ଶାସ୍ତ୍ର ଅନୁସାରେ ସୋମବାର ଦିନ ଏହି ଉପାୟ କରିବା ଦ୍ଵାରା ସବୁ କଷ୍ଟ ହୋଇଥାଏ ଦୂର

ଶାସ୍ତ୍ର ଅନୁସାରେ ସୋମବାର ଦିନଟି ଶିବଙ୍କର ଦିନ ହୋଇଥାଏ । ଏବଂ ଏହି ଦିନ ଶିବଙ୍କ ପୂଜା କଲେ ଓ ମନ୍ଦିର ଯାଇ ଶିବଲିଙ୍ଗ ଦର୍ଶନ କଲେ ସବୁ କଷ୍ଟ ଦୂର ହୋଇଯାଏ । ଏହି ଦିନ ଯଦି ବିବାହିତା ନାରୀ ଶିବଙ୍କ ପୂଜା କରନ୍ତି ତେବେ ତାଙ୍କ ସ୍ଵାମୀଙ୍କ ଉନ୍ନତି ହୋଇଥାଏ ଓ ଶିବ ତାଙ୍କ ସ୍ଵାମୀଙ୍କର ରକ୍ଷା ମଧ୍ୟ କରନ୍ତି । ସୋମବାର ଦିନ ଯଦି ତଳେ ଦିଆଯାଇଥିବା ଉପାୟ କରିବେ ତେବେ ଆପଣଙ୍କୁ ଅଧିକ ଲାଭ ମିଳିବ ।

ସୋମବାର ଦିନ କରନ୍ତୁ ଏହି ଉପାୟ

ବିବାହ ଜଲ୍ଦି ହେବ

ଯେଉଁଲୋକମାନଙ୍କର ବିବାହ ହୋଇପାରୁ ନାହିଁ କିମ୍ବା ବୈବାହିକ ଜୀବନରେ କିଛି ସମସ୍ୟା ଦେଖାଯାଉଛି, ସେମାନେ ସୋମବାର ଦିନ ମନ୍ଦିର ଯାଇ ଗୌରି-ଶଙ୍କରଙ୍କୁ ରୁଦ୍ରାକ୍ଷ ଚଢାନ୍ତୁ । ରୁଦ୍ରାକ୍ଷ ଚଢାଇବା ପୂର୍ବରୁ ତାହାକୁ ଗଙ୍ଗାଜଳରେ ଧୋଇ ତାପରେ ମନ୍ଦିର ଯାଇ ପ୍ରଥମେ ଶିବଙ୍କର ପୂଜା କରି, ରୁଦ୍ରାକ୍ଷ ଶିବଙ୍କ ଫଟୋ ଆଗରେ ରଖନ୍ତୁ । ଏହା ଦ୍ଵାରା ବୈବାହିକ ଜୀବନରେ ଦୁଃଖ ଦୂର ହୋଇଯିବ ଓ ଯେଉଁମାନଙ୍କର ବିବାହ ହେଉନାହିଁ ତାଙ୍କର ବିବାହ ହୋଇଯିବ ।

ବେଲପତ୍ର ଚଢାନ୍ତୁ

ସୋମବାର ଦିନ ଆପଣ ମନ୍ଦିର ଯାଇ ଶିବଲିଙ୍ଗଙ୍କୁ ପୂଜା କରନ୍ତୁ । ଗୋଟେ ବେଲପତ୍ର ନେଇ ତା ଉପରେ ଧଳା ଚନ୍ଦନ ଲଗାଇ ଶିବଲିଙ୍ଗ ଉପରେ ଚଢାନ୍ତୁ ଓ ନିଜ ମନକଥା କୁହନ୍ତୁ, ଏହାଦ୍ଵାରା ଆପଣଙ୍କର ମନୋସ୍କାମନା ପୂରଣ ହେବ । ଏହି ଉପାୟ ଆପଣଙ୍କର ମନୋସ୍କାମନା ପୁରା ନ ହେବା ଯାଏଁ କରନ୍ତୁ ।

ରୁଦ୍ରାକ୍ଷ ମାଳ ଜପ କରନ୍ତୁ

ଆପଣ ସବୁ ସୋମବାର ଦିନ ଶିବଙ୍କ ମନ୍ଦିର ଯାଇ ‘ଓଁ ନମୋ ଧନଦାୟ ସ୍ଵାହା’ ମନ୍ତ୍ରକୁ ୧୧ଥର ଜପ କରନ୍ତୁ । ଏହାଦ୍ଵାରା ଧନ ଲାଭ ହେବ ଓ ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ

ସୋମବାରଦିନ ଏହି ମନ୍ତ୍ର ଜପ କରିବା ଦ୍ଵାରା ବହୁତ ଲାଭ ମିଳିଥାଏ । ଏଥିପାଇଁ ଆପଣ ଏହି ମନ୍ତ୍ର ରୁଦ୍ରାକ୍ଷ ମାଳା ସହ ୧୦୮ ଥର ଜପ କରନ୍ତୁ ।

ଗରିବ ଲୋକଙ୍କୁ ଅନ୍ନ ଦାନ କରନ୍ତୁ

ସୋମବାର ଦିନ ଶିବଙ୍କ ମନ୍ଦିର ଯାଇ ତାଙ୍କୁ କ୍ଷୀର ଓ ଜଳ ଚଢାଇ ପୂଜା କରନ୍ତୁ । ପୂଜା କରି ସାରିବା ପରେ ବାହାରେ ବସିଥିବା ଗରିବ ଲୋକମାନଙ୍କୁ କିଛି ଅନ୍ନ ଓ କିଛି ପଇସା ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ପୂଜା ସଫଳ ହେବ ଓ ଆଗକୁ ଆର୍ଥିକ ସମସ୍ୟା ଦେଖା ଦେବ ନାହିଁ ।

ସୁହାଗର ଜିନିଷ ଦାନ କରନ୍ତୁ

ସ୍ଵାମୀର ଭଲ ସ୍ୱାସ୍ଥ୍ୟ ଓ ଲମ୍ବା ଆୟୁଷ ପାଇଁ ସୋମବାର ଦିନ ଜଣେ ବିବାହିତା ନାରୀଙ୍କୁ ସିନ୍ଦୁର,କୁଙ୍କୁମ, ଲାଲ ଶାଢୀ ଓ ଚୁଡି ଦାନ କରନ୍ତୁ । ଏହା କରିବାଦ୍ଵାରା ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ ଓ ସ୍ଵାମୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯଦି ଆପଣ ଏହାକୁ ଦାନ କରି ପାରୁନାହାଁନ୍ତି ତେବେ ଆପଣ ଏହି ସୁହାଗର ଜିନିଷ ଗୁଡିକୁ ଶିବଙ୍କ ମନ୍ଦିରରେ ରଖିଦିଅନ୍ତୁ ।