ସପ୍ତାହରେ ଏହି ଦିନ ଜନ୍ମ ହୋଇଥିବା ପିଲା ବହୁତ ଭାଗ୍ୟବାନ ହୋଇଥାନ୍ତି

ଆମ ଜୀବନରେ ରାଶିଫଳ ଯେମିତି ବହୁତ ମହତ୍ଵ ରଖିଥାଏ ଠିକ ସେମିତି ଆମର ଜନ୍ମ ମାସ, ବାର ଏବଂ ତାରିଖର ମଧ୍ୟ ବହୁତ ମହତ୍ଵ ଥାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ସପ୍ତାହର କେଉଁ ବାରରେ ଜନ୍ମ ହୋଇଥିବା ପିଲା ସବୁଠାରୁ ଭାଗ୍ୟବାନ ହୋଇଥାନ୍ତି । ତାହେଲେ ଆସନ୍ତୁ ଜାଣିବା ସେହି ଦିନ ଗୁଡିକ ବିଷୟରେ ।

ରବିବାର ଦିନକୁ ସୂର୍ଯ୍ୟଙ୍କ ଦିନ ବୋଲି କୁହାଯାଇ ଥାଏ । ଏହି ଦିନ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାନ୍ତି ସେ ବହୁତ ତେଜସ୍ଵୀ, ଭାଗ୍ୟଶାଳୀ ଏବଂ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି । ଏମାନେ ଶାନ୍ତିରେ ରହିବା ପାଇଁ ପସନ୍ଦ କରିଥାନ୍ତି ଏବଂ ଏମାନଙ୍କ କାମରେ କିଏ ବାଧା ଦେଲେ ସେ ପସନ୍ଦ କରନ୍ତି ନାହିଁ । ଯଦି ତାଙ୍କ କାମରେ କିଏ ବାଧା ଦେଇଥାଏ ତାହେଲେ ସେ ବହୁତ ରାଗିଯାଇ ଥାନ୍ତି ।

ଯେଉଁ ପିଲା ସୋମବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ବହୁତ ମିଠା କଥା କହିଥାନ୍ତି, ଖୁସି ଏବଂ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । ଏଇ ଦିନରେ ଜନ୍ମ ହୋଇଥିବା ପିଲାଙ୍କର ଭଲ ସ୍ମରଣଶକ୍ତି ଥାଏ କିନ୍ତୁ କିନ୍ତୁ ଏମାନଙ୍କ ପାଖରେ ବୁଦ୍ଧି କମ ଥାଏ । ଏହି ଦିନ ଜନ୍ମ ନେଇଥିବା ପିଲା ନିଜ ମାଆଙ୍କୁ ବହୁତ ଭଲ ପାଇ ଥାନ୍ତି ।

ମଙ୍ଗଳବାର ହନୁମାନଙ୍କ ବାର ହୋଇଥାଏ । ଏହି ଦିନରେ ଜନ୍ମ ହୋଇଥିବା ପିଲା ସ୍ଵଭାବରେ ଭଲ ହେବା ସହିତ ନିଜ କଥାରେ ଅଟଳ ରହିଥାନ୍ତି । ଏମାନେ ଅନ୍ୟ ଲୋକ ମାନଙ୍କୁ ସାହାଯ୍ୟ କରିଥାନ୍ତି ଏବଂ ଅଏସ ଆରାମରେ ରହିବା ପାଇଁ ପସନ୍ଦ କରିଥାନ୍ତି । ଏହି ଲୋକ ମାନେ ଭୁଲ କଥାକୁ କେବେ ହେଲେ ବରଦାସ୍ତ କରନ୍ତି ନାହିଁ ।

ବୁଧବାର ଦିନ ଯେଉଁ ପିଲାର ଜନ୍ମ ହୋଇଥାଏ ଧର୍ମରେ ଅଧିକ ରୁଚି ରଖିଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଯାହାର ଜନ୍ମ ଗୁରୁବାର ଦିନ ହୋଇଥାଏ ସେ ଲୋକ ସବୁ ପରିସ୍ଥିତିକୁ ଅତି ସହଜରେ ସମାଧାନ କରିଥାନ୍ତି ଏହି କାରଣ ପାଇଁ ଲୋକ ମାନେ ତାଙ୍କ ଆଡକୁ ବହୁତ ଆକର୍ଷିତ ହୋଇଥାନ୍ତି । ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ସହିତ ସ୍ଵଭାବରେ ଭଲ ହୋଇଥାନ୍ତି ଏବଂ ସହନଶୀଳ ହୋଇଥାନ୍ତି । ଏମାନେ ବହୁତ ଜିଦିଆ ହୋଇଥାନ୍ତି । ଏମାନେ ନିଜ ମନ କଥାକୁ କାହାରି ଆଗରେ ସହଜରେ କହିନଥାନ୍ତି ।

 

ଯେଉଁ ପିଲା ଶନିବାର ଦିନ ଜନ୍ମ ହୋଇଥାଏ ତା ଉପରେ ଶନିଗ୍ରହଙ୍କର ବହୁତ ପ୍ରଭାବ ଥାଏ ବୋଲି କୁହାଯାଇ ଥାଏ । ଏହି ଲୋକ କେବେ ହେଲେ ବି ନିଜର କଥାକୁ ଭାଙ୍ଗି ନଥାନ୍ତି ଏବଂ ସବୁବେଳେ ନିଜ କଥାରେ ପକ୍କା ରହିଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ସହିତ ବହୁତ ଶୀଘ୍ର ମିଶିଯାଇ ଥାନ୍ତି । ଏମାନେ ନିଜ ଭିତରେ ବହୁତ ଭଲରେ ଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।