ସଫଳତା ପାଇବାର ମୂଳମନ୍ତ୍ର – Krishna Vani

ଯେଉଁ ସମୟରେ ସେ ସବୁ ଜାଗାରେ ପରାଜିତ ହୋଇଥାଏ । ସବୁ ଜାଗାରେ ଅସଫଳ ହୋଇଥାଏ । ସେ ସବୁ ଦିନ ପାଇଁ ସେଠାରେ ପୁରା ଭାଙ୍ଗି ପଡିଥାଏ । ସେହି ଜିନିଷ ବିଷୟରେ ଭାବି ନିଜ ସମୟ ବହୁତ ବରବାଦ ମଧ୍ୟ କରିଥାଏ । ସେ ଜାଣି ରଖିବା ଉଚିତ କି ଭଗବାନ ଗୋଟିଏ ଦ୍ଵାର ବନ୍ଦ କରିଛନ୍ତି ତେବେ ଆପଣଙ୍କ ପାଇଁ ଆଉ ଏକ ଦ୍ଵାର ଖୋଲା ରଖିଛନ୍ତି ।

ଆପଣ ମାନେ ଜାଣିଥିବେ କିଛି ମନୁଷ୍ୟ ଗୋଟିଏ ଜିନିଷରେ ଯଦି ଧୋକା ଖାଇଥାନ୍ତି ତେବେ ସେମାନେ ବହୁତ ମନ ଦୁଖ କରିଥାନ୍ତି । ଯଦି ପ୍ରଭୁ ଆମ ପାଇଁ ଅନ୍ୟ ଦ୍ଵାର ଖୋଲା ରଖିଛନ୍ତି ତେବେ ଆମେ ସେହି ରାସ୍ତା କାହିଁକି ଜାଣି ପାରି ନଥାଉ ଓ ଆଉ କିଛି ଲୋକ ସେହି ରାସ୍ତା ଜାଣି ମଧ୍ୟ ସେହି ମାର୍ଗରେ କେବେ ହେଲେ ଯାଇ ନଥାନ୍ତି । ଆପଣ ଭାବୁଥିବେ କି ଭଗବାନ ଆପଣଙ୍କ ସହ କପଟ କରୁଛନ୍ତି ।

ଯଦି ଏହା ଭାବୁଛନ୍ତି ତେବେ ଏହା ଭୁଲ ଅଟେ । କାରଣ ଆମେ ସମସ୍ଥେ ଜାଣିଛେ ପ୍ରେଭୂ କେବେ ହେଲେ କାହାକୁ କୌଣସି ଜିନିଷରେ ନିରାଶ ହେବାକୁ ଦିଅନ୍ତି ନାହିଁ । ସେ ସମସ୍ଥଙ୍କର ଆଶା ପୂର୍ଣ କରନ୍ତି । ସେ ଭଲ ଲୋକକୁ ସାହାର୍ଯ୍ୟ କରନ୍ତି ଓ ସେ ଖରାପ ଲୋକକୁ ମଧ୍ୟ ସାହାର୍ଯ୍ୟ କରନ୍ତି । କିନ୍ତୁ ଏହା ଆମ କର୍ମ ଉପରେ ନିର୍ଭର କରେ ଆମେ କେଉଁ କର୍ମ କରୁଛେ ।

ଯଦି ଆମେ ଭଲ ଲୋକେ ହୋଇ ମଧ୍ୟ ଖରାପ କର୍ମ କରୁଥିବା ତେବେ ଆମକୁ ଖରାପ ଫଳ ମିଳିବ ଏବଂ ଯଦି ସେହି ଖରାପ ଲୋକ ଯଦି ଭଲ କାମ କରେ ତେବେ ସେ ଭଲ ଫଳ ପାଇଥାଏ । କିନ୍ତୁ ଆମେ ମାନେ ଏହି କଥା କେବେ ହେଲେ ବୁଝିପାରି ନଥାଉ । ତେଣୁ ପ୍ରଭୁ କେବେ ହେଲେ କାହା ସହିତ କପଟ କରନ୍ତି ନାହିଁ ।

ଏହା କେବଳ ଆମର ମନ ହିଁ ଆମ ସହିତ କପଟ କରିଥାଏ । ଆମ ମନ ସବୁ ବେଳେ ସବୁ କ୍ଷେତ୍ରରେ ଲୋଭ କରିଥାଏ । ଆମେ ଯେଉଁ କର୍ମ କରୁଛେ ସେହି କାର୍ଯ୍ୟ ଭୁଲ ଅଟେ ଏହା ଭଗବାନ କୁହନ୍ତୁ ବା କୌଣସି ଲୋକ ଏହାକୁ ଆମେ କେବେ ହେଲେ ମାନି ନଥାଉ । କାରଣ ଆମ ମନରେ ଥିବା ଲୋଭ ଏହାକୁ କେବେ ହେଲେ ବୁଝି ପାରି ନଥାଏ ।

ଯାହା ଦ୍ଵାରା ଆମ ଆଗରେ ଥିବା ଦୁତୀୟ ଦ୍ଵାର ନା ଦେଖାଯାଏ ନା କୌଣସି ଦ୍ଵାର ଖୋଲିଥାଏ । ଏହା ଆମ ମନ ହିଁ ନିର୍ଧାରିତ କରିଥାଏ । କିନ୍ତୁ କେବେ ପ୍ରଭୁଙ୍କ ଦ୍ଵାର ବନ୍ଦ ହୋଇନଥାଏ । ପ୍ରଭୁଙ୍କ ଦ୍ଵାର ସବୁ ବେଳେ ଖୋଲା ରହିଥାଏ । କିନ୍ତୁ ଆମେ ଯେଉଁ ସମୟରେ ଅସଫଳ ହୋଇଥାଉ ତେବେ ସେହି ସମୟରେ ଆମ ସହିତ ଘଟିଥିବା ଘଟଣା ବିଷୟରେ ଭାବିଥାଉ ଓ ଏହାହିଁ ସବୁଠୁ ବଡ କାରଣ ଅଟେ ଯାହାକି ଆମେ କେବେ ହେଲେ ଅଲଗା ବାଟ ଦେଖିପାରି ନଥାଉ ।

ତେବେ ସଫଳତା ପାଇବା ପାଇଁ ହେଲେ ଆମକୁ ସବୁ ବେଳ ପାଇଁ ଲୋଭର ତ୍ୟାଗ କରିବା ଉଚିତ । ଆପଣ ସବୁ ବେଳେ ପରିଶ୍ରମ କରନ୍ତୁ କେବେ ହେଲେ ନିଜେ କରୁଥିବା ପରିଶ୍ରମର ଫଳକୁ ଆଶା ରଖନ୍ତୁ ନାହିଁ । ଆପଣ ନିଜେ ଦେଖିବେ ଆପଣଙ୍କର ସବୁ ମାର୍ଗ ଖୋଲିଯିବାର ଦେଖି ପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।