କରୋନା ସଙ୍କଟ ମଧ୍ୟରେ ଏହି କର୍ମଚାରୀ ମାନଙ୍କୁ ଲାଗିଲା ଝଟକା, ସରକାର ଆଗାମୀ ଆଦେଶ ପର୍ଯ୍ୟନ୍ତ ରୋକିଲେ ଇଙ୍କ୍ରିମେଣ୍ଟ

କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ମେ ୩୧ ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । କରୋନା କାରଣ ପାଇଁ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଙ୍କଟ ସମୟରେ ଲୋକଙ୍କୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡୁଛି । କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀ ମାନଙ୍କର ଡିଏ ବୃଦ୍ଧି ଉପରେ ରୋକ ଲଗାଇଛନ୍ତି, ବର୍ତ୍ତମାନ ଛତିଶଗଡ ସରକାର ବଡ ନିଷ୍ପତ୍ତି ନେବା ସହିତ କର୍ମଚାରୀ ମାନଙ୍କୁ ବଡ ଝଟକା ଦେଇଛନ୍ତି ।

ଛତିଶଗଡର ଭୁପେଶ ବଧେଲ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ରୋକ ଲଗାଇଛନ୍ତି । ସରକାରଙ୍କ ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହି ରୋକ ଲଗାଯିବ ବୋଲି କୁହାଯାଇଛି । ସରକାର କହିଛନ୍ତି କି ୧ ଜାନୁୟାରୀ ୨୦୨୧ ଏବଂ ୧ ଜୁଲାଇ ୨୦୨୧ରେ ଅବସର ନେବାକୁ ଥିବା ସରକାରୀ କର୍ମଚାରୀଙ୍କ ଉପରେ ଏହି ରୋକ ଲାଗୁହେବ ନାହିଁ ।

ଛତିଶଗଡ ସରକାର କହିଛନ୍ତି କି ରାଜ୍ୟ ସରକାରଙ୍କ ସବୁ କର୍ମଚାରୀଙ୍କୁ ୧ ଜୁଲାଇ ୨୦୨୦ ଏବଂ ୧ ଜାନୁୟାରୀ ୨୦୨୦ରେ ଦରମା ବୃଦ୍ଧି ଉପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ରୋକ ଲଗାଯାଇଛି । ଏହି ଆଦେଶ ସେହି କର୍ମଚାରୀଙ୍କଉପରେ ଲାଗୁ ହେବନାହିଁ ଯେଉଁମାନେ ୧ ଜାନୁୟାରୀ ୨୦୨୧ ଏବଂ ୧ ଜୁଲାଇ ୨୦୨୧ରୁ ପ୍ରଥମେ ଅବସର ନେବେ ।

ସରକାର ରାଜସ୍ୱ ଉପରେ ବୃଦ୍ଧି ପାଉଥିବା ଭାରକୁ କମ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଛତିଶଗଡ ସରକାର ରାଜସ୍ୱ ଉପରେ ବୃଦ୍ଧି ଭାରକୁ କମ କରିବା ଉପାୟ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବାସଭବନରେ ସିଏମ ଭୁପେଶ ବଘେଲଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । ଯେଉଁଥିରେ ଏହି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନିଆଯାଇଛି ।

ବୃଦ୍ଧି ଉପରେ ରୋକ ଲଗାଇବା ସହିତ ସରକାର ନୂଆ ପଦବୀ ସୃଷ୍ଟି, ସ୍ଥାନାନ୍ତରଣ, ଦାମି ହୋଟେଲରେ ବୈଠକ, ବିଦେଶ ଯାତ୍ରା ଏବଂ ସରକାରୀ ଅଧିକାରୀ ମାନଙ୍କ ଦ୍ଵାରା ନୂଆ ଯାନ କ୍ରୟ ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି କି ଖାଲି ଥିବା ପଦବୀରେ ନିଯୁକ୍ତି ଦେବା ପୂର୍ବରୁ ବିଭାଗ ଗୁଡିକୁ ଅର୍ଥ ବିଭାଗର ଅନୁମତି ନେବାକୁ ପଡିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।