ପିଏମ କିଶାନ ଯୋଜନା, ଜନ ଧନ ଯୋଜନା, ଉଜ୍ଵଳ ଯୋଜନା ମାଧ୍ୟମରେ ମିଳୁଛି ବଡ ସୁବିଧା, ଏମିତି ଉଠାନ୍ତୁ ଲାଭ

କାରୋନା ସଙ୍କଟ ସମୟରେ ଦେଶ ବର୍ତ୍ତମାନ ବହୁତ ଅସୁବିଧାର ସାମନା କରୁଛି । ସରକାର ସାଧାରଣ ଲୋକଙ୍କୁ ରିଲିଫ ପହଞ୍ଚାଇବା ପାଇଁ ୨୦ଲକ୍ଷ କୋଟିର ଆର୍ଥିକ ରିଲିଫ ପ୍ୟାକେଜର ଘୋଷଣା କରିଛନ୍ତି । ଏହାଛଡା ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସରକାର ସାଧାରଣ ଲୋକଙ୍କୁ ରିଲିଫ ମଧ୍ୟ ପହଞ୍ଚାଉଛନ୍ତି । କୃଷକ, ଶ୍ରମିକ ହୁଅନ୍ତୁ କିମ୍ବା ଚାକିରି କରିଥିବା ଲୋକ ଏହି ସଙ୍କଟ ସମୟରେ ସରକାର ସମସ୍ତଙ୍କୁ କୌଣସି ବି ପ୍ରକାରରେ ରିଲିଫ ଦେଇଛନ୍ତି । ପିଏମ କିଶାନ ଯୋଜନା, ଜନ ଧନ ଯୋଜନା, ମୁଦ୍ରା ସ୍କିମ, ଉଜ୍ଵଳା ଯୋଜନା ସହିତ ପିଏଫ ଖାତା ଦ୍ଵାରା ଆଂଶିକ ରାଶି ପ୍ରତ୍ୟାହାର ମାଧ୍ୟମରେ ସରକାର ଜନତାଙ୍କୁ ଛାଡ ଦେଉଛନ୍ତି । ଯଦି ଆପଣ ଏହି ଯୋଜନାରେ ଅନ୍ତର୍ଭୂତ ଅଛନ୍ତି ତାହେଲେ ସହଜରେ ଏହାର ଲାଭ ଉଠାଇ ପାରିବେ ।

ପ୍ରଧାନମନ୍ତ୍ରୀ କିଶାନ ଯୋଜନା

ଏହି ଯୋଜନା ସରକାର ଆର୍ଥିକ ସ୍ତରରେ କମଜୋର କୃଷକ ମାନଙ୍କୁ ସାହାଯ୍ୟ କରିବା ପାଇଁ କରିଛନ୍ତି । ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସରକାରଙ୍କ ତରଫରୁ ବାର୍ଷିକ ୬୦୦୦ଟଙ୍କା ପ୍ରଦାନ କରାଯାଏ । ଏହି ରାଶି ତିନୋଟି କିସ୍ତିରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ପହଞ୍ଚାଇ ଦିଆଯାଇ ଥାଏ । ଏହି ଯୋଜନା ୧ଡିସେମ୍ବର ୨୦୧୮ମସିହାରେ ଆରମ୍ଭ କରାଯାଇ ଥିଲା । ଏହାର ଲାଭ ନେବା ପାଇଁ କୃଷକମାନଙ୍କୁ ରେଜିଷ୍ଟ୍ରେସନ କରିବା ଅନିବାର୍ଯ୍ୟ ଅଟେ ଯାହା ସ୍ଥାନୀୟ ପଟୱାରି/ରାଜସ୍ୱ ଅଧିକାରୀ /ନୋଡାଲ ଅଧିକାରୀଙ୍କ ମାଧ୍ୟମରେ କରାଯାଇ ପାରିବ ଯାହାକୁ ରାଜ୍ୟ ସରକାର ନିର୍ଦ୍ଧାରିତ କରିଛନ୍ତି । ଏହାଛଡା ସାଧାରଣ ସେବା କେନ୍ଦ୍ରକୁ ଯାଇ ମଧ୍ୟ କୃଷକ ନିଜର ରେଜିଷ୍ଟ୍ରେସନ କରାଇ ପାରିବେ ।

ଜନ ଧନ ଯୋଜନା

କେନ୍ଦ୍ରସରକାର ଆର୍ଥିକ ସ୍ତରରେ କମଜୋର ଲୋକଙ୍କୁ ସରକାରୀ ଯୋଜାନା ଗୁଡିକର ସିଧା ଲାଭ ପହଞ୍ଚାଇବା ପାଇଁ ସମସ୍ତ ବ୍ୟକ୍ତିଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । ଏହି କ୍ରମରେ କେନ୍ଦ୍ର ଦ୍ଵାରା ଜନ ଧନ ଯୋଜନା ଆରମ୍ଭ କରାଯାଇ ଥିଲା । ସରକାର ୧୫ଅଗଷ୍ଟ ୨୦୧୪ମସିହାରେ ଏହି ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନା ଅନୁସାରେ ୩୮କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି । ଯଦି ଆପଣ ମଧ୍ୟ ଏହି ଯୋଜନା ଅଧୀନରେ ନିଜର ବ୍ୟାଙ୍କ ଖାତା ଖୋଲିବା ପାଇଁ ଚାହୁଁଛନ୍ତି ତାହେଲେ ଏହାର ଫର୍ମ ଅନଲାଇନରେ ଉପଲବ୍ଧ ଅଟେ । ଏହା ପାଇଁ ଅନଲାଇନ ଆବେଦନ ମଧ୍ୟ କରାଯାଇ ପାରିବ । କୌଣସି ବି ନିକଟସ୍ଥ ବ୍ୟାଙ୍କକୁ ଯାଇ ମଧ୍ୟ ଏହି ଯୋଜନା ଖାତା ଖୋଲି ପାରିବେ । ଏଥିପାଇଁ କିଛି ଜରୁରୀ ଡକ୍ୟୁମେଣ୍ଟ ନିହାତି ଆବଶ୍ୟକ ଅଟେ । ଏଥିରେ ପରିଚୟ ପତ୍ର ବ୍ୟତୀତ ଅନ୍ୟ ଡକ୍ୟୁମେଣ୍ଟ୍ସ ମଧ୍ୟ ଅଛି ।

ବ୍ୟାଙ୍କରେ ଜନ ଧନ ଖାତା ଖୋଲିବା ପରେ ବ୍ୟାଙ୍କ ଏଟିଏମ କାର୍ଡ ଦେବ । ଏହା ସହିତ ସ୍କିମ ସହିତ ୨ଲକ୍ଷ ଦୁର୍ଘଟଣା ବୀମା କଭର ମଧ୍ୟ ଦିଆଯାଇ ଥାଏ । ହିତାଧିକାରୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ୩୦ହଜାର ଟଙ୍କା ଜୀବନ ବିନା ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଖାତାରେ ସରକାରଙ୍କ ଯୋଜନା ଅଧୀନରେ ଦିଆଯାଉ ଥିବା ରାଶି ମଧ୍ୟ ଜମା ହୋଇଥାଏ ।

ଉଜ୍ଜ୍ଵଳା ଯୋଜନା

ପ୍ରତ୍ୟକ ଘରକୁ ଘରୋଇ ଗ୍ୟାସ ସୁନିଶ୍ଚିନ୍ତ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ମାଗଣା ଗ୍ୟାସ ଯୋଗାଇ ଦିଆଯାଉଛି । କରୋନା ଶକଟ ସମୟରେ ସରକାର ଏହି ଯୋଜନା ଅଧୀନରେ ତିନିମାସ ପର୍ଯ୍ୟନ୍ତ ଗ୍ରାହକ ମାନଙ୍କୁ ମାଗଣା ସିଲିଣ୍ଡର ମଧ୍ୟ ଯୋଗାଇ ଦେଇଛନ୍ତି । ମେ ୧ ତାରିଖ ୨୦୧୬ରେ ଏହି ଯୋଜନା ଲଞ୍ଚ କରାଯାଇ ଥିଲା । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ବହୁତ ବଡ ଆରାମ ମିଳିଛି । ଏହି ଯୋଜନାର ଲାଭ ପାଇବା ପାଇଁ ଅନଲାଇନ ଆବେଦନ ମଧ୍ୟ କରାଯାଇ ପାରିବ ।

ମୁଦ୍ରା ଯୋଜନା

ଦେଶରେ ରୋଜଗାରକୁ ପ୍ରୋତ୍ସାହିତ କରିବା ଏବଂ ଯୁବକମାନଙ୍କୁ ଆତ୍ମନିଯୁକ୍ତି ପାଇଁ ଉତ୍ସାହିତ କରିବା ଉଦେଶ୍ୟରେ ସରକାର ଏହି ଯୋଜନାର ଆରମ୍ଭ କରିଛନ୍ତି, ଏହା ଅଧୀନରେ ବିଭିନ୍ନ ବର୍ଗରେ ଲୋନ ପ୍ରଦାନ କରାଯାଇ ଥାଏ । ଏହି ଲୋନ ବିଭିନ୍ନ ବର୍ଗରେ ୧୦ଲକ୍ଷ ପର୍ଯ୍ୟନ୍ତ ନିଆଯାଇ ପାରିବ । ୫୦ହଜାର ପର୍ଯ୍ୟନ୍ତ ଲୋନ ଉପରେ ସରକାର ଦ୍ଵାରା କୌଣସି ଗ୍ୟାରେଣ୍ଟ ନିଆଯାଇ ନଥାଏ ।କେନ୍ଦ୍ର ୫୦ହଜାର ପର୍ଯ୍ୟନ୍ତ ଲୋନ ଉପରେ ୨% ସୁଧ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ବର୍ଷ ପାଇଁ ରହିବ । ଏହାର ଲାଭ ୯.୩୭କୋଟି କରଜ ଧାରକଙ୍କୁ ମିଳିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।