ଶାଶୁଘର ଲୋକ ଫାଡିଦେଲେ ବସ୍ତ୍ର, ନିବସ୍ତ୍ର ହେଇ ମହିଳା ୩କିମି ଚାଲି ଚାଲି ପହଞ୍ଚିଲା ଥାନାରେ, ବାଟରେ ଲୋକେ କଲେ ଭିଡିଓ ଶୁଟିଙ୍ଗ ଆଉ ତା ପରେ…

ଶ୍ବଶୁର ଘରଲୋକଙ୍କ ଅତ୍ୟାଚାରରେ ସହି ନ ପାରି ଜଣେ ମହିଳା ସାହାଜ୍ଯ ପାଇଁ ପୋଲିସକୁ ଫୋନ କଲେ । କିନ୍ତୁ ଆସିଲାନି ପୋଲିସ । ଯେଉଁଠି ପାଇଁ ରାଜସ୍ଥାନ ପୋଲିସର କାମକୁ ନେଇ ପୁଣି ଉଠିଛି ଅଙ୍ଗୁଳି । ଶେଷରେ ନିର୍ବସ୍ତ୍ର ମହିଳା ପାଦରେ ୩ କିଲୋମିଟର ଚାଲିଚାଲି ଯାଇ ବିଦାଶର ଥାନାରେ ପହଞ୍ଚି ଥିବା ଏବେ ଚୁରୁ ଜିଲ୍ଲାରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ କି ରାସ୍ତାରେ ମହିଳା ନିବସ୍ତ୍ର ମହିଳା ଚାଲି ଚାଲି ଯାଉଥିଉଲେ  ଲୋକେ ମୋବାଇଲରେ  ଭିଡିଓ ସୁଟିଂ କରୁଥିଲେ ହେଲେ କେହି ଜଣେବି ହେଲେ ତାଙ୍କର ଲଜ୍ଜା ନିବାରଣ ପାଇଁ ଆଗେଇ ଆସି ନଥିଲେ ।

୨୦ ନମ୍ବର ଜାତୀୟ ଦୀର୍ଘ ୪୫ ମିନିଟ ରାଜମାର୍ଗରେ ମହିଳା ଜଣକ  ନଗ୍ନ ଶରୀର ଓ ଖାଲିପାଦରେ   ଚାଲିଥିଲେ ବି ସହାୟତା ପାଇଁ ପୋଲିସ ପହଞ୍ଚି ନଥିଲା ।

ଶାଶୁଘର ଲୋକଙ୍କ ନିର୍ଜାତନା କରୁଥିବା ଘଟଣା କୁ ନେଇ ମହିଳାଙ୍କ ଟେଲିଫୋନ ସୂଚନାକୁ ପୋଲିସ ଗୁରୁତ୍ବ ଦେଇ ନଥିଲା । ତେବେ ମହିଳା ନଗ୍ନ ଶରୀରରେ ଥାନାରେ ପହଞ୍ଚିବା ପରେ ତାଙ୍କ ଅଭିଯୋଗ ଅନୁଯାୟୀ ତ୍ବରିତ କାର୍ଯ୍ୟାନୁଷ୍ଠାନ କରିବା ସହ ତାଙ୍କ ଦେଢଶୁର, ଯାଆ ଓ ଦିଅରଙ୍କୁ ଗିରଫ କରିଛି । ଏହା ସହିତ ରାସ୍ତାରେ ଚାଲିଚାଲି ଆସୁଥିବା ବେଳେ ତାଙ୍କର ନଗ୍ନ ଭିଡିଓ ସୁଟିଂ କରିଥିବା ଉମାଶଙ୍କର ନାଈକୁ ମଧ୍ୟ ଗିରଫ କରାଯାଇଛି ।

ଚୁରୁ ଜିଲ୍ଲା ବିଦାରସର ଥାନା ଅଞ୍ଚଳର ଓ୍ବର୍ଡ ନମ୍ବର ୫ରେ ରହୁଥିବା ମହିଳାଙ୍କ ସହ ତାଙ୍କ ପରିବାର ଲୋକଙ୍କର ରବିବାର ସକାଳେ ଝଗଡା ହୋଇଥିଲା ।   ପରିସ୍ଥିତି ଏପରି ହୋଇଥିଲା ଯେ ଘର ଲୋକେ ମହିଳାଙ୍କ ପୋଷାକ ଚିରି ତାଙ୍କୁ ନିର୍ବସ୍ତ୍ର କରିଦେଇଥିଲେ । ଘଟଣା ନେଇ ସେ ଫୋନ ଯୋଗେ ପୋଲିସକୁ ସୂଚନା ଦେଇଥିଲେ । ହେଲେ ଦୀର୍ଘ ସମୟ ଧରି ପୋଲିସ ନ ପହଞ୍ଚିବାରୁ ଶେଷରେ ସେଇ ଅବସ୍ଥାରେ ମହିଳା ଥାନା ଅଭିମୁଖେ ବାହାରି ପଡିଥିଲେ । ମହିଳା ଥାନା ନିକଟସ୍ଥ ସାଲାସର ମନ୍ଦିରରେ ପହଞ୍ଚିବା ପରେ ଥାନା ଆଇଆଇସି ଓ କନଷ୍ଟେବଳ ସେଠାରେ ତାଙ୍କୁ  ବେଡସିଟ୍ ଆଣି ଘୋଡାଇଥିଲେ । ପରେ  ସେ ଥାନାକୁ ଯାଇ ତାଙ୍କର ଅଭିଯୋଗ ରୁଜୁ କରିଥିଲେ ।