Vastu Shastra- ଏହି 5 ଟି ଗଛ ଘର ପାଇଁ ହୋଇଥାଏ ବହୁତ ଶୁଭ, ଘରେ ସର୍ବଦା ଲାଗି ରହିଥାଏ ମା’ ଲକ୍ଷ୍ମୀ ଙ୍କ କୃପା, କେବେ ବି ଆସେ ନାହିଁ କୌଣସି ସମସ୍ୟା

ଆଜି ଆମେ ଆପଣଙ୍କୁ କେତୋଟି ଗଛ ବିଷୟରେ କହିବୁ ଯାହା ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମଧ୍ୟରୁ ଯେକୌଣସି ଗୋଟିଏ ମଧ୍ୟେ ଘରେ ଲଗାଇଲେ ଆପଣଙ୍କ ଜୀବନ ଉପରେ ଏହାର ଶୁଭ ପ୍ରଭାବ ପଡିଥାଏ । କେତେକ ଗଛ ଆମ ସ୍ୱାସ୍ଥ୍ୟ ଭଲ ରଖିବାରେ ମଧ୍ୟ ଖୁବ ସହାୟକ ହୋଇଥାନ୍ତି । ଘରେ ଧନ ସମ୍ପତ୍ତି ବୃଦ୍ଧି କରିବାରେ ମଧ୍ୟ ଏହି ଗଛ ଗୁଡିକ ଚମତ୍କାର ଭାବେ କାର୍ଯ୍ୟ କରନ୍ତି । ତେବେ ଚାଳନ୍ତୁ ଜାଣିବା କେଉଁ ଗୁଡିକ ସେହି ଶୁଭ ଗଛ ସବୁ ।

ପ୍ରଥମେ ହେଉଛି ତୁଳସୀ ଗଛ । ଏହା ଆମେ ସମସ୍ତେ ଜାଣିଛୁ କି ତୁଳସୀ ଗଛ ଘର ପାଇଁ କେତେ ଅଧିକ ଶୁଭ ଅଟେ ଓ ଏହାର ଉପକାରିତା ବିଷୟରେ ମଧ୍ୟ ସମସ୍ତେ ଜାଣିଛୁ । ଏହି ଗଛ ସମସ୍ତଙ୍କ ଘରେ ରହିବା ଉଚିତ । ଆଧ୍ୟାତ୍ମିକ ସହ ଏହି ଗଛର ଆୟୁର୍ବେଦିକ ଲାଭ ମଧ୍ୟ ରହିଛି । ଏହାଠୁ ଭଲ ଓ ସହଜରେ ମିଳୁଥିବା ଶୁଭ ଗଛ ଆଉ କିଛି ବି ନାହିଁ କହିଲେ ଚଳେ ।

ଦ୍ଵିତୀୟରେ ହେଉଛି ମନି ପ୍ଳାଣ୍ଟ । ଏହି ଗଛ ମଧ୍ୟ ଘରର ବାସ୍ତୁ ପାଇଁ ଖୁବ ଶୁଭ ହୋଇଥାଏ ଓ ଘରର ସୁନ୍ଦରତା ମଧ୍ୟ ବୃଦ୍ଧି କରିଥାଏ । ଏହ ଗଛକୁ ଅଧିକ ଖରା, ପାଣି କିମ୍ବା କୌଣସି ସାରର ଆବଶ୍ୟକ ହୋଇ ନଥାଏ । ଏହା ଯେକୌଣସି ଛୋଟ ବୋତଲ କିମ୍ବା ନଯା କୌଣସି ପାତ୍ରରେ ସହଜରେ ବୃଦ୍ଧି ପାଇପାରେ ।

ତୃତୀୟରେ ହେଉଛି ପାନ ଗଛ । ଏହା ମଧ୍ୟ ଏକ ଛୋଟ କୁଣ୍ଡରେ ସହଜରେ ବଢିପାରେ । ଏହାକୁ କେବଳ ଲଟେଇବା ପାଇଁ ସାହାରା ଦେବା ଆବଶ୍ୟକ ହୋଇଥାଏ । ପୂଜା ବେଳେ ପାନ ପତ୍ରର ବ୍ୟବହାର କରାଯାଏ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ ଭଲ ହୋଇଥାଏ । ସେଥିପାଇଁ ଘରେ ଆପଣ ପତ୍ର ଲଗାଇବା ମଧ୍ୟ ଖୁବ ଶୁଭ ବୋଲି ମାନାଯାଏ ।

ଚତୁର୍ଥରେ ହେଉଛି ହରଶିଙ୍ଗାର ଫୁଲ ଗଛ । ଏହି ଫୁଲର ବାସ୍ନା ଖୁବ ମନମୋହକ ହୋଇଥାଏ ଓ ଘର ପାଇଁ ମଧ୍ୟ ଏହା ଖୁବ ଶୁଭ ହୋଇଥାଏ । କୁହାଯାଏ କି ଏହି ଫୁଲର ବାସ୍ନା ବାତାବରଣକୁ ସଂପୂର୍ଣ୍ଣ ଭାବେ ଶୁଦ୍ଧ କରିଦିଏ । ଆୟୁର୍ବେଦରେ ଏହି ଫୁଲର ଖୁବ ମହତ୍ଵ ରହିଛି । ଏହାକୁ କେବଳ ଖରା ପଡୁଥିବା ସ୍ଥାନରେ ଲଗାଇଲେ ଅଳ୍ପ ମାଟିରେ ମଧ୍ୟ ଏହା ଭଲ ଭାବେ ବଢିପାରେ ।

ପଞ୍ଚମରେ ହେଉଛି କଦଳୀ ଗଛ । ଘରେ ଏହି ଗଛ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ପୂଜା ଓ ଯଜ୍ଞ ଆଦି ପାଇଁ ଏହା ବହୁତ ଶୁଭ ହୋଇଥାଏ । କଦଳୀ ଖାଇବାକୁ ମଧ୍ୟ ସମସ୍ତେ ପସନ୍ଦ କରନ୍ତି ।

ଷଷ୍ଠରେ ହେଉଛି ହଳଦୀ ଗଛ । ଏହି ଗଛର ବାସ୍ନା ମଧ୍ୟ ସମସ୍ତଙ୍କୁ ଭଲ ଲାଗିଥାଏ । ହଳଦୀର ଆୟୁର୍ବେଦିକ ଗୁଣ ତ ସମସ୍ତଙ୍କୁ ଜଣା ଅଛି । ଏହାର ପତ୍ରକୁ ମଧ୍ୟ ପିଠା ବନାଇବାରେ ବ୍ୟବହାର କରାଯାଏ ଓ ଏଥିସହ ହଳଦୀ ଫୁଲର ବାସ୍ନା ମଧ୍ୟ ବାତାବରଣକୁ ଶୁଦ୍ଧ କରିଥାଏ ।

ସପ୍ତମରେ ହେଉଛି ଅପରାଜିତା ଫୁଲ । ଏହି ଫୁଲ ଦେଖିବାକୁ ଯେମିତି ସୁନ୍ଦର ଏହାର ଅନେକ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି । ପୂଜାରେ ମଧ୍ୟ ଏହି ଫୁଲର ବହୁଳ ବ୍ୟବହାର କରାଯାଏ । ଅନେକ ଦେବାଦେବୀଙ୍କ ପ୍ରିୟ ହୋଇଥାଏ ଏହି ଫୁଲ। ଏହା ଘରର ସୁନ୍ଦରତା ମଧ୍ୟ ବଢାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।