ଲକଡାଉନରେ ବି ହିଟ ରହିଛି ଏହି ବିଜିନେସ, ଖୋଲିବା ପାଇଁ ସରକାର ଦେଉଛନ୍ତି ୨.୫ଲକ୍ଷ ଟଙ୍କା, ଖାଲି କରିବାକୁ ହେବ ଏହି କାମ

କରୋନା ଭାଇରସ ପ୍ରସାରକୁ ରୋକିବା ପାଇଁ କରାଯାଇଥିବା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର ୨୦୨୦-୨୧ର ପ୍ରଥମ ଦୁଇ ମାସରେ ୧୦୦କୋଟି ଟଙ୍କାରୁ ଅଧିକ ବିକ୍ରି କରିଛନ୍ତି । ଜନଔଷଧ କେନ୍ଦ୍ରରେ ଶସ୍ତା ଔଷଧ କିଣିବା ଦ୍ଵାରା ଲୋକ ମୋଟ ୮୦୦କୋଟି ଟଙ୍କା ସଞ୍ଚୟ କରିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଔଷଧର ଖର୍ଚକୁ କମ କରିବା ପାଇଁ ମୋଦୀ ସରକାର ୨୦୧୫ରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଆରମ୍ଭ କରିଥିଲେ । ଜେନେରିକ ଔଷଧର ପ୍ରଚଳନ ବଢାଇବା ପାଇଁ ଜୋର ଦେଇଥିଲେ । ଏଥିପାଇଁ ସରକାର ଲୋକଙ୍କୁ ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ସୁଯୋଗ ଦେଇଛନ୍ତି । ୯୦% ପର୍ଯ୍ୟନ୍ତ ଶସ୍ତାରେ ମିଳୁଛି ଔଷଧ ।

ଜନଔଷଧୀ କେନ୍ଦ୍ରରେ ଔଷଧ ବଜାର ମୂଲ୍ୟ ତୁଳନାରେ ୫୦ରୁ ୯୦ ପ୍ରତିଶତ ଶସ୍ତାରେ ମିଳୁଛି । ବର୍ତ୍ତମାନ ଦେଶର ୭୨୬ଟି ଜିଲ୍ଲାରେ ୬୩୦୦ରୁ ଅଧିକ ଜନଔଷଧୀ କେନ୍ଦ୍ର ଅଛି । ଏହାକୁ ଖୋଲିବା ମଧ୍ୟ ବହୁତ ସହଜ ଏହା ସହିତ ଏଥିରେ ଖର୍ଚ ମଧ୍ୟ କମ ହୋଇଥାଏ । ଆପଣ ଏହାକୁ ଖୋଲିବା ପାଇଁ ଅନଲାଇନରେ ଆବେଦନ ମଧ୍ୟ କରିପାରିବେ । ସରକାର ମଧ୍ୟ ଏହାକୁ ଖୋଲିବାରେ ସାହାଯ୍ୟ କରୁଛନ୍ତି ।

ସରକାରଙ୍କ ଠାରୁ ମିଳୁଛି ସାହାଯ୍ୟ

ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ୨.୫୦ଲକ୍ଷ ଟଙ୍କା ଖର୍ଚ ହୋଇଥାଏ ଏବଂ ସରକାର ଏହାର ସମ୍ପୂର୍ଣ ଖର୍ଚ ଉଠାଇ ଥାନ୍ତି । ସରକାରଙ୍କ ଦ୍ଵାରା ଔଷଧର ବିକ୍ରି ଉପରେ ୨୦ ପ୍ରତିଶତ ମାର୍ଜିନ ଅଛି । ପ୍ରତ୍ୟକ ମାସରେ ହେଉଥିବା ବିକ୍ରି ଉପରେ ଅଲଗା ୧୫ ପ୍ରତିଶତ ଇଂସେଟିବ ମିଳିଥାଏ । ଇଂସେଟିବର ସର୍ବାଧିକ ସୀମା ମାସକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫିକ୍ସ ଅଟେ । ଏହା ସେ ପର୍ଯ୍ୟନ୍ତ ମିଳିଥାଏ ଯେ ପର୍ଯ୍ୟନ୍ତ ୨.୫୦ଲକ୍ଷ ଟଙ୍କା ପୁରା ହୋଇନାହିଁ ।

କେଉଁମାନେ ଖୋଲି ପାରିବେ ଏହି କେନ୍ଦ୍ର

ଏଥିପାଇଁ ସରକାର ତିନି ପ୍ରକାର ବର୍ଗର ତିଆରି କରିଛନ୍ତି । ପ୍ରଥମ ବର୍ଗ ଅଧୀନରେ କୌଣସି ବି ବ୍ୟକ୍ତି, ଫାର୍ମାସିଷ୍ଟ, ଡାକ୍ତର କିମ୍ବା ପଞ୍ଜୀକୃତ ଅଭ୍ୟାସ ଷ୍ଟୋର ଆରମ୍ଭ କରିପାରିବେ । ଦ୍ଵିତୀୟ ବର୍ଗ ଅଧୀନରେ ଟ୍ରଷ୍ଟ, ଏଜେନ୍ସି, ବେସରକାରୀ ହସ୍ପିଟାଲ, ସୋସାଇଟ ସେଲ୍ଫ ହେଲ୍ପ ଗୃପ ସୁଯୋଗ ମିଳିବ । ତୃତୀୟ ବର୍ଗ ଅଧୀନରେ ରାଜ୍ୟ ସରକାରଙ୍କ ତରଫରୁ ମନୋନୀତ କରାଯାଇ ଥିବା ଏଜେନ୍ସି ରହିବ । ଏଥିପାଇଁ ୧୨୦ ବର୍ଗଫୁଟ ଅଞ୍ଚଳରେ ଦୋକାନ ହେବା ଜରୁରୀ ଅଟେ । ଷ୍ଟୋର ଆରମ୍ଭ କରିବା ପାଇଁ ସରକାରଙ୍କ ତରଫରୁ ୯୦୦ ଔଷଧ ଉପଲବ୍ଧ କରାଯିବ ।

କେମିତି କରିବେ ଆବେଦନ ?

ଷ୍ଟୋର ଖୋଲିବା ପାଇଁ ଆପଣଙ୍କ ପାଖରେ ଜନଔଷଧୀ ଷ୍ଟୋର ନାମରେ ଖୁଚୁରା ଔଷଧ ବିକ୍ରି କରିବାର ଲାଇସେନ୍ସ ରହିବା ଦରକାର । ଯେଉଁ ବ୍ୟକ୍ତି ବା ଏଜେନ୍ସି ଷ୍ଟୋର ଖୋଲିବା ପାଇଁ ଚାହୁଁଛନ୍ତି ସେମାନେ http://janaushadhi.gov.in/ କୁ ଯାଇ ଫର୍ମ ଡାଉନଲୋଡ କରିପାରିବେ । ଭାରତର ବ୍ଯୁରୋ ଅଫ ଫର୍ମ ପବ୍ଲିକ ସେକ୍ଟର ଅଣ୍ଡରଟେକିଂର ଜେନେରାଲ ମ୍ୟାନେଜରଙ୍କ ନାମରେ ଆବେଦନ ପଠାଇବାକୁ ପଡିବ । ଏହାର ଠିକଣା ଜନଔଷଧୀର ୱେବସାଇଟରେ ସୂଚନା ଉପଲବ୍ଧ ଅଛି ।

ଯଦି ଆପଣ ନିଜେ ଆବେଦନ କରୁଛନ୍ତି ତାହେଲେ ନିଜର ଆଧାର ଓ ପ୍ୟାନ କାର୍ଡର ଆବଶ୍ୟକ ହେବ । ଯଦି କୌଣସି ବେସରକାରୀ ସଂଗଠନ, ଫାର୍ମାସିଷ୍ଟ, ଡାକ୍ତର ଏବଂ ମେଡିକାଲ ଅଭ୍ୟାସ ଜନଔଷଧୀ କେଦ୍ର ଖୋଲିବା ପାଇଁ କରିବେ ତାହେଲେ ସେଥିରେ ଆଧାର, ପ୍ୟାନ ସଂସ୍ଥା କରିବାର ସାର୍ଟିଫିକେଟ ଏବଂ ତାର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଦେବାକୁ ହେବ । PMJAY ଅଧୀନରେ ଔଷଧୀ କେନ୍ଦ୍ର ଖୋଲିବା ପାଇଁ ଆପଣଙ୍କ ପାଖରେ ଅତି କମରେ ୧୨୦ ବର୍ଗଫୁଟ ଜାଗା ଥିବା ଦରକାର ।

କେତେ ରୋଜଗାର ହେବ ?

ଏହି କେନ୍ଦ୍ରରୁ ମାସରେ ଯେତେ ଔଷଧ ବିକ୍ରି ହେବ ତାର ୨୦ ପ୍ରତିଶତ କମିଶନ ଭାବରେ ମିଳିବ । ଯଦି ଆପଣ ମାସରେ ୧ଲକ୍ଷ ଟଙ୍କାର ବିକ୍ରି କରିବେ ତାହେଲେ ସେହି ମାସରେ ଆପଣ ୩୦ ହଜାର ଟଙ୍କାର ରୋଜଗାର କରିବେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।