ମେ 5 ରୁ 19 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ ଡାଉନ ଘୋଷଣା କଲେ ରାଜ୍ୟ ସରକାର, ଦେଖନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ

ଆମ ଦେଶରେ ଯେପରି ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି ତାହାକୁ ରୋକିବା କାହା ପକ୍ଷେ ସମ୍ଭବ ହେଉ ନାହି । କରୋନାର ପ୍ରଥମ ଲହର ନ ଯାଇଥିଲେ ମଧ୍ୟ ପୁଣି ଥରେ କରୋନର ଦିତୀୟ ଲହର ଏତେ ମାତ୍ରାରେ ପୁରା ବିଶ୍ବରେ ମାତିଛି ଯେ ଯାହାର ପ୍ରକୋପରେ କେତେ ଯେ ଲୋକଙ୍କର ଜୀ-ବ-ନ ଗଲାଣି ତାହାର ଗଣନା କରାଯାଇ ପାରିବ ନାହି । କରୋନାର ଆ-ତ-ଙ୍କ ସବୁ ଲୋକଙ୍କ ମନରେ ଏତେ ଭୟ ସୃଷ୍ଟି କରି ସାରିଲାଣି ଯେ ଏହି ଭ୍ୟ ଲୋକ ମାନଙ୍କ ମନରୁ କେବେ ଯିବ ତାହା କହି ହେବ ନାହି ।

କରୋନା ଆକ୍ରାନ୍ତ ହେବାର ଯେଉଁ ଭଳି ଲାଗି ରହିଛି ତାହା ସହିତ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରିବାର ନିୟମକୁ ପାଳନ କରି ଲୋକ ମାନେ ଅତ୍ୟଧିକ ଚିନ୍ତାରେ ପଡି ଗଲେଣି ଯେ କେବେ ଏ ଦେଶରୁ କରୋନା ମ-ହା-ମା-ରୀ ଯିବ ।

କରୋନା ମହାମାରୀ ବା ଭାଇରସକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ କେତେ ଗୁଡିଏ ନିୟମ କାନୁନ ଲାଗୁ କରିଛନ୍ତି । ଯାହାକୁ ମାନିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକୁ ରାଜ୍ୟ ସରକାର ପୁଣି ଥରେ ଗତ ବର୍ଷ ଭଳି ଲାଗୁ କରିଛନ୍ତି ।

ପୁରା ରାଜ୍ଯରେ କରୋନା ମହାମାରୀକୁ ଆଖି ଆଗରେ ରଖି ବଡ ପଦକ୍ଷେପ ନିଆ ଯାଇଛି । ଗତ ବର୍ଷ ଯେଉଁ ଭଳି ନାଇଟ କରଫୁ ଓ ସଟ ଡାଉନ ଓ ଲକ ଡାଉନ ଲାଗୁ ହୋଇଥିଲା ସେହିଭଳି ଏହି ବର୍ଷ ମଧ୍ୟ ପୁଣି ଥରେ ଏହାର ପୁନାବୃତ୍ତି କରା ଯାଇଛି । ଏହି ବର୍ଷ ନାଇଟ କର୍ଫୁ ଓ ସଟ ଡାଉନ ଲାଗୁ ହୋଇଥିବା ସମୟରେ ପୁଣି ଥରେ ରାଜ୍ୟରେ ୧୪ ଦିନ ପାଇଁ ଲକ ଡାଉନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ମେ ୫ରୁ ୧୯ ତାରିଖ ଯାଏଁ ପୁରା ରାଜ୍ୟରେ ଲକ ଡାଉନ ଲାଗି ରହିବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ଘ୍ର ଠାରୁ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ସାଧାରଣ ଜନତା ମାନେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଅତି ଜରୁରୀ ସାମଗ୍ରୀ କିଣି ପାରିବେ । ଲୋକ ମାନେ ବିନା ଗାଡି ଓ ସାଇକେଲରେ ନ ଯାଇ ଚାଲି ଚାଲି ଯାଇ ପନିପରିବା ଆଦି କିଣି ପାରିବେ ।

ଏହି ଲକ ଡାଉନ ସମୟରେ ପୂର୍ବ ଭଳି ଶନିବାର ଓ ରବିବାର ଦିନ ସଟ ଡାଉନ ବଳବତ୍ତର ରହିବ । ଲକ ଡାଉନ ସମୟରେ ଟୀକା କାରଣ ଜାରି ରହିବ । ଏହା ସହ କରୋନା ଟେଷ୍ଟ ମଧ୍ୟ କରାଯିବ । ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ନ ରହିବା ସହ ପରିବହନ ସେବା କଟକଣା ମୁକ୍ତ ହେବ । ହସ୍ପିଟାଲ, କ୍ଲିନିକ, ନର୍ସିହୋମ, ତେଲି ମେଡ଼ିସିନ ସେବା ଜାରି ରହିବ । ଏଥିପାଇଁ ଓଡିଶାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ