କୋଟି କୋଟି SBI ଗ୍ରାହକଙ୍କର ATM ଏବେ ହୋଇଯିବ ବେକାର, ବ୍ଯାଙ୍କ ଦେଲା ଏହାର ପୁରା ସୂଚନା, ଜାଣନ୍ତୁ

ଦୁନିଆ ବହୁତ ଦ୍ରୁତ ଗତିରେ ବଦଳୁଛି ଓ ତା’ ସହିତ ବଦଳୁଛି ଲୋକଙ୍କର କାମ କରିବାର ଶୈଳୀ । ଏହା ସହିତ ବ୍ୟାଙ୍କିଙ୍କ ସିଷ୍ଟମ ବି ବହୁତ ଦ୍ରୁତ ଗତିରେ ବଦଳିବାକୁ ଲାଗିଛି । ସେଥି ମଧ୍ୟରୁ ସବୁଠୁ ବଡ ଚେଞ୍ଜେସ ଆସିଛି ଡେବିଟ କାର୍ଡରେ ବା ATM କାର୍ଡରେ ଯାହାକୁ ଆମେ ପ୍ଲାଷ୍ଟିକ ମନି ବି କହିଥାଉ । ଏହି କାର୍ଡ ସାହାର୍ଯ୍ୟରେ ଆମେ ଯେତେବେଳେ ଯେଉଁଠି ଚାହିଁଲେ ବ୍ଯାଙ୍କରୁ ନିଜର ପଇସା ମେସିନ ଜରିଆରେ ବାହାର କରି ପାରିଥାଉ ଓ ଏହା ଆମ ଜୀବନକୁ ବହୁତ ସହଜ କରିଦେଇଛି ।

କିନ୍ତୁ ଗୋଟିଏ ଖବର ଅଛି କି ଭବିଷ୍ୟତରେ ଏହି କାର୍ଡ ଲୁପ୍ତ ହେବାକୁ ଯାଉଛି କାରଣ ଦେଶର ସବୁଠୁ ବଡ ବ୍ୟାଙ୍କ ଏହାର ଘୋଷଣା ମଧ୍ୟ କରି ଦେଇଛି ।

ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ତରଫରୁ କରା ଯାଇଥିବା ଘୋଷଣା ଅନୁସାରେ ବର୍ତ୍ତମାନ ସେ ଦେଶରେ ସଂପୂର୍ଣ୍ଣ ଭାବରେ ୟୋନୋ କ୍ୟାସ ପଏଣ୍ଟ୍ସ ର ବିସ୍ତାର କରି ବାକୁ ଯାଉଛି ।

ବର୍ତ୍ତମାନ ସୁଧା ଏସବିଆଇ ୩୮ ହଜାର ୟୋନୋ ପଏଣ୍ଟ୍ସ ସ୍ଥାପିତ କରି ସାରିଛି ଓ ଆଗକୁ ଏହାକୁ ୧ ଲକ୍ଷରୁ ବି ଅଧିକ କରିବାର ଯୋଜନା ଅଛି । ଏଥିରୁ ପଇସା ବାହାର କରିବା ପାଇଁ ଆପଣଙ୍କୁ କାର୍ଡ ନୁହେଁ ବରଂ ମୋବାଇଲର ଆବଶ୍ୟକତା ପଡିବ । ଆପଣ ସହଜରେ ନିଜ ଫୋନରେ ୟୋନୋ ଆପ କୁ ଖୋଲି ତା’ ଜରିଆରେ ଏହି ମେସିନକୁ ଆକ୍ସେସ କରି ଯେତେ ଇଚ୍ଛା ସେତେ ପଇସା ବାହାର କରି ପାରିବେ ।

 

ବ୍ୟାଙ୍କ କହିଛି କି ଆମେ ନିଜର ବ୍ୟାଙ୍କିଙ୍ଗ ପ୍ରଣାଳୀକୁ ସଂପୂର୍ଣ୍ଣ ଭାବରେ ୟୋନୋ ଉପରେ ଆଧାରିତ କରିବାକୁ ଯାଉଛି ଯେଉଁଥିରେ ଏବେ କାର୍ଡର କୌଣସି ପ୍ରୟୋଗ ରହିବ ନାହିଁ । ଅର୍ଥାତ ଆସନ୍ତା ଦୁଇ ବର୍ଷରେ ଏସବିଆଇ ଏହି କାର୍ଡକୁ ଅକାମି କରିବାକୁ ଯାଉଛି । ଏହାର ବିଶେଷତ୍ଵ ଏହା ଅଟେ କି ଏଥିରେ କାର୍ଡ କ୍ଳୋନିଙ୍ଗ ଓ କାର୍ଡ ହଜିଯିବା ଭଳି କୌଣସି ପ୍ରୋବ୍ଲେମ ରହିବ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।