ଶତକ କରିବା ପରେ ବି କଣ ପାଇଁ ଧୋନୀ ଦଳରୁ ବାହାର କରିଦେଇ ଥିଲେ, ଆଜି ପର୍ଯ୍ୟନ୍ତ ପଚାରିବାର ସାହାସ ହେଇ ନାହିଁ

ପୂର୍ବ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟର ବ୍ୟାଟ୍ସମ୍ୟାନ ମନୋଜ ତିବାରି ଙ୍କୁ ଦଳରୁ ବାହାର କରିଦେଇ ଥିବା ଦୁଖଃ ଆଜି ବି ଅଛି । ସେ କହିଛନ୍ତି କି ୨୦୧୧ ମସିହାରେ ଶତକ ପାର କରିବା ପରେ ବି ଧୋନୀ ତାଙ୍କୁ ଆଗାମୀ ମୁକାବିଲା ରେ ଦଳରୁ ବାହାର କରିଦେଇ ଥିଲେ । ସେତେବେଳେ ଏହା ମନୋଜ ଙ୍କ ପାଇଁ କଠିନ ଥିଲା ଏବଂ ବହୁତ ଦୁଃଖ ମଧ୍ୟ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କଣ ପାଇଁ ତାଙ୍କୁ ଦଳରୁ ବାହାର କରାଗଲା ଏହାର କାରଣ ଧୋନୀଙ୍କୁ ପଚାରିବା ପାଇଁ ସାହସ କରିପାରୁ ନାହାଁନ୍ତି ।

ମନୋଜ ତିବାରି ଏକ ସାକ୍ଷାତକାର ରେ କହିଥିଲେ କି ମୁଁ କେଗେ ହେଲେ ବି ଭାବିନଥିଲି କି ମୁଁ ନିଜ ଦେଶ ପାଇଁ ଶତକ କରିବି ଏବଂ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇବି ଏବଂ ମତେ ଆଗାମୀ ୧୪ଟି ମ୍ୟାଚରେ ଖେଳିବା ପାଇଁ ଅନୁମତି ଦିଆଯିବ ନାହିଁ । ମୁଁ ଏହି କଥାର ସମ୍ମାନ କରୁଛି କି କ୍ୟାପଟେନ, କୋଚ ବା ଟିମ ମ୍ୟାନେଜମେଣ୍ଟଙ୍କର ବିଚାର କିଛି ଅଲଗା ହୋଇ ଥିବ । କାରଣ ଜଣେ ଖେଳାଳି ଭାବରେ ସେମାନେ ଯାହା ଭାବିଛନ୍ତି ତାର ସମ୍ମାନ କରିବା ଦରକାର ।

ଶତକ ପାରି କରିବା ପରେ ୮ ମାସ ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବା ପାଇଁ ମୌକା ମିଳିଥିଲା । ସିରିଜର ଚତୁର୍ଥ ୱନଣ୍ଡେ ରେ ସେ ୨୧ ରନ କରିଥିଲେ । ଏହାପରେ ତାଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ଦଳରେ ଜାଗା ଦିଆଯାଇ ନଥିଲା । ୨୦୧୫ ମସିହାରେ ସେ ଭାରତ ପକ୍ଷରୁ ମ୍ୟାଚ ଖେଳିଥିଲେ ।

ସେ କହିଛନ୍ତି ମୁଁ ଭାବିଥିଲି କି ଭବିଷ୍ୟତରେ ଯାହା ବି ହେଲେ ଧୋନୀ ଭାଇଙ୍କୁ ପଚାରି ବି କି ସେ ମୋତେ କଣ ପାଇଁ ଦଳରୁ ବାହାର କରିଥିଲେ କିନ୍ତୁ ଏହା କରିବା ପାଇଁ ମତେ କେବେ ମୌକା ମିଳିନି କି ତାଙ୍କୁ ଏହି କଥା ପଚାରିବା ପାଇଁ ନିଜ ଭିତରେ ସାହାସ ମଧ୍ୟ ଜୁଟାଇ ପାରିନି । କାରଣ ଆମେ ଆମର ସିନିୟର ମାନଙ୍କର ବହୁତ ସମ୍ମାନ କରିଥାଉ ଏବଂ ଏହି କାରଣରୁ ପ୍ରଶ୍ନ କରିବା ପାଇଁ ଅଟକି ଯାଇଥାଉ ।

ଏହି କାରଣରୁ ଆଜି ପର୍ଯ୍ୟନ୍ତ ମୁଁ ତାଙ୍କୁ ଏହି ପ୍ରଶ୍ନ ପଚାରି ପାରି ନାହିଁ । ଇଣ୍ଡିଆନ ପ୍ରିମିୟର ଲିଗ ର ଫ୍ରାନ୍ଚାଇଜ ଟିମ ରାଇଜିଙ୍ଗ ପୁନେ ସୁପର ଯଏଣ୍ଟ୍ସ ରେ ମନୋଜ ଧୋନୀ ଙ୍କ ସହିତ ଖେଳି ସାରିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।