ ଶନିଙ୍କର ମାର୍ଗୀ ହେବା ଲାଭଦାୟକ ରହିବ । ଆପଣଙ୍କର ଅଟକିଥିବା କାର୍ଯ୍ୟ ପୂର୍ଣ ହେବ । ଧନଲାଭର ପୂର୍ଣ ସମ୍ଭାବନା ଅଛି ।

ମୀନ ରାଶି

ମୀନ ରାଶିର ଜାତକମାନଙ୍କ ପାଇଁ ଶନିର ମାର୍ଗୀ ହେବା ସେହିଭଳି ମିଶ୍ରିତ ଲାଭ ଦେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।