ଆଣ୍ଠୁ ବିନ୍ଧା, ଅଣ୍ଟାବିନ୍ଧା, ଗୋଇଁଠି ବିନ୍ଧା କେବଳ ୨ ମିନିଟରେ ଠିକ କରିଦେବ ଏହି ରାମବାଣ ଘରୋଇ ଉପାୟ !

ଆଜି ଆମେ ଆପଣଙ୍କ ପାଇଁ ଏକ ଭଲ ଟିପ୍ସ ଆଣି ଆସିଛୁ ଯାହାକୁ ପ୍ରୟୋଗ କଲେ ଶରୀରର ସମସ୍ତ କଷ୍ଟ ଦୂର ହୋଇଯିବ । ସେ ହାଡର କଷ୍ଟ ହେଉ ଅବା ମାଂସପେଶୀ ର କଷ୍ଟ । କେବଳ 2 ମିନିଟ ରେ ଏହା ଆପଣଙ୍କ କଷ୍ଟକୁ ମୂଳରୁ ଶେଷ କରିଦେବ । ଏଥିପାଇଁ ଆପଣଙ୍କୁ ଅରଖ ଗଛର ଆବଶ୍ୟକତା ପଡିବ ।

ଏହି ଗଛ ସୂର୍ଯ୍ୟଙ୍କ ପ୍ରଭାବ ସହ ବଢିଥାଏ । ଯେମିତି ସୂର୍ଯ୍ୟଙ୍କ ତେଜ କମ ହୋଇଯାଏ ଏହାର ଗୁଣ କମ ହୋଇଯାଏ । ବର୍ଷା ଦିନ ଗୁଡିକରେ ଏହାର ଗୁଣ କିଛି ବି ନ ଥାଏ । ଏହି ଗଛକୁ ଆପଣ ବ୍ୟବହାର କରି ସମସ୍ତ ପ୍ରକାରର ମାଂସପେଶୀ କଷ୍ଟ ଦୂର କରି ପାରିବେ । ଏହା ଭିତରେ ଏମିତି ରସାୟନ ମିଳିଥାଏ ଯାହା ଆପଣଙ୍କ କଷ୍ଟକୁ ନିବାରଣ କରିଥାଏ ।

ଏହାର ପ୍ରୟୋଗ ସମୟରେ କିଛି ସାବଧାନତା ଆପଣଙ୍କୁ ପାଳନ କରିବାକୁ ହେବ । ଏହି ଗଛର କ୍ଷୀର ଆଖି ସଂସ୍ପର୍ଶରେ ଆସିଲେ ଆପଣ ଅନ୍ଧ ହୋଇ ପାରନ୍ତି ତେଣୁ ଏହାକୁ ବ୍ୟବହାର କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରୟୋଗ ବିଷୟରେ ।

ପ୍ରଥମ ପ୍ରୟୋଗ

ଏଥିପାଇଁ ଆପଣଙ୍କୁ ଅରଖ ଗଛର ୧୫ ଟି ଫୁଲ ଆବଶ୍ୟକ ଓ ତାହାକୁ ଏକ ପାତ୍ରରେ ଗୋଟିଏ ଗିନା ପାଣିରେ ଫୁଟାଇବାକୁ ହେବ । ପାଣିକୁ ଗରମ କରିବା ପରେ ଫୁଲକୁ ବାହାର ବାହାର କରି ଦିଅନ୍ତୁ । ବିନ୍ଧା ହେଉଥିବା ସ୍ଥାନକୁ ଏହି ପାଣି ସାହାର୍ଯ୍ୟରେ ଧୁଅନ୍ତୁ ।

ତା ପରେ ସେହି ଫୁଲକୁ ଏକ ସୂତା କପଡା ସାହାର୍ଯ୍ୟରେ ଗୋଇଠିରେ ବାନ୍ଧି ଦିଅନ୍ତୁ । ଏହାକୁ ଆପଣ 10-15 ଦିନ କରନ୍ତୁ ଦେଖିବେ ଆପଣଙ୍କ ଗୋଇଠିର କଷ୍ଟ ମୂଳରୁ ଶେଷ ହୋଇଯିବ ।

ଦ୍ଵିତୀୟ ପ୍ରୟୋଗ

ଏଥିପାଇଁ ଆପଣଙ୍କୁ ଅରଖ ପତ୍ର ଓ ଶୋରିଷ ତେଲର ଆବଶ୍ୟକତା ପଡିବ । ଏହି ପତ୍ରରେ ଶୋରିଷ ତେଲ ଲଗାଇ ସେକିବାକୁ ହେବ । ପତ୍ରଟି ଭାଜି ହୋଇଗଲେ ତାହାକୁ ଏକ ସୂତା କପଡା ସାହାର୍ଯ୍ୟରେ ବାନ୍ଧନ୍ତୁ ଯେଉଁଠି ଆପଣଙ୍କୁ କଷ୍ଟ ହେଉଥିବ । ଏହା ଦ୍ଵାରା ପତ୍ର ଭିତରେ ଥିବା ରସାୟନ ଆପଣଙ୍କ ଦେହକୁ ଯିବ ଓ କଷ୍ଟ ଦୂର ହୋଇଯିବ ।

ତୃତୀୟ ପ୍ରୟୋଗ

ଏଥିରେ ଆପଣ ଅରଖ ଡାଳରୁ ପତ୍ରକୁ ଭାଙ୍ଗି କ୍ଷୀର ବାହାର କରନ୍ତୁ । ସେହି କ୍ଷୀରକୁ ନେଇ ଗୋଇଠିରେ ଲଗାଇ ତାହାକୁ ଭଲ ଭାବେ ମାଲିସ କରନ୍ତୁ ଯେମିତି ସମସ୍ତ କ୍ଷୀର ଆପଣଙ୍କ ଗୋଇଠି ଅବଶୋଷିତ କରି ନେବ ।
କିନ୍ତୁ ଯଦି ଆପଣଙ୍କୁ ଏନିମିଆ, ରକ୍ତର ଅଭାବ କାରଣରୁ କଷ୍ଟ ହେଉଛି କି ହାଡ ଭାଙ୍ଗି ଯିବାରୁ କଷ୍ଟ ହେଉଛି ତେବେ ଏହି ପ୍ରୟୋଗ କାମ କରିବ ନାହିଁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।