ରାଷ୍ଟ୍ରପତି ହେବ ତ ଏମିତି ! ୟୁକ୍ରେନ ରାଷ୍ଟ୍ରପତି Zelenskyy ଙ୍କ ପାଇଁ ସାରା ବିଶ୍ବରୁ ଏବେ ଛୁଟୁଛି ପ୍ରଶଂସାର ସୁଅ, ଜାଣନ୍ତୁ ଏହାର କାରଣ ?

ୟୁକ୍ରେନ ରାଷ୍ଟ୍ରପତିଙ୍କ ଚର୍ଚ୍ଚା ଏବେ ସାରା ବିଶ୍ବରେ ହେଉଛି । ଋଷର ଘନଘନ ଆକ୍ରମଣ ପରେ ବି ପଛକୁ ହଟି ନାହାନ୍ତି ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି । ଋଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ଧମକ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ୟୁକ୍ରେନ ସେନା ଏବଂ ଦେଶବାସୀଙ୍କ ମନୋବଳ ବଢାଇବା ପାଇଁ ବାରମ୍ବାର ଭିଡିଓ ଜାରି କରୁଛନ୍ତି ଜେଲେନସ୍କି । ଆମେରିକା ପଳାଇବା ପାଇଁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରସ୍ତାବକୁ ଏଡାଇ ଶେଷ ପର୍ଯ୍ୟନ୍ତ ଦେଶ ପାଇଁ ଲଢିବେ ବୋଲି କହିଛନ୍ତି ଜେଲେନସ୍କି ।

“ମୁଁ ୟୁକ୍ରେନରେ ଅଛି । କୌଣସି ପରିସ୍ଥିତିରେ ୟୁକ୍ରେନର ସେନା ଆତ୍ମ ସମର୍ପଣ କରିବନି । ଆମେ ସମସ୍ତେ ଏକାଠି ହୋଇ ଦେଶକୁ ସୁରକ୍ଷିତ ରଖିବା ।” ୟୁକ୍ରେନରେ ଋଷ ସେନାଙ୍କ ତାଣ୍ଡବ ଚାଲିଥିବା ବେଳେ ଆମେରିକା ଜେଲେନସ୍କିଙ୍କୁ ସୁରକ୍ଷିତ ଭାବେ ରାଷ୍ଟ୍ର ଛାଡିବାକୁ ପ୍ରସ୍ତାବ ଦେଇଥିଲା । ଯାହାର ଜବାବରେ ଏପରି କହିଛନ୍ତି ଜେଲେନସ୍କି । ଯାହାକି ସେଠାକାର ଲୋକଙ୍କ ମନୋବଳ ବଢାଇଛି । ୟୁକ୍ରେନର ବିଭିନ୍ନ ସହରରେ ଲୋକମାନେ ଏକାଠି ହୋଇ ଋଷ ବିରୋଧରେ ନାରାବାଜି କରିଛନ୍ତି ।

ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ବିଭିନ୍ନ ଫଟୋ ସାମ୍ନାକୁ ଆସିଛି । ଏଥିରେ ଜଣେ ୬୦ ବର୍ଷୀୟ ବୃଦ୍ଧ ମଧ୍ୟ ୟୁକ୍ରେନ ସେନାରେ ସାମିଲ ହୋଇ ଦେଶ ପାଇଁ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ୟୁକ୍ରେନ ଉପରେ ଋଷ ଭାରି ପଡୁଥିବା ବେଳେ ୟୁକ୍ରେନ ପ୍ରାଣପଣେ ଉଦ୍ୟମ ଜାରି ରଖିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଚାହିଁଥିଲେ ଆମେରିକାରେ ଯାଇ ଆତ୍ମଗୋପନ କରି ପାରିଥାନ୍ତେ । ଆଉ ଆମେରିକା ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥାନ୍ତା ।

କିନ୍ତୁ ଜେଲେନସ୍କି ଏପରି କିଛି କଲେ ନାହିଁ । ଓଲଟା ସେ ଦେଶର ରାଜଧାନୀରେ ଉପସ୍ଥିତ ରହିଲେ, ଆଉ ଏଥିରେ ଲୋକଙ୍କ ମନୋବଳ ବି ଦୃଢ ରହିଲା । ୨୦୧୯ରେ ଜଣେ କମେଡିଆନରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଜେଲେନସ୍କି । ଯଦିଓ ତାଙ୍କର ରାଜନୀତିରେ ଯଥେଷ୍ଟ ଅଭିଜ୍ଞତା ନାହିଁ ତଥାପି ଯୁଦ୍ଧ ବେଳେ ସେ ନିଜ ଲୋକଙ୍କ ସହ ରହି ଲଢେଇ କରୁଛନ୍ତି । ଯେଉଁଥି ପାଇଁ ସେ ପ୍ରଶଂସାର ପତ୍ର ପାଲଟିଛନ୍ତି ।

ଅନେକ ଦେଶର ମୁଖିଆଙ୍କ ସହ ମଧ୍ୟ ନିଜେ କଥା ହେଉଛନ୍ତି ଜେଲେନସ୍କି । ଜର୍ମାନୀ ଏବେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବାକୁ ରାଜି ହୋଇଛି । ସେହିପରି ଅନ୍ଯାନ୍ଯ ଦେଶ ମଧ୍ୟ ୟୁକ୍ରେନକୁ ସାମରିକ ଶକ୍ତି ଯୋଗାଇ ଦେବାକୁ ରାଜି ହୋଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।