ସତ ହେଉଛି କି ମାଳିକା ବଚନ ? ଶ୍ରୀକ୍ଷେତ୍ର ଦେଉଛି କି ସୃଷ୍ଟି ବିନାଶର ପୂର୍ବ ସୂଚନା ? କାହିଁକି ଏଭଳି ଘଟୁଛି ବାରମ୍ବାର ?

ବାଇଶି ପାହାଚେ ଖେଳିବ ମୀନ, ବୁଡିଯିବ ଶ୍ରୀକ୍ଷେତ୍ର । ସତ ହୋଇଯିବ କି ଏହି ମାଳିକା ବଚନ ? ବଡ ବିପତ୍ତି ମାଡି ଆସୁଛି କି ? ଇଏ କଣ ବିନାଶ ପୂର୍ବର ସଂକେତ ? ଏମିତି ଅନେକ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି । କାରଣ ଗୋଟିଏ ପରେ ଗୋଟିଏ ମାଳିକା ବଚନ ଧୀରେ ଧୀରେ ସତ ହେବାରେ ଲାଗିଛି । ପଞ୍ଚସଖା ଅଚ୍ୟୁତାନନ୍ଦଙ୍କ ଲିଖିତ ମାଳିକା ଅନୁସାରେ ସୃଷ୍ଟି ଧ୍ଵଂସ ହେବା ଆଗରୁ ଏହାର ସୂଚନା ମିଳିବ । ବାଇଶି ପାହାଚରେ ପାଣି ଚାଲିବ, ଶ୍ରୀକ୍ଷେତ୍ର ବୁଡିଯିବ ।

ଆଉ ଏହିସବୁ ଘଟଣା ଏବେ ଅକ୍ଷରେ ଅକ୍ଷରେ ସତ ହେବାରେ ଲାଗିଛି । କାରଣ ଗତ କିଛିଦିନ ଧରି ଶ୍ରୀକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି । କିଛିଦିନ ତଳେ ଶ୍ରୀକ୍ଷେତ୍ରରେ କଳା ଅନ୍ଧାର ଘୋଟି ଆସିଥିଲା । ଫଳରେ ପ୍ରବଳ ବର୍ଷା ଯୋଗୁଁ ବାଇଶି ପାହାଚରେ ପାଣି ଚାଲିବା ସହ ଝରଣାର ଭ୍ରମ ସୃଷ୍ଟି କରିଥିଲା । ଭକ୍ତମାନେ ଆଣ୍ଠୁଏ ଲେଖାଏଁ ପାଣିରେ ଅଟକି ରହିଥିଲେ । ସେହିପରି ବଡଦାଣ୍ଡ ମଧ୍ୟ ବର୍ଷାରେ ଜଳାର୍ଣ୍ଣାବ ହୋଇ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା ।

ମାଳିକା କଥା ଅନୁସାରେ ଶ୍ରୀକ୍ଷେତ୍ର ଏବଂ ବଡଦାଣ୍ଡରେ ପାଣି ଚାଲିଥିଲା । କେବଳ ଏତିକି ନୁହେଁ ବରଂ ଅନ୍ୟପରେ ପୁରୀ ସମୁଦ୍ରରେ ମଧ୍ୟ ଖଣ୍ଡିଆଭୂତ ବୁଲିଥିଲା । ଘନ ଅନ୍ଧାର ସହ ସମୁଦ୍ରର ଜଳରାଶିରେ କେଉଁ ଏକ ଅଜଣା ଶକ୍ତି ଘୁରି ବୁଲିଥିଲା । ଯାହାର ପ୍ରଭାବରେ ସମୁଦ୍ରର ଜଳରାଶି ମଧ୍ୟ ଭୟଙ୍କର ରୂପ ନେଇଥିଲା । ସେହିପରି ଆଜି ମଧ୍ୟ ଶ୍ରୀମନ୍ଦିରରେ ଆଉ ଏକ ଅଘଟଣ ଘଟିଥିଲା ।

ଶ୍ରୀମନ୍ଦିରର ସରଘରେ ନିଆଁ ଲାଗି ଯାଇଥିଲା । ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ଯେଉଁ ଘରେ ସାମଗ୍ରୀ ସବୁ ରଖାଯାଏ, ସେଠାରେ ହଠାତ ନିଆଁ ଲାଗି ଯାଇଥିଲା । ଏହି ନିଆଁ ଲାଗିବାର କାରଣ ମଧ୍ୟ କେହି ଜାଣି ପାରି ନଥିଲେ । ତେବେ ବାରମ୍ବାର ଶ୍ରୀକ୍ଷେତ୍ରରେ ଏଭଳି ଅଘଟଣ ଘଟିବା ସୃଷ୍ଟି ବିନାଶ ପୂର୍ବର ସୂଚନା ନୁହେଁ ତ ? ସବୁକିଛି ଧ୍ଵଂସ ହେବା ଆଗରୁ ଏହା ହୁଏତ ମହାବାହୁଙ୍କର ପୂର୍ବ ସୂଚନା ।

ସୃଷ୍ଟି ଧ୍ଵଂସ ହେବାକୁ ବୋଧହୁଏ ଆଉ ମାତ୍ର କମ୍ ଦିନ ରହିଲା । ନଚେତ ଶ୍ରୀକ୍ଷେତ୍ରରେ ବାରମ୍ବାର ଏଭଳି ଘଟଣା ଘଟୁଛି ? ଏସବୁ ପ୍ରଶ୍ନ ସମସ୍ତଙ୍କ ମନକୁ ଘାରୁଛି । ସେ ଯାହାବି ହେଉ ବିଶ୍ଵବାସୀଙ୍କୁ କେବଳ ମହାପ୍ରଭୁ ହିଁ ଭରସା । କାରଣ ସେ ହିଁ ସୃଷ୍ଟି ଓ ବିନାଶର କାରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।