ପ୍ରାଇଭେଟ ସ୍କୁଲର ଶିକ୍ଷୟତ୍ରୀ ବାଡିରେ ବହୁତ ଖରାପ ଭାବରେ ପିଟିଲେ ଛାତ୍ରୀକୁ, ପଛରେ ଥିଲା ଏହି କାରଣ

ଆଜି କାଲି ବହୁତ କିଛି ଘଟଣା ଚର୍ଚ୍ଚାରେ ରହୁଛି, ଏମିତି ଏକ ଘଟଣା ଘଟିଛି ପ୍ରାଇଭେଟ ସ୍କୁଲରେ । ଆସନ୍ତୁ ଜାଣିବା ଏହି ଘଟଣାଟି । ଏକ ପ୍ରାଇଭେଟ ସ୍କୁଲର ଶିକ୍ଷୟତ୍ରୀ ଏକ ସାତ ବର୍ଷୀୟ ଛାତ୍ରୀକୁ ବାଡିରେ ବହୁତ ଖରାପ ଭାବେ ପିଟିଛନ୍ତି । ଏହାର କାରଣ ହେଉଛି ସ୍କୁଲର କାର୍ଯ୍ୟ ପୂରଣ ନକରିବାରୁ ତାକୁ ବାଡେଇଛନ୍ତି । ଛାତ୍ରୀଟିର ବୟସ ହେଉଛି ସାତ ବର୍ଷ । ଏହା ଜାଣିଲା ପରେ ଛାତ୍ରୀଟିର ପିତା ଲକ୍ସର କୋତବାଲି ପହଞ୍ଚିଥିଲେ ଓ ପୋଲିସକୁ କହିଥିଲେ ।

ପୋଲିସ ଛାତ୍ରୀଟିକୁ ଡାକ୍ତର ଖାନା ନେଇଛନ୍ତି । ଏହା ପରେ ଆଗକୁ ପୋଲିସ ତଦନ୍ତ କରିବ । ସ୍କୁଲ ପ୍ରବନ୍ଧ ତରଫରୁ ଏହି ମାମଲା ପାଇଁ ଶିକ୍ଷୟତ୍ରୀଙ୍କୁ ନୋଟିସ ଜାରି କରାଯାଇଛି । ଢୁଙ୍ଗର ପୁରର ନିବାସି ଅନୁଜ ସୈନି କଂଗ୍ରେସର ବ୍ଲକ ଅଧ୍ୟକ୍ଷ ଅଟନ୍ତି । ତାଙ୍କର ସାତ ବର୍ଷର ଝିଅ ଆରାଧ୍ୟା ସୁଲତାନ ପୁର ଚୌକି କ୍ଷେତ୍ରର ଟିକମ ପୁର ଗାଁରେ ସ୍ଥିତ ଏକ ପ୍ରାଇଭେଟ ସ୍କୁଲରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିଲା ।

ମଙ୍ଗଳ ବାର ଦିନ ସ୍କୁଲ କାର୍ଯ୍ୟ ପୁରଣ ନ କରିବାରୁ ସ୍କୁଲର ଜଣେ ଶିକ୍ଷୟତ୍ରୀ ଆରାଧ୍ୟାକୁ ବାଡିରେ ବହୁତ ଖରାପ ଭାବରେ ମାରିଛନ୍ତି, ଯାହାଫଳରେ ଆରାଧ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖାଲି ଏତିକି ନୁହେଁ ଶୀତରେ ଛାତ୍ରୀଟିକୁ ଦୁଇ ଘଣ୍ଟାରୁ ଅଧିକ ସମୟ ବେଞ୍ଚ ଉପରେ ଛିଡା କରାଇଥିଲେ । ଶିକ୍ଷୟତ୍ରୀ ତାକୁ ଏମିତି ବାଡେଇଛନ୍ତି କି, ତା ଦେହରେ ଚିହ୍ନ ପଡି ଯାଇଛି । ପରିଜନମାନଙ୍କର ଆରୋପ ଅଟେ କି ସେ ଏହି ମାମଲା ହେତୁ ସ୍କୁଲ ପ୍ରବନ୍ଧକ ସହ ବାର୍ତ୍ତାଳାପ କରିଥିଲେ, କିନ୍ତୁ ସେମାନେ ଏହି ମାମଲାକୁ ଗମ୍ଭୀରତାରେ ନେଇ ନଥିଲେ ।

ବୁଧବାର ଦିନ ଅନୁଜ ସୈନି ତାଙ୍କ ଝିଅ ଆରାଧ୍ୟାକୁ ନେଇ ଲକ୍ସର କୋତବାଲି ପହଞ୍ଚିଥିଲେ ଓ ସ୍କୁଲ ପ୍ରବନ୍ଧକ ଓ ଶିକ୍ଷକଙ୍କ ବିରୁଦ୍ଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଆରକେ ଶର୍ମାଙ୍କ ଅନୁସାରେ ବାଡେଇଥିବା ଅଧ୍ୟାପିକାଙ୍କୁ ନୋଟିସ ଦିଆ ଯାଇଛି ।