ସାନିୟା ମିର୍ଜା ଏହି ବଡ ପୁରସ୍କାର ଜିତି ରଚିଲେ ଇତିହାସ, ସବୁ ରାଶିକୁ ଦାନ କରିବା ପରେ କହିଲେ କିଛି ଏମିତି କି ଆପଣ ବି ଗର୍ବ ଅନୁଭବ କରିବେ

ସାନିୟା ମିର୍ଜାଙ୍କୁ ଟେନିସର ତାରକା ବୋଲି କୁହା ଯାଇଥାଏ । ସାନିୟା ମିର୍ଜା ଟେନିସ ଖେଳି ଅନେକ ଗୁଡିଏ ସଫଳତା ପାଇବା ସହିତ ବହୁତ ଆଗକୁ ମଧ୍ୟ ଯାଇ ପାରିଛନ୍ତି । ସେ ନିଜର ଚେଷ୍ଟା ଏବଂ ପରିଶ୍ରମ ଦ୍ଵାରା ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି । ସାନିୟା ମିର୍ଜା ଭାରତୀୟ ପ୍ରଥମ ମହିଳା ଯିଏ କି ଫେଡ କପ ହାର୍ଟ ପୁରସ୍କାର ଜିତିଛନ୍ତି । ସୋମବାର ଦିନ ତାଙ୍କୁ ଏହି ପୁରସ୍କାର ମିଳିଛି । ତାଙ୍କୁ ଏଥିରେ ମିଳିଥିବା ଟଙ୍କାକୁ ସେ ତେଲେଙ୍ଗାନା ରିଲିଫ ପାଣ୍ଠିରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଘୋଷଣା ସେ ସୋସିଆଲ ମିଡିଆରେ ମଧ୍ୟ କରି ସାରିଛନ୍ତି ।

ସାନିୟା ମିର୍ଜାଙ୍କୁ ଏସିୟା ଓସିୟାନା କ୍ଷେତ୍ର ପାଇଁ ଏହି ପୁରସ୍କାର ଦିଆଯାଇଛି । ତାଙ୍କୁ ସମୁଦାୟ ୧୬୯୮୫ ରୁ ୧୦ ହଜାର ରୁ ଅଧିକ ଭୋଟ ମିଳିଛି । ଲୋକ ମାନଙ୍କର ଭୋଟ ଉପରେ ହିଁ ଫେଡ କପ ହାର୍ଟ ପୁରସ୍କାର ବିଜେତାଙ୍କ ଚୟନ କରାଯାଇ ଥାଏ । ଏହି ଆୱାର୍ଡ ପାଇଁ ୧ ମେ ଠାରୁ ଭୋଟିଂ ଆରମ୍ଭ ହୋଇଥିଲା ।

ସାନିୟା ମିର୍ଜା ଅଖିଳ ଭାରତୀୟ ଟେନିସ ସଂଘ ଦ୍ଵାରା ଜାରି ବୟାନରେ କହିଛନ୍ତି ଫେଡ କପ ହାର୍ଟ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ହେବା ବହୁତ ଗର୍ବର କଥା । ମୁଁ ଏହି ପୁରସ୍କାରକୁ ନିଜ ଦେଶ ଏବଂ ମୋର ପ୍ରଶଂସକ ମାନଙ୍କୁ ସମର୍ପଣ କରୁଛି । ମୁଁ ଭବିଷ୍ୟତରେ ଦେଶ ପାଇଁ ପୁରସ୍କାର ପାଇଁ ସମ୍ପୂର୍ଣ ଭାବେ ଚେଷ୍ଟା କରିବି । ସାନିୟା ମିର୍ଜା ଚାରି ବର୍ଷ ପରେ ଏହି ପୁରସ୍କାର ଜିତି ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ପ୍ଲେଅଫ ରେ ନିଜର ଜାଗା ତିଆରି କରିଛନ୍ତି ।

ସାନିୟା ମିର୍ଜା ୨୦୧୮ ମସିହା ଅକ୍ଟୋବର ମାସରେ ନିଜ ପୁଅକୁ ଜନ୍ମ ଦେବା ପରେ ଏହି ବର୍ଷ ଜାନୁୟାରୀ ମାସରେ ନାଦିୟା କିଚେନୋକ ଙ୍କ ସହିତ ହୋବାର୍ଟ ଇଣ୍ଟରନେସନାଲ ପୁରସ୍କାର ଜିତିଛନ୍ତି । ସବୁ ବର୍ଗର ପୁରସ୍କାର ବିଜେତା ମାନଙ୍କୁ ଦୁଇ ହଜାର ଡଲାର ମିଳେ । ସାନିୟା ମିର୍ଜା ଜିତି ଥିବା ଏହି ଟଙ୍କାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଦେଇଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।