ହେଲମେଟ୍ ନାହିଁ ତ ପେଟ୍ରୋଲ୍ ନାହିଁ ! ଜୁନ୍ ୧ ରୁ ଲାଗୁ ହେବ ହେବ ଏମିତି ନିୟମ, ଜାଣନ୍ତୁ କାହିଁକି

ଜନସାଧରଙ୍କ ପାଇଁ ସରକାର ନେଇଛନ୍ତି ଏକ କଡା ନିଷ୍ପତ୍ତି । ସମସ୍ତ ଗାଡି ଚାଳକ ମାନେ ହୋଇଯାଆନ୍ତୁ ସାବଧାନ । ସରକାରଙ୍କ ନୂଆ ନିୟମ ଅନୁସାରେ ଯଦି କୌଣସି ଗାଡି ଚାଳକ ବିନା ହେଲମେଟରେ ପେଟ୍ରୋଲ ପାକାଇବାକୁ ଯାଉଛନ୍ତି ତେବେ ସେମାନଙ୍କୁ ପେଟ୍ରୋଲ ଦିଆଯିବ ନାହିଁ । ପ୍ରଥମେ ଏହି ନିୟମଟି ଜନପଦ ଗୌତମବୁଦ୍ଧ ନଗରରେ ଜୁନ୍ ୧ ରୁ ଲାଗୁ କରାଯିବ । ଏହି ସମ୍ପର୍କରେ ଜିଲ୍ଲାଧିକାରୀ ବ୍ରିଜେଶ୍ ନାରାୟଣ ସିଂହ ସବୁ ପେଟ୍ରୋଲ୍ ପମ୍ପରେ ଡିଲର୍ ଙ୍କ ସହ ଏକ ବୈଠକ କରିଥିଲେ । ତେବେ ଏହି ନିୟମ କେମିତି ଲାଗୁ ହେବ ଓ ଲୋକମାନେ କେମିତି ଏହାକୁ କଡାକଡି ଭାବେ ପାଳନ କରିବେ ସେଥିପାଇଁ ସରକାର ଧ୍ୟାନ ଦେଉଛନ୍ତି ।

ବିନା ହେଲମେଟରେ ପେଟ୍ରୋଲ୍ ପମ୍ପରେ ପହଂଚିଲେ ବାହନ ଚାଳକଙ୍କୁ ପେଟ୍ରୋଲ୍ ମିଳିବ ନାହିଁ ।

ସଡକ ସୁରକ୍ଷା ପ୍ରତି ସତର୍କତା ଆଣିବା ଉଦେ୍ଧଶ୍ୟରେ ସରକାର ଏଭଳି ନିୟମ କରିଛି ବୋଲି ଶ୍ରୀ ସିଂହ କହିଥିଲେ । ତେବେ ଏହି ନିଷ୍ପତ୍ତି ପରେ ସବୁ ପେଟ୍ରୋଲ ପମ୍ପରେ କଡା କଡି ଭାବେ ଆଦେଶ ଦିଆ ହୋଇଛି ଯେ ୩୧ ମେ ପରେ ଜନପଦର କୌଣସି ପେଟ୍ର୍ରୋଲ୍ ପମ୍ପରେ ବିନା ହେଲମେଟ୍ ପିନ୍ଧି ଆସିଥିବା ବାହନ ଚାଳକଙ୍କୁ ପେଟ୍ରୋଲ୍ ଦିଆଯିବନାହିଁ ।

ଜିଲ୍ଲାଧିକାରୀଙ୍କ କହିବାନୁସାରେ ମୋଟର ବାହନ ଅଧିନିୟମ ୧୯୮୮ ର ଧାରା ୧୨୯ ଅନୁସାରେ ଚାଳକ ତଥା ଆରୋହୀଙ୍କ ଦ୍ୱାରା ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ ଅଟେ । ସରକାରଙ୍କ କହିବା ଅନୁସାରେ ପ୍ରତିଦିନର ସଡକ ଦୂର୍ଘଟଣାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।