ଶରୀରର 8 ଚିହ୍ନ ଯାହା କହିଥାଏ ଆପଣ ବହୁତ ବୁଦ୍ଧିମାନ – Genius Signs

ବୁଦ୍ଧିମାନ ଏହି ଶବ୍ଦ ଆପଣଙ୍କ ମୁଣ୍ଡରେ କେବେ ନା କେବେ ନିଶ୍ଚିତ ଆସଥିବ ଓ ଯେତେବେଳ ବି ଆପଣଙ୍କ ମୁଣ୍ଡରେ ଏହି ଶବ୍ଦ ଆସିଥାଏ ତେବେ ଦୁନିଆର କେତେକ ବଡ ବଡ ବୈଜ୍ଞାନିକମାନଙ୍କ ନାଁ ଆପଣଙ୍କ ମୁଣ୍ଡରେ ନିଶ୍ଚିତ ଆସିଥିବ । ଏମିତିରେ ଆଜି ଆମେ ଆପଣଙ୍କୁ ୧୦ ଟି ଏମିତି ସଂକେତ ବିଷୟରେ କହିବୁ ଯାହା ବୁଦ୍ଧିମାନ ଲୋକମାନଙ୍କ ମଧ୍ୟରେ ଦେଖାଯାଇଥାଏ । ଯଦି ଆପଣଙ୍କ ଭିତରେ ଯଦି ସେହି ସଂକେତ ଅଛି ତେବେ ଆପଣ ବି ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ।

ସମାଜ ଠାରୁ ଦୂରେଇ ରହିବା

ଯେଉଁମାନେ ବୁଦ୍ଧିମାନ ହୋଇଥାନ୍ତି ସେମାନ ସମାଜର ଲୋକମାନଙ୍କ ଠାରୁ ବହୁତ ଦୂରେଇ ରୁହନ୍ତି । ଏହା ସତ୍ୟ ଅଟେ । ଅର୍ଥାତ ଯେଉଁ ବ୍ୟକ୍ତି ଲୋକମାନଙ୍କ ସହ କିମ୍ବା ଅଧିକ ସାମାଜିକ ସମ୍ପର୍କ ରଖିଥାଏ ସେ ବହୁତ ଅଧିକ ବ୍ୟସ୍ତ ରହିଥାଏ । ଏମିତିରେ ସେ କୌଣସି ବି କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରି ପାରେ ନାହିଁ । କିନ୍ତୁ ଯିଏ ବୁଦ୍ଧିମାନ ବ୍ୟକ୍ତି ହୋଇଥାଏ ସେ ବହୁତ କମ ବନ୍ଧୁ ରଖିଥାଏ । ଏହା ସହିତ ସୋସିଆଲ ମିଡିଆ ଠାରୁ ବି ଦୂରେଇ ରୁହନ୍ତି ।

ଆଙ୍ଗୁଠିରେ ଚନ୍ଦ୍ରମା

ରିସର୍ଚ ଦ୍ଵାରା ଜଣା ପଡିଛି କି ଯଦି କୌଣସି ବ୍ୟକ୍ତିର ବୁଢା ଆଙ୍ଗୁଠିର ନଖ ଉପରେ ଚନ୍ଦ୍ରମା ଅଛି ତେବେ ସେମାନେ ବହୁତ ଜ୍ଞାନୀ ହୋଇଥାନ୍ତି ।

ହାତରେ X ଚିହ୍ନ

ଯଦି ଆପଣଙ୍କ ହାତ ରେଖା ମଝିରେ X ଚିହ୍ନ ଅଛି ତେବେ ବୁଝି ଯାଆନ୍ତୁ କି ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ଓ ଏହା ପ୍ରାୟତଃ ଭାରତୀୟ ବ୍ୟକ୍ତିମାନଙ୍କ ହାତରେ ଦେଖାଯାଇଥାଏ । ଅର୍ଥାତ ପ୍ରାୟତଃ ଭାରତୀୟ ବୁଦ୍ଧିମାନ ହୋଇଥାନ୍ତି ।

ରାତିରେ ଜଗିବା

ଯଦି ଆପଣ ରାତି ରାତି ଜଗି କୌଣସି କାମ କିମ୍ବା ପଢିବାକୁ ପସନ୍ଦ କରନ୍ତି ତେବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ।

ବୁଦ୍ଧିର ଭୋକ

ଜଣେ ବୁଦ୍ଧିମାନ ବ୍ୟକ୍ତି ସବୁବେଳେ ପଢିବା ପାଇଁ କିମ୍ବା ଜ୍ଞାନ ହାସଲ କରିବା ପାଇଁ ଚେଷ୍ଟା କରିଥାଏ । ପଢିବା, ରିସର୍ଚ କରିବା ଇତ୍ୟାଦି । ଜଣେ ଜ୍ଞାନୀ ବ୍ୟକ୍ତି କେବେ ବି ନିଜର ଟାଇମକୁ ବର୍ବାଦ ହେବାକୁ ଦିଏ ନାହିଁ ।

ବାମ ହାତରେ ଲେଖିବା

ବହୁତ ରିସର୍ଚ ଦ୍ଵାରା ଏହା ଜଣା ପଡିଛି କି ଯଦି ଆପଣ ବାମ ହାତରେ କିମ୍ବା ଦୁଇ ହାତର ଲେଖିବା ଜାଣିଛନ୍ତି ତେବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ।

ଅଧିକ ଚିନ୍ତା କରୁଥିବା

ଯଦି ଆପଣ ଅଧିକ ଚିନ୍ତା କରୁଛନ୍ତି ତେବେ ଆପଣ ବି ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ତାଙ୍କର ମସ୍ତିଷ୍କ ଗୋଟିଏ ଜିନିଷ ବିଷୟରେ ଏତେ ଚିନ୍ତା କରିଥାଏ କି ତାଙ୍କୁ ଜଣା ପଡେ ନାହିଁ କି ତାଙ୍କର ଟାଇମ କେତେବେଳ ଚାଲିଗଲା ।

କମ କଥାବାର୍ତ୍ତା କରିବା

ଯେଉଁ ଲୋକମାନେ କମ କଥାବାର୍ତ୍ତା କରନ୍ତି ଓ ସବୁବେଳେ ନିଜ ସହିତ କଥାବାର୍ତ୍ତା କରିଥାନ୍ତି ସେମାନେ ବି ବହୁତ ଜ୍ଞାନୀ ହୋଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।