ସ୍କୁଲ ଛାତ୍ର ପାଲଟିଲେ ସାଇବର ଏକ୍ସପର୍ଟ, ଲାଇବେରିଆ ଅର୍ଥ ମନ୍ତ୍ରାଳୟର ହ୍ୟାକରଙ୍କୁ ଏମିତି ଟ୍ରାକ କରି ଧରିଲେ, ଶୁଣନ୍ତୁ କଣ କହୁଛନ୍ତି ସେ ?

ମାତ୍ର ୧୫ ବର୍ଷ ବୟସରେ ସାଇବର ଏକ୍ସପର୍ଟ ପାଲଟିଛନ୍ତି ଫୁଲବାଣୀର ଜଣେ ସ୍କୁଲ ଛାତ୍ର । ସରସ୍ଵତୀ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ସୌମ୍ଯ ରଞ୍ଜନ ସାହୁ ସାଇବର ଏକ୍ସପର୍ଟ ଭାବେ ବେଶ ଜଣାଶୁଣା ।

କମ୍ପ୍ୟୁଟର ବା ୱେବ ଦୁନିଆରେ ହ୍ୟା-କ-ରଙ୍କୁ ଜବତ କରିବା ତଥା ଚୋ-ରୀ ରୋକିବା ଦିଗରେ ସେ ଖୁବ ସଫଳତାର ସହ କାମ କରୁଛନ୍ତି । ପଶ୍ଚିମ ଓ ଦକ୍ଷିଣ ଆଫ୍ରିକାର ଦେଶ ଲାଇବେରିଆର ଅର୍ଥ ମନ୍ତ୍ରଣାଳୟର ୱେବ ପେଜ୍ ହ୍ୟା-କ ହେବା ସହ ପେଜ୍ ମାଧ୍ୟମରେ ଅନେକ ଅର୍ଥ ହରଣ କରୁଥିଲେ ହ୍ୟା-କ-ର । ଏନେଇ ସୂଚନା ପାଇବା ପରେ ହ୍ୟା-କ-ର ମାନଙ୍କୁ ଟ୍ରା-କ କରିବା ସହ ଡିଜିଟାଲ ପ୍ରମାଣ ସବୁ ପ୍ରଦାନ କରିଥିଲେ ସୌମ୍ଯ । ଏହାପରେ ଯାଇ ପେଜ୍ ଠିକ ଭାବେ ଚାଲି ପାରିଥିଲା ।

ସେଠାକାର ସରକାର କ୍ଲାର୍କ ହେଡ ହ୍ୟା-କ-ର-ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ସୌମ୍ୟଙ୍କୁ ୩୦ ଆମେରିକୀୟ ଡଲାର ଅର୍ଥ ପୁରସ୍କାର ଓ ମାନପତ୍ର ମଧ୍ୟ ଦେଇଛନ୍ତି । ଏହା ସହ ବିଦେଶରୁ ଚାକିରି ଅଫର ମଧ୍ୟ ପାଇଛନ୍ତି ସୌମ୍ଯ । କରୋନା ମହାମାରୀ ସମୟରେ ସମୟର ସଦୁପଯୋଗ କରି ସେ ଏହି ସଫଳତା ପାଇଛନ୍ତି ଏବଂ ପାଲଟି ଯାଇଛନ୍ତି ଜଣେ ଏଥିକାଲ ହ୍ୟା-କ-ର । ଡିଜିଟାଲ ତଥ୍ୟ ହ୍ୟା-କ କରୁଥିବା ଖଳ ପ୍ରକୃତିର ଲୋକଙ୍କ ଉପରେ ନଜର ରଖିଥାନ୍ତି ଏହି ଏଥିକାଲ ହ୍ୟା-କ-ର ମାନେ ।

ଏମାନେ ଏହି ଖଳ ହ୍ୟା-କ-ର ମାନଙ୍କୁ ଚିହ୍ନଟ କରି ପୋଲିସ, ସେନା ଓ ସରକାରଙ୍କ ସମେତ ଅନେକଙ୍କୁ ସହାୟତା ପ୍ରଦାନ କରିଥାନ୍ତି । ଲାଇବେରିଆ ସରକାର ସୌମ୍ୟଙ୍କ ଖବର ପାଇ ତାଙ୍କୁ ପ୍ରଥମେ ହ୍ଵାଟ୍ସଆପ୍ ରେ ଯୋଗାଯୋଗ କରିଥିଲେ । ଏହାପରେ ତାଙ୍କୁ କେସ ବିଷୟରେ ସଂପୂର୍ଣ୍ଣ ବିବରଣୀ ଦେଲେ ଓ ଫେସବୁକ ପେଜ୍ ର ଲିଙ୍କ ମଧ୍ୟ ଦେଇଥିଲେ । ଏହା ମଧ୍ୟରୁ ସୌମ୍ଯ ନିଜ ବୁଦ୍ଧି ପ୍ରୟୋଗ କରି ହ୍ୟା-କ-ର-ଙ୍କ ପାଖେ ପହଞ୍ଚିବା ପାଇଁ ଯାହା ଯାହା କରିବାର ଥିଲା ସେସମସ୍ତ କରିଥିଲେ ।

ଏହାପରେ ହ୍ୟା-କ-ର-ଙ୍କ କମ୍ପ୍ୟୁଟରରୁ ସମସ୍ତ ତଥ୍ୟ ଆଣିଥିଲେ ସୌମ୍ଯ । ଆମ ଫିଙ୍ଗରପ୍ରିଣ୍ଟ ଯେପରି ଆମ ଲଜିକାଲ ଆଇଡେଣ୍ଟିଟି ସେହିପରି ଆଇପି ଆଡ୍ରେସ ହେଉଛି ଯେକୌଣସି କମ୍ପ୍ୟୁଟରର ଲଜିକାଲ ଆଇଡେଣ୍ଟିଟି ଅଟେ । ଫିଙ୍ଗରପ୍ରିଣ୍ଟକୁ ନେଇ ଯେପରି ଯେକୌଣସି ତଦନ୍ତ କରାଯାଇ ପାରେ, ସେହିପରି ଆଇପି ଆଡ୍ରେସକୁ ନେଇ ମଧ୍ୟ ତଦନ୍ତ କରାହୁଏ । ସେଥିପାଇଁ ଯାହା ଯାହା ଡିଟେଲ୍ସ ଥିଲା ସେ ସମସ୍ତ କଲେକ୍ଟ କରିଥିଲେ ସୌମ୍ଯ ଓ ଯୋଗାଇ ଦେଇଥିଲେ ଲାଇବେରିଆ ସରକାରଙ୍କୁ ।

ରିପୋର୍ଟ ପାଇବା ପରେ ସେମାନେ ପ୍ରଥମେ ଏହାକୁ ଭେରିଫାଏ କରିଥିଲେ ଏବଂ ଏହାର କିଛି ଘଣ୍ଟା ପରେ ସେମାନେ ସୌମ୍ୟଙ୍କୁ ମେସେଜ କରିଥିଲେ କି ସବୁ ତଥ୍ୟ ଠିକ ଅଛି ଏବଂ ସେମାନେ ତାଙ୍କ କାର୍ଯ୍ୟରେ ଖୁବ ଖୁସି ଅଛନ୍ତି । ଏହାସହ ସେମାନେ ସୌମ୍ୟଙ୍କୁ ପୁରସ୍କାର ରାଶି ଏବଂ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଆମ ରାଜ୍ୟର ଏତେ ଛୋଟ ପିଲାର ଏପରି କାର୍ଯ୍ୟ ଦେଖି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାଇବେ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।