ସାଉଦୀର ପ୍ରିନ୍ସ ମାନିଲେ ପିଏମ ମୋଦୀଙ୍କର ଏହି ବଡ କଥାକୁ, ଯାହା ଆଜି ପର୍ଯ୍ୟନ୍ତ କେହି କରେଇ ପାରି ନଥିଲେ, PM ମୋଦୀ କରି ଦେଖେଇଦେଲେ

ବୁଧବାର ଦିନ ସାଉଦୀ ଅରବର କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ଭାରତକୁ ଆସିଥିଲେ । ଏହି ସମୟରେ ପିଏମ ମୋଦୀ ପ୍ରିନ୍ସ ମୋହମ୍ମଦଙ୍କ ସହିତ ବହୁତ ମହତ୍ଵପୂର୍ଣ ବିଷୟ ଉପରେ ଚର୍ଚା କରିଛନ୍ତି । ଏବଂ ସେମାନେ ଏକ ସଂଯୁକ୍ତ ପ୍ରେସ କନ୍ଫ୍ରେଂସ ବି କରିଛନ୍ତି । ପ୍ରିନ୍ସ ମୋହମ୍ମଦଙ୍କ ସହିତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ଦେଖା କରିଛନ୍ତି । ତେବ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ।

ବୁଧବାର ଦିନ ନରେନ୍ଦ୍ର ମୋଦୀ ଏବଂ ପ୍ରିନ୍ସ ମୋହମ୍ମଦଙ୍କ ମଧ୍ୟରେ ବିଭନ୍ନ ବିଷୟ ଉପରେ ବିସ୍ତ୍ରୁତ ଭାବରେ କଥାବାର୍ତ୍ତା ହୋଇଛି । ଏହା ପରେ ଦୁଇ ପକ୍ଷ ମଧ୍ୟରେ ପର୍ଯ୍ୟଟନ ସହିତ ଅନ୍ୟ କ୍ଷେତ୍ର ଗୁଡିକରେ ନିବେଶ କରିବା ପାଇଁ ୫ ଟି ସହମତି ଜ୍ଞାପନ ପତ୍ରରେ ହସ୍ତାକ୍ଷର କରା ଯାଇଛି । ଯାହାକି ଭାରତ ପାଇଁ ବହୁତ ଭଲ ଅଟେ । ଏହା ପରେ ଦୁଇ ଦେଶ ମଧ୍ୟରେ ନିବେଶକୁ ନେଇ ଲମ୍ବା କଥାବାର୍ତ୍ତା ହୋଇଥିଲା ।

ଏହା ପରେ ଆତଙ୍କବାଦୀ ମାନଙ୍କ ଉପରେ ଦୁଇ ଦେଶ କହିଲେ କି ବର୍ତ୍ତମାନ ଆତଙ୍କବାଦକୁ ଶେଷ କରିବା ଦରକାର । କିନ୍ତୁ ଏହା ମଧ୍ୟରେ ଏକ ବଡ କଥା ସାମନାକୁ ଆସିଛି, ଯାହାକି କୌଣସି ଦେଶର ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇ ନାହାନ୍ତି, କିନ୍ତୁ ପିଏମ ମୋଦୀ ତାହା କରି ଦେଖାଇଛନ୍ତି ।

୮୫୦ ଭାରତୀୟ ଅପରାଧୀମାନଙ୍କୁ ଛାଡିବ ସାଉଦୀ ଆରବ

ଏହି ମିଟିଙ୍ଗରେ ମୋଦୀ ତାଙ୍କୁ ୮୫୦ ଭାରତୀୟ ଅପରାଧୀଙ୍କୁ ଛାଡିବା ପାଇଁ ଅନୁରୋଧ କରିଥିଲେ ଏବଂ ପ୍ରିନ୍ସ ବି ସଙ୍ଗେ ସଙ୍ଗେ ଛାଡିବା ପାଇଁ ଆଦେଶ ଦେଇ ଦେଲେ । ଯାହାର ସୂଚନା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ୱୀଟ କରି ଦେଇଛନ୍ତି । ଏହା ଭାରତର ସବୁଠୁ ବଡ ଉପଲବ୍ଧି ବୋଲି କୁହା ଯାଉଛି ।

ସାଉଦୀର ପ୍ରିନ୍ସ ମାନିଲେ ପିଏମ ମୋଦୀଙ୍କର କଥା

ଏହା ପରେ ରବୀଶ କୁମାର ଟ୍ୱୀଟ କରି ଆଗକୁ ଲେଖିଛନ୍ତି କି ସାଉଦୀର ପ୍ରିନ୍ସ ପିଏମଙ୍କର ଅନୁରୋଧ ସ୍ଵୀକାର କରି ଭାରତୀୟ ହଜ ଯାତ୍ରୀ ମାନଙ୍କର ସଂଖ୍ୟାକୁ ବଢାଇ ୨ ଲକ୍ଷ ପର୍ଯ୍ୟନ୍ତ କରି ଦେଇଛନ୍ତି, ଯାହାକି ଆଉ ଏକ ବଡ ଉପଲବ୍ଧି ଅଟେ । କହି ଦେଉଛୁ ଯେ ସାଉଦୀର ପ୍ରିନ୍ସ ଭାରତ ପାଇଁ ଆବଂଟିତ ହଜ କୋଟାରେ ପାଖାପାଖି ୨୫ ହଜାର କରିଥିଲେ, କିନ୍ତୁ ଏହାକୁ ବର୍ତ୍ତମାନ ୨ ଲକ୍ଷ କରି ଦିଆ ଯାଇଛି ।

ପିଏମ ମୋଦୀଙ୍କୁ କହି ସାରିଛନ୍ତି ନିଜର ବଡ ଭାଇ

ସାଉଦୀର ପ୍ରିନ୍ସ ପିଏମ ମୋଦୀଙ୍କୁ ନିଜର ବଡ ଭାଇ ବୋଲି କହିଛନ୍ତି । ଏବଂ ଏହା ବି କହିଛନ୍ତି କି ବଡ ଭାଇ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛି । କହି ଦେଉଛୁ ଯେ ଏହା ସବୁ ପିଏମ ମୋଦୀ ଏବଂ ତାଙ୍କ ମଧ୍ୟରେ ଥିବା ଭଲ ସମ୍ପର୍କ ଯୋଗୁ ହୋଇ ପାରିଛି ।