ଯେଉଁ ସ୍ତ୍ରୀ ମଧ୍ୟରେ ଥାଏ ଏହି 7 ଟି ଲକ୍ଷଣ, ସେ ହୋଇଥାଏ ସବୁଠୁ ଅଧିକ ଭାଗ୍ୟଶାଳି, ଚମକେଇ ଦିଏ ସ୍ବାମୀର ଭାଗ୍ୟ- Garuda Puran

ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳାମାନଙ୍କୁ ଦେବୀର ମାନ୍ୟତା ମିଳିଛି । ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀ, ସରସ୍ଵତୀ,ପାର୍ବତୀ ବୋଲି ମାନାଯାଏ । ଗୋଟେ ପୁରୁଷର ଅର୍ଦ୍ଧାଙ୍ଗିନୀ ଭାବେ ଓ ତା ଜୀବନର ଉନ୍ନତି ପଛରେ ସ୍ତ୍ରୀର ହିଁ ହାତ ରହିଥାଏ । ଗରୁଡ ପୁରାଣରେ ଏହି ୭ଟି ଲକ୍ଷଣ ଥିବା ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଛି । ଆମେ ଆଜି ଆପଣମାନଙ୍କୁ ଏହାର ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ।

୧ – ଯେଉଁ ସ୍ତ୍ରୀ ଅଧିକ ସମୟ ଯାଏ ଶୋଇରୁହେ ସେ ପାପର ଭାଗୀଦାରୀ ହୋଇଥାଏ । ଗରୁଡ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ । ଏହିଭଳି ଲକ୍ଷଣ ଥିବା ସ୍ତ୍ରୀଙ୍କ ପାଇଁ ଘରେ ସୁଖ ଶାନ୍ତିର ବିକାଶ ହୋଇଥାଏ ।

୨- ଯେଉଁ ସ୍ତ୍ରୀ ପୂଜା ପାଠ ନ କରି ଅଧିକ ସମୟ ଶୋଇରୁହେ ସେହି ଲକ୍ଷଣ ଥିବା ସ୍ତ୍ରୀ ପାପର ଭାଗୀଦାର ହୋଇଥାଏ । ଯେଉଁ ସ୍ତ୍ରୀ ସକାଳୁ ଉଠି ସ୍ନାନ କରି ଠାକୁରଙ୍କ ପୂଜାରେ ନିଜକୁ ସମର୍ପଣ କରିଥାଏ ଓ ଠାକୁରଙ୍କ ଧୂପ ଦୀପ ଲଗାଇ ଆଳତି କରିଥାଏ ସେହି ଲକ୍ଷଣ ଥିବା ସ୍ତ୍ରୀଙ୍କ ପାଇଁ ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।

୩- ମା ଲକ୍ଷ୍ମୀଙ୍କର ପ୍ରିୟା ହୋଇଥିବା ସ୍ତ୍ରୀ ସବୁବେଳେ ପରିଷ୍କାର ପରିଚ୍ଛନ ରହିଥାଏ । କିନ୍ତୁ ଯାହା ଘରେ ସଦାବେଳେ ଅଳିଆ ଆବର୍ଜନା ଭରପୁର ହୋଇ ରହିଥାଏ ସେହି ଭଳି ଘରେ ମା ଲକ୍ଷ୍ମୀଙ୍କର ବାସ ନ ଥାଏ । ଯେଉଁ ସ୍ତ୍ରୀ ନିଜ ଘରକୁ ପରିଷ୍କାର ରଖିଥାଏ ଓ ଘରର ଅଗଣାରେ ରଙ୍ଗୋଲି ପକାଇ ଦେବା ଦେବୀଙ୍କର ଆରାଧନା କରିଥାଏ ସେ ସୌଭାଗ୍ୟବତୀ ହୋଇଥାଏ । ଏହିଭଳି ସ୍ତ୍ରୀ ଥିବା ଘରେ ଉନ୍ନତି ହୋଇଥାଏ ।

୪- ଯେଉଁ ସ୍ତ୍ରୀ ସକାଳୁ ଚଉରାରେ ପାଣି ଦେଇ ସୂର୍ଯ୍ୟଙ୍କୁ ପ୍ରଣାମ କରିଥାଏ ସେଭଳି ସ୍ତ୍ରୀ ଲକ୍ଷ୍ମୀବନ୍ତ ହୋଇଥାନ୍ତି । ଏହିଭଳି ସ୍ତ୍ରୀ ଥିବା ଘରେ ଅଭାବ ଓ ଅଶାନ୍ତି ରହିନ ଥାଏ ।

୫- ଯେଉଁ ସ୍ତ୍ରୀ ରାତିରେ ଶୋଇବା ପୂର୍ବରୁ ନିଜ ସ୍ଵାମୀର ଗୋଡ ଚିପିଥାଏ ଓ ସକାଳେ ଉଠିବା ପରେ ସ୍ଵାମୀର ପାଦ ଛୁଇଁ ପ୍ରଣାମ କରିଥାଏ ସେଭଳି ସ୍ତ୍ରୀ ମା ଲକ୍ଷ୍ମୀଙ୍କର ପ୍ରିୟା ହୋଇଥାଏ । ଯେମିତି ମା ଲକ୍ଷ୍ମୀ ନିଜ ସ୍ବାମୀଙ୍କର ପାଦ ପୂଜା କରିଥାନ୍ତି ସେହିଭଳି ସାଧାରଣ ମନୁଷ୍ୟ ଏହି ନିୟମକୁ ପାଳନ ନ କରିଲେ ଦୁର୍ଭାଗ୍ୟର ସମୁଖିନ୍ନ ହୋଇଥାନ୍ତି ।

୬- ଯେଉଁ ସ୍ତ୍ରୀ ଅନ୍ୟକୁ କାଟୁ କଥା କହି ଖରାପ ବ୍ୟବହାର କରିଥାଏ ସେଭଳି ସ୍ତ୍ରୀର ଜୀବନରେ ଦୁଖ ରହିଥାଏ । କିନ୍ତୁ ଯେଉଁ ସ୍ତ୍ରୀ ମିଠା ବଚନ କହି ସମସ୍ତଙ୍କୁ ନିଜର ବୋଲି ଭାବି ଥାଏ ସେହି ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୭- ଯେଉଁ ସ୍ତ୍ରୀ ଖାଇବାକୁ ଅପମାନ କରିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ରହି ନଥାଏ । କିନ୍ତୁ ଯେଉଁ ସ୍ତ୍ରୀ ସ୍ଵାଦିଷ୍ଟ ଅର୍ଣ୍ଣ ତିଆରି କରି ପ୍ରଶଂସାର ପାତ୍ର ହୋଇଥାଏ ସେହି ଭଳି ଘରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ ।

ଏହିଭଳି ୭ଟି ଲକ୍ଷଣ ଥିବା ସ୍ତ୍ରୀ ମାନେ ଘରେ ଥିଲେ କେବେ ବି ସୁଖ ଶାନ୍ତିର ଅଭାବ ହୋଇନଥାଏ । ଏହାଛଡା ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ରହିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।