ଏହି ୧୦ ଟି ଲକ୍ଷଣ ମାହିଳାମାନଙ୍କ ମଧ୍ୟରେ ସର୍ବାଇକଲ କ୍ୟାନ୍ସର ର ସଙ୍କେତ ଦେଇଥାଏ, ଜାଣନ୍ତୁ କେମିତି ଜଣା ପଡିଥାଏ ଏହି ବିପଦ ଓ ସଚତନତା ପାଇଁ ଗୋଟେ ସେଆର କରନ୍ତୁ

କ୍ୟାନ୍ସର ବହୁତ ଭୟଙ୍କର ରୋଗ ହୋଇଥାଏ ଯାହା ସହିତ ଲଢିବାର ଶକ୍ତି ସମସ୍ତଙ୍କର ନଥାଏ । ମହିଳାମାନଙ୍କ ମଧ୍ୟରେ ସବୁଠୁ ଅଧିକ ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ଥାଏ ଓ ଏହା ପରେ ସେମାନଙ୍କ ମଧ୍ୟରେ ସର୍ବାଇକଲ କ୍ୟାନ୍ସର ହେବାର ଚାନ୍ସ ମଧ୍ୟ ଅଧିକ ଥାଏ । ମହିଳା ମାନଙ୍କର ଗର୍ଭାଶୟର ସବୁଠୁ ତଳ ଭାଗରେ ହୋଇଥାଏ ଯେଉଁ କ୍ୟାନ୍ସର ହୋଇଥାଏ ତାହାକୁ ସର୍ବାଇକଲ କ୍ୟାନସର କୁହାଯାଏ ।

ଏହି ସର୍ଭିକ୍ସ ରେ ହେଉଥିବା କ୍ୟାନ୍ସରକୁ ସର୍ବାଇକଲ କ୍ୟାନସର କୁହାଯାଏ । ୩୫ ରୁ ୪୦ ବର୍ଷ ବୟସରେ ଯେତେବେଳେ ମହିଳାମାନଙ୍କର ପିରିଅଡ ଅନିୟମିତ ହୋଇଥାଏ ବା ବ୍ଲଡ ଅଧିକ ଆସିଥାଏ ତେବେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । କାରଣ ଏହା ସର୍ବାଇକଲ କ୍ୟାନ୍ସର ଆରମ୍ଭର ସଙ୍କେତ ହୋଇପାରେ । ଏହି ପ୍ରକାରରେ ଏହି ୧୦ ଟି ଲକ୍ଷଣ ସର୍ବାଇକଲ କ୍ୟାନ୍ସର ର ସଙ୍କେତ ଦେଇଥାଏ, ଆପଣ ଏହାକୁ ବୁଝିବା ଆବଶ୍ୟକ ଓ ସମୟ ଥାଇ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ।

ହାରାହାରି ୯୮% ମହିଳାମାନଙ୍କ ମଧ୍ୟରେ ଏଚପିବି (ହୁମାନ ପ୍ୟାପିଲୋମା ଭାଇରାଲ) ସଂକ୍ରମିତ ହେବାରୁ ସର୍ବାଇକଲ କ୍ୟାନ୍ସର ହୋଇଥାଏ ଓ ଏହା ବଂଶାନୁକ୍ରମିକ ର ପ୍ରମୁଖ କାରଣ ହୋଇଥାଏ । ଏ ପର୍ଯ୍ୟନ୍ତ କିଛି ରିସର୍ଚ ଆଧାରରେ ଫାମିଲି ହିଷ୍ଟ୍ରି କାରଣରୁ ସ୍ତ୍ରୀ ମାନଙ୍କ ମଧ୍ୟରେ ସର୍ବାଇକଲ କ୍ୟାନ୍ସର ର ଆଶଙ୍କା ବଢିଥାଏ । ଗର୍ଭାଶୟରେ ଆଘାତ ଲାଗିବା ଦ୍ଵାରା ମଧ୍ୟ ଏହା ହୋଇପାରେ ।

ଏହି ୧୦ ଟି ଲକ୍ଷଣ ସର୍ବାଇକଲ କ୍ୟାନ୍ସର ର ସଙ୍କେତ ଦେଇଥାଏ

ଅଧିକାଂଶ ସମୟରେ ଆଡଭାନ୍ସ ଷ୍ଟେଜରେ ଏହା ଜଣା ପଡିଥାଏ କିନ୍ତୁ ପ୍ୟାପ ସ୍ମିୟର ଟେଷ୍ଟ ଦ୍ଵାରା ଏହା ବିଷୟରେ ଜଣା ପଡିଥାଏ । ଏହି ଟେଷ୍ଟ ସବୁ ସହରରେ ସହଜରେ ଉପଲବ୍ଧ ଅଟେ ଓ ଏହା ଜରିଆରେ କ୍ୟାନ୍ସର ଆରମ୍ଭ ହେବାର ପୂର୍ବ ଅବସ୍ଥାକୁ ସହଜରେ ଚିହ୍ନି ପାରିବା । ଏହା ଜଣା ନଥିବା କାରଣରୁ ଅଧିକାଂଶ ସ୍ତ୍ରୀ ଲୋକମାନେ ଏହାର ପରୀକ୍ଷା କରାଇ ପାରନ୍ତି ନାହିଁ ଓ ଶେଷରେ ସର୍ବାଇକଲ କ୍ୟାନ୍ସର ର ଶିକାର ହୋଇଥାନ୍ତି । ଯଦି ଆପଣଙ୍କୁ ଏହାର ୧୦ ଟି ଲକ୍ଷଣ ଜଣାଯାଏ, ତେବେ ତୁରନ୍ତ ଏହାର ପରୀକ୍ଷା କରି ଚିକିଶ୍ଚା କରାନ୍ତୁ । ସର୍ବାଇକଲ କ୍ୟାନ୍ସର ର ୧୦ ଟି ଲକ୍ଷଣ କିଛି ଏମିତି ଅଟେ ।

୧. ପିରିଅଡ ଅନିୟମିତ ହୋଇଯିବା

୨. ପିରିଅଡରେ ସାମାନ୍ୟାରୁ ଅଧିକ ବ୍ଲଡ ବାହାରିବା

୩. ଧଳା ପଦାର୍ଥ ବାହାରିବା

୪. ଶାରୀରିକ ସମ୍ବନ୍ଧ ପରେ ବ୍ଲଡ ବାହାରିବା

୫. ପେଟର ତଳ ଭାଗରେ କଷ୍ଟ ହେବା ବା ଫୁଲିଯିବା

୬. ବାରମ୍ବାର ୟୁରିନ ଆସିବା

୭. ବହୁତ ଅଧିକ ଥକାପଣ ଅନୁଭବ କରିବା

୮. ସବୁବେଳେ ହାଲ୍କା ଜର ରହିବା

୯. ଭୋକ ନ ଲାଗିବା ବା ବହୁତ କମ ଖାଇବା

୧୦. ଛାତିରେ ଜଳାପୋଡା କିମ୍ବା ଲୁଜ ମୋଶନ ହେବା