ଶାଶୁଘରେ ରାଜ କରିଥାନ୍ତି ଏହି ୬ଟି ନାମର ଝିଅ

ଦୁନିଆର ସବୁ ଝିଅକୁ ଦିନେ ନା ଦିନେ ବିବାହ କରିବା ପରେ ନିଜର ପିତାଙ୍କ ଘର ଛାଡି ଶଶୁର ଘରକୁ ଯିବାକୁ ପଡିଥାଏ ଓ ଏହି ସ୍ଥାନରୁ ହିଁ ସେହି ଝିଅର ଏକ ନୂତନ ଜୀବନ ଆରମ୍ଭ ହୋଇଥାଏ । ଏମିତିରେ ସବୁ ଝିଅଙ୍କ ଆଶା ଥାଏ କି ତାଙ୍କର ବିବାହିତ ଜୀବନ ସୁଖମୟ ହୋଇଥାଉ ଓ ଶଶୁର ଘରେ ସମସ୍ତେ ତା’ ଉପରେ ଖୁସି ରୁହନ୍ତୁ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏମିତି ହିଁ ୬ଟି ନାମର ଝିଅମାନଙ୍କ ବିଷୟରେରେ କହିବାକୁ ଯାଉଛୁ, ଯେଉଁମାନଙ୍କ ବିଷୟରେ କୁହାଯାଏ କି ସେମାନେ ନିଜର ଶଶୁର ଘରେ ସମସ୍ତଙ୍କର ହୃଦୟ ଜିତିବାରେ ମାହିର ହୋଇଥାନ୍ତି । ସବୁବେଳେ ହିଁ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି ।

A ନାମର ଝିଅମାନେ

ଜ୍ୟୋତିଷଙ୍କ ଅନୁସାରେ ଏମିତି କୁହାଯାଏ କି A ଅକ୍ଷରରେ ଆରମ୍ଭ ହେଉଥିବା ନାମର ଝିଅମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ଓ କୁହାଯାଏ କି ଏମାନଙ୍କର ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ଏମାନେ ନିଜର ଶଶୁରଘରେ ସବୁବେଳେ ନିଜେ ତ ଖୁସିରେ ରୁହନ୍ତି ଏହା ସହିତ ସମସ୍ତଙ୍କୁ ବି ଖୁସିରେ ରଖିବାକୁ ଭରପୁର ଚେଷ୍ଟା କରନ୍ତି । ଏମାନେ ନିଜ କଥା ମନାଇବା ବି ଭଲ ଭାବରେ ଜାଣିଥାନ୍ତି ।

ନିଜର ସ୍ଵଭାବ, ଭଲ ପାଇବା ଓ ସ୍ନେହ ଦ୍ଵାରା ଏମାନେ ଶଶୁର ଘରର ସମସ୍ତଙ୍କର ହୃଦୟକୁ ଜଲ୍ଦି ଜିତି ନିଅନ୍ତି । ଏମାନଙ୍କୁ ଲାଇଫ ପାର୍ଟନର ବି ଏମିତି ମିଳିଥାଏ ଯିଏ ସବୁ କ୍ଷେତ୍ରରେ ଏମାନଙ୍କ ସହିତ ଥାଆନ୍ତି । ଏହି ନାମର ଝିଅମାନେ ଶଶୁର ଘରେ ସବୁଦିନ ପାଇଁ ରାଜ କରିଥାନ୍ତି ।

D ନାମର ଝିଅମାନେ

ଜ୍ୟୋତିଷଙ୍କ ଅନୁସାରେ D ନାମର ଝିଅମାନେ ନିଜର ପାର୍ଟନରଙ୍କ ସହିତ ନିଜର ଶଶୁର ଘର ଲୋକଙ୍କର ବି ଭଲ ଧ୍ୟାନ ରଖିଥାନ୍ତି ଓ ତାଙ୍କୁ ପୁରା ମାନ ସମ୍ମାନ ବି ଦେଇଥାନ୍ତି । ସ୍ଵଭାବରେ ସେଂସିଟିଭ ହେବା କାରଣରୁ ସମସ୍ତଙ୍କ ପାଇଁ ଏମାନଙ୍କର ହୃଦୟରେ ଦୟାର ଭାବନା ଦେଖିବାକୁ ମିଳିଥାଏ । ଏହା ଛଡା ନିଜର ପାର୍ଟନର ଓ ଶଶୁର ଘରର ଲୋକମାନଙ୍କୁ ଖୁସି କରିବା ପାଇଁ ଏମାନେ କିଛି ବି କରି ପାରନ୍ତି ।

ନିଜର ଏହି ପ୍ରତିଭା କାରଣରୁ ଶଶୁର ଘରେ ସବୁବେଳେ ଏମାନେ ଖୁସିରେ ରୁହନ୍ତି । ଏହି ନାମର ଝିଅମାନଙ୍କୁ ବହୁତ ଭଲ ପାଉଥିବା ପାର୍ଟନର ହିଁ ମିଳିଥାଏ । ପ୍ରତ୍ୟେକ କାର୍ଯ୍ୟରେ ଦକ୍ଷତା ଥିବାରୁ ଏହି ନାମର ଝିଅମାନେ ଶଶୁର ଘରେ ରାଜ କରିଥାନ୍ତି ।

M ନାମର ଝିଅମାନେ

ଜ୍ୟୋତିଷଙ୍କ ଅନୁସାରେ M ନାମର ଝିଅମାନେ ସ୍ଵଭାବରେ ବହୁତ ସରଳ ଅଟନ୍ତି ଓ ସବୁ କାମକୁ ସରଳତାର ସହ କରନ୍ତି । ନିଜର ଏହି ଗୁଣ କାରଣରୁ ଶଶୁର ଘରେ ସମସ୍ତଙ୍କର ହୃଦୟ ଜିତିବାରେ ଏମାନେ ସଫଳ ହୋଇଥାନ୍ତି । ଶଶୁର ଘରେ ସମସ୍ତଙ୍କର ଧ୍ୟାନ ରଖିବା ଓ ସତ କହିବା କାରଣରୁ ଶଶୁର ଘରେ ଏମାନଙ୍କୁ ବହୁତ ମାନ ସମ୍ମାନ ମିଳିଥାଏ । ଶଶୁର ଘରେ ସମସ୍ତଙ୍କର ଭଲ ପାଇବା ମିଳିଥାଏ । ଏମାନଙ୍କର ଇଜ୍ଜତ କୌଣସି ମହାରାଣୀଙ୍କ ଠାରୁ କମ ହୋଇ ନ ଥାଏ ।

S ନାମର ଝିଅମାନେ

ଜ୍ୟୋତିଷଙ୍କ ଅନୁସାରେ ଯେଉଁ ଝିଅମାନଙ୍କର ନାମ S ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ସବୁବେଳେ ଶଶୁର ଘରର ପରିବେଶକୁ ସୁଖମୟ ରଖିବାରେ ବିଶ୍ଵାସ ରଖନ୍ତି । ଏହି ନାମର ଝିଅମାନେ ଆତ୍ମବିଶ୍ଵାସରେ ବି ଭରପୁର ହୋଇଥାନ୍ତି । ଯେଉଁ କାରଣରୁ ଏମାନେ ବହୁତ ମଝବୁତ ରହିଥାନ୍ତି । ବିବାହ ପରେ ଏମାନେ ଜଲ୍ଦି ହିଁ ଶଶୁର ଘର ଲୋକଙ୍କର ବିଶ୍ଵାସ ଜିତି ନିଅନ୍ତି ।

P ନାମର ଝିଅମାନେ

ଜ୍ୟୋତିଷଙ୍କ ଅନୁସାରେ କୁହାଯାଏ କି P ଅକ୍ଷର ନାମର ଝିଅମାନେ ନିଜର ଶଶୁର ଘରେ ମହାରାଣୀଙ୍କ ଭଳି ଜୀବନ ବ୍ୟତୀତ କରିଥାନ୍ତି । ଏମାନେ ସବୁ କ୍ଷେତ୍ରରେ ନିଜର ପାର୍ଟନର ଓ ଶଶୁର ଘରର ଲୋକମାନଙ୍କୁ ସମ୍ଭାଳି କରି ରଖିଥାନ୍ତି । ଏମାନେ ବହୁତ ହିଁ ଲକି ହୋଇଥାନ୍ତି । ଶଶୁର ଘରର ଲୋକମାନେ ଏମାନଙ୍କୁ ନିଜ ମୁଣ୍ଡରେ ବସାଇ ରଖନ୍ତି ।

R ନାମର ଝିଅମାନେ

କୁହାଯାଏ କି ଏହି ନାମର ଝିଅମାନେ ସମାଜରେ ନିଜର ଏକ ଅଲଗା ପରିଚୟ କରି ବଞ୍ଚିଥାନ୍ତି । କିନ୍ତୁ ବିବାହ ପୂର୍ବରୁ ଓ ପରେ ଏମାନେ ନିଜର ପରିବାର ଓ ତାହା ସହିତ ଜଡିତ ଲୋକମାନଙ୍କ ସହିତ ହିଁ ଚାଲିଥାନ୍ତି । ଏମାନଙ୍କର ସବୁ ଗୁଣକୁ ଶଶୁର ଘର ଲୋକମାନେ ବହୁତ ପସନ୍ଦ କରନ୍ତି । ଏହି ନାମର ଝିଅମାନେ ନିଜର ପାର୍ଟନରଙ୍କ ସହିତ ଶଶୁର ଘରର ଲୋକମାନଙ୍କୁ ବି ବହୁତ ଇଜ୍ଜତ ଦେଇଥାନ୍ତି ।