କରୋନା ପରେ ହୋଇପାରେ ବ୍ଲାକ ଫଙ୍ଗସ ଇନଫେକ୍ସନ, ଜାଣନ୍ତୁ ଏହାର ଲକ୍ଷଣ, ପରୀକ୍ଷା ଓ ଏହାର ଉପଚାର- Dr. Rahil Chaudhury

ଆମ ଦେଶରେ କୋରୋନାର ଦିତୀୟ ଲହର ଯେପରି ବ୍ୟାପିବାରେ ଲାଗିଛି ତାହାର ଅନ୍ତ କେହ ହେବ କହି ହେବ ନାହି । କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କର ଜୀବ ଗଲାଣି । କୋରୋନାର ଭାଇରସର ଆତଙ୍କ ସହ ଆମ ଦେଶରେ ଅକ୍ସିଜେନର ମଧ୍ୟ ଘୋର ଅଭାବ ଦେଖା ଯାଉଛି । ଏଥି ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ ମାନେ ଏହି ସମସ୍ୟାର ସମୁଖୀନ ହେଉଛନ୍ତି । ଅକ୍ସିଜେନ ପାଇଁ ମଧ୍ୟ ଅନେକ ସାଧାରଣ ଲୋକଙ୍କର ମୃ-ତ୍ୟୁ ହୋଇ ସାରିଲାଣି । ବର୍ତ୍ତମାନ ଆମ ଦେଶରେ ଅନ୍ୟ ଏକ ନୂଆ ରୋଗ ଚିହ୍ନଟ କରା ଯାଇଛି ।

ଆଜି ଆମେ ଆପଣ ମାନଙ୍କୁ ସେହି ନୂଆ ରୋଗ କଣ ଓ ଏହାର ଲକ୍ଷଣ କଣ ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ନୂଆ ରୋଗ ଚିହ୍ନଟ କରା ଯାଇଛି ସେହି ରୋଗର ନାମ ହେଉଛି ବ୍ଳାକ ଫଙ୍ଗସ ଯାହା ଅତି ଭୟଙ୍କର ଅଟେ ।

ଅନେକ ଲୋକଙ୍କର ବ୍ଳାକ ଫଙ୍ଗସ ଯୋଗୁ ମୃ-ତ୍ୟୁ ହୋଇ ସାରିଲାଣି । ଯଦି ଜଣେ ବ୍ଯକ୍ତିର ଇମ୍ୟୁନିଟି ପାୱାର କମ ହୋଇଥାଏ ତେବେ ତାକୁ ଏହି ବ୍ଳାକ ଫାଙ୍ଗସ ରୋଗ ଆକ୍ରାନ୍ତ ହୋଇଥାଏ । କୌଣସି ବ୍ୟକ୍ତି ଯଦି କୋରୋନା ସଙ୍କ୍ରମଣ ହୋଇଥାଏ ତେବେ ତାର ଇମ୍ୟୁନିଟି ପାୱାର କମ ଥିବାରୁ ବ୍ଳାକ ଫଙ୍ଗସ ହେବାର ସମ୍ଭାବନା ରହିଥାଏ ।

ବିଶେଷ କରି ଡାଇବେଟିସ ବା ଅନ୍ୟ କୌଣସି ରୋଗ ଥିବା ବ୍ୟକ୍ତିଙ୍କୁ ଏହି ବ୍ଳାକ ଫଙ୍ଗସ ଅଧିକ ସଂକ୍ରମଣ କରିଥାଏ । ଯଦି କୌଣସି ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇ ଭଲ ହେବା ପରେ ମଧ୍ୟ ତାର ଶ୍ଵାସ ନେବାରେ ଅସୁବିଧା ହେଉଥାଏ ବା ନାକ ଫୁଲି ଥାଏ ତେବେ ଏହା ବ୍ଳାକ ଫଙ୍ଗସର ଲକ୍ଷଣ ଅଟେ । ଏହି ବ୍ଲାକ ଫଙ୍ଗସ ଧୀରେ ଧୀରେ ନାକରୁ ମୁହଁକୁ ଓ ଆଖିକୁ ମଧ୍ୟ ସଂକ୍ରମଣ କରିଥାଏ ।

ଏହା ଛଡା ବ୍ଳାକ ଫଙ୍ଗସ ବ୍ରେନକୁ ମଧ୍ୟ ସଂକ୍ରମଣ କରିଥାଏ । ଯଦି ଏପରି କୌଣସି ଲକ୍ଷଣ କେଉଁ ବ୍ୟକ୍ତି ଠାରେ ଦେଖାଯାଏ ତେବେ ତାଙ୍କୁ ତୁରନ୍ତ କୌଣସି ଆଖି ବା ଇଏନଟି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଯଦି ବ୍ଲାକ ଫଙ୍ଗସ ଆଖି ଆଡକୁ ଗତି କରେ ତେବେ ଏହା ସେହି ବ୍ୟକ୍ତି ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏପରି ହେବା ଦ୍ଵାରା ବ୍ଯକ୍ତିର ଆଖି ମଧ୍ୟ ନଷ୍ଟ ହୋଇଯାଏ । ତେଣୁ ଯଦି ପ୍ରଥମରୁ ଏହାର ଚିକିତ୍ସା କରାଯାଏ ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚାଯାଇ ପାରିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।