“ସାଥ ନିଭାନା ସାଥିଆ” ସିରିଏଲ ଅଭିନେତ୍ରୀଙ୍କ ପିତାଙ୍କ କରୋନାରେ ମୃତ୍ୟୁ!

ସାଥ୍ ନିଭାନା ସାଥିଆ ‘ଅଭିନେତ୍ରୀଙ୍କ ପିତାଙ୍କର ଦେହାନ୍ତ । ଟିଭି ସିରିଏଲ ‘ସାଥ ନିଭାନା ସାଥିଆ’ ଅଭିନେତ୍ରୀ ରୁଚା ହାସବନିସଙ୍କ ପିତାଙ୍କର ଦେହାନ୍ତ ହୋଇଛି । ସେ କରୋନା ଜୀବାଣୁ ସହିତ ଲଢ଼ିଥିଲେ । ସେ ଏହି ଦୁଖଦ ଖବର ସୋସିଆଲ ମିଡିଆରେ ଜଣାଇଛନ୍ତି, ଯାହା ପରେ ଅନେକ ସେଲିବ୍ରେଟି ମାନେ ଶୋକ ପ୍ରକାଶ କରିଛନ୍ତି ।

ରୁଚା ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି – ବାପା, ମୁଁ ତୁମକୁ ତାରାଗୁଡ଼ିକର ଅନ୍ୟ ପାର୍ଶ୍ୱରେ ଦେଖିବି । “ଠିକ୍ ସେଠାରେ, ଆପଣ ଶାନ୍ତିରେ ଖୁବ ଶାନ୍ତିରେ ରୁହ, ମୋର ପ୍ରିୟ ବାପା । ” ତାଙ୍କ ପିତା କରୋନା ଜୀବାଣୁ ସଂକ୍ରମିତ ହୋଇଥିବା କହି ଅଗଷ୍ଟ ୨ ରେ ଏହି ପୋଷ୍ଟ ସେୟାର କରିଥିଲେ ।

ତେବେ ଫୁସଫୁସ ସଂକ୍ରମଣରୁ ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ । ପିତାଙ୍କ ସ୍ୱାସ୍ଥ୍ୟ କାମନା କରିବାକୁ ରୁଚା ସମସ୍ତଙ୍କୁ ନିବେଦନ କରିଥିଲେ । ଏହାପରେ ଅନେକ ସେଲିବ୍ରେଟି ବନ୍ଧୁ ରୁଚା ବା ରାଶି ଙ୍କ ପିତା ଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ ।

ସିରିଏଲ ‘ସାଥ ନିଭାନା ସାଥିଆ’ରେ ରାଶି ଜିଗର ଭୂମିକାରେ ଅଭିନୟ କରି ରୁଚା ପ୍ରସିଦ୍ଧ ହୋଇଥିଲେ । ସେ 2015 ରେ ରାହୁଲ ଜଗାଦାଦେଙ୍କ ସହ ବିବାହ କରିଥିଲେ । 2019 ରେ, ସେ ଏକ ଝିଅଙ୍କୁ ଜନ୍ମ ଦେଇଛନ୍ତି । ବିବାହ ଯୋଗୁଁ ସେ ଅଧାରୁ ସାଥୀଆ ସିରିଏଲ ଛାଡ଼ି ଦେଇଥିଲେ । ସିରିଏଲ ର କାଷ୍ଟ ମାନେ ରାଶି ଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ଭୂମିକା ଟିକୁ ବନ୍ଦ କରି ତାଙ୍କୁ ସମ୍ମାନ ସହ ବିଦାୟ ଦେଇଥିଲେ ।

 

View this post on Instagram

 

Rest in peace my sweet sweet Daddy ❤️♾ . . . 8.8.20

A post shared by Rucha Hasabnis Jagdale (@ruchahasabnis) on

ଏହା ସହିତ ରାଶି ବିବାହ ପାଇଁ ଅଭିନୟ ଦୁନିଆ କୁ ବିଦାୟ ଦେଇଛନ୍ତି । ଏହା ପରଠାରୁ ସେ ଅନ୍ୟ କୌଣସି ପରଦାରେ ଅଭିନୟ କରିନାହାଁନ୍ତି । ଭଗବାନ ତାଙ୍କ ପିତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ ଗୋଟିଏ ସେୟାର୍ ନିଶ୍ଚୟ କରନ୍ତୁ । ଆମକୁ ଲାଇକ କରିବାକୁ ଜମା ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ ।