ଭୟରେ ଚୀନ ଆଉ ପାକିସ୍ତାନ, ଭାରତୀୟ ସେନାରେ ସାମିଲ ହେଲେ “ଇଗଲ ବାହିନୀ”, ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ ଏବଂ Eagles Troop ଏଥର ଦେଖାଇବେ କମାଲ

ଭାରତକୁ ଏବେ ଆଉ ଶତ୍ରୁ ଡ୍ରୋନ ର ଭୟ ନାହିଁ । କାରଣ ସେଇ ଡ୍ରୋନ ସୀମା ଟପୁ ଟପୁ ଝାମ୍ପି ନେବ ଭାରତୀୟ ସେନାର ଇଗଲ ବାହିନୀ । ଆଜ୍ଞା ହଁ, ଭାରତୀୟ ସେନାରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛି ଫାଲକନ ଟ୍ରୁପ ବା ଇଗଲ ବାହିନୀ । ମିରଟ ର ରିମାଉଣ୍ଟ ଭେଟେରେନାରୀ କୋରରେ ଏନେଇ ଶତାଧିକ ଚିଲଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଶତ୍ରୁ ଡ୍ରୋନ ସୀମା ଟପୁ ଟପୁ ଆଖି ପିଛୁଳାକେ ଝାମ୍ପି ନେବେ ଏହି ଚିଲ ସେନା ।

ଏଣିକି ଚୀନ କି ପାକିସ୍ତାନ କାହାର ବି ଗୁପ୍ତଚର ଡ୍ରୋନକୁ ମାରି ଖସାଇବା ପାଇଁ ଆଉ ଆଣ୍ଟି ଡ୍ରୋନ ଗନ୍ ର ଆବଶ୍ୟକତା ପଡିବନି । କାରଣ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଚିଲ ଶକ୍ତି । ଏହି ଟ୍ରୁପରେ ଅଛନ୍ତି ଶହ ଶହ ପ୍ରଶିକ୍ଷିତ ଚିଲ, ଯେଉଁମାନେ ଶତ୍ରୁର ଡ୍ରୋନକୁ କ୍ଷଣକେ ଚୁରମାର କରି ପକାଇବେ । ଭାରତୀୟ ସେନା ଏଥିପାଇଁ ଏହି ଚିଲଙ୍କୁ ସ୍ଵତନ୍ତ୍ର ଭାବେ ଟ୍ରେନିଂ ଦେଉଛି । ମିରଟ ର ଭେଟେରେନାରୀ କୋରରେ ଏବେ ଆଣ୍ଟି ଡ୍ରୋନ ଚିଲ ଓ ଆଣ୍ଟି ଡ୍ରୋନ ଡଗ୍ ଟ୍ରେନିଂ ଚାଲିଛି ।

ଖୁବ ଶୀଘ୍ର ଏହି ପଶୁ ଓ ପକ୍ଷୀ ସେନା ମିଳିତ ଭାବେ ଭାରତୀୟ ସେନାର ଆଣ୍ଟି ଡ୍ରୋନ ମିଶନରେ ସାମିଲ ହେବାକୁ ଯାଉଛି । ଚିଲ ଓ କୁକୁର ଟିମ୍ ର ଟ୍ରେନିଂ ଶେଷ ହେବା ପରେ ଖୁବ ଶୀଘ୍ର ସୀମାରେ ଏମାନଙ୍କୁ ମୁତୟନ କରାଯିବ । ଏହାସହ ଉତ୍ତରାଖଣ୍ଡର ଔଲିରେ ହେବାକୁ ଥିବା ଭାରତ ଆମେରିକା ମିଳିତ ସମରାଭ୍ୟାସରେ ଚିଲ ଓ ଡଗ୍ ଟିମଙ୍କୁ ପ୍ରଦର୍ଶନ କରାଯିବ । ସ୍ଥଳରେ ଡଗ୍ ସ୍କ୍ବାଡ ଓ ଆକାଶମାର୍ଗରେ ଫାଲକନ ଟ୍ରୁପ ଭାରତୀୟ ସେନାକୁ ଶଶକ୍ତ କରିବେ ।

ପ୍ରଶିକ୍ଷିତ ଚିଲଙ୍କୁ ସୀମାର ସେନା ପୋଷ୍ଟରେ ମୁତୟନ କରାଯିବ । ସେଠାରୁ ଶତ୍ରୁର ଡ୍ରୋନକୁ ଦେଖୁ ଦେଖୁ ଝାମ୍ପି ନେବେ ଓ କ୍ଷଣକେ ଚୁରମାର କରି ତଳକୁ ଖସାଇ ଦେବେ । ପକ୍ଷୀଙ୍କ ମଧ୍ୟରେ ସବୁଠୁ ଶକ୍ତିଶାଳୀ ପକ୍ଷୀ ଭାବେ ଚିଲ ବେଶ ଜଣାଶୁଣା । ଅନ୍ୟ ପଶୁପକ୍ଷୀ ଓ ମଣିଷଙ୍କ ତୁଳନାରେ ମଧ୍ୟ ଚିଲର କ୍ଷମତା ଢେର ଅଧିକ । ମଣିଷ ଖାଲି ଆଖିରେ କେବଳ 5ଫୁଟ ଯାଏଁ ତଳକୁ ସ୍ପଷ୍ଟ ଭାବେ ଦେଖି ପାରୁଥିବା ବେଳେ ଚିଲ 100 ଫୁଟ ଯାଏଁ ସ୍ପଷ୍ଟ ଭାବେ ଦେଖିପାରେ । ମଣିଷର ଦୃଷ୍ଟି ଶକ୍ତି ଠାରୁ ଚିଲର ଦୃଷ୍ଟିଶକ୍ତି ଆଠଗୁଣ ଅଧିକ ।

ଏହାସହ ଚିଲର କାନ ମଧ୍ୟ ଖୁବ ତୀକ୍ଷ୍ମ ଅର୍ଥାତ ବହୁ କମ୍ ଶବ୍ଦକୁ ଏହା ଶୁଣିପାରେ ଏବଂ ଘଣ୍ଟାକୁ 300 କିମି ବେଗରେ ଉଡିପାରେ । ତେଣୁ ସୀମାରେ ଶତ୍ରୁ ଡ୍ରୋନର ଆଭାସ ପାଇବା ମାତ୍ରେ ଆଖି ପିଛୁଳାକେ ଏହାକୁ ଖସାଇ ପକାଇବେ ଏହି ଚିଲ ବାହିନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।