ଯଦି ଜୀବନରେ ଦରିଦ୍ରତାରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଭୁଲରେ ବି ଶନିବାର ଦିନ କରନ୍ତୁ ନାହିଁ ଏହି କାମ !

ମଣିଷ ଜୀବନରେ ଗ୍ରହ ମାନଙ୍କର ପ୍ରଭାବ ସବୁଠୁ ଅଧିକ ପଡିଥାଏ । କୌଣସି ବି ବ୍ୟକ୍ତିର ଜୀବନରେ ଗ୍ରହ ସ୍ଥିର ହୋଇ ରୁହେ ନାହିଁ । ଗ୍ରହମାନେ ସବୁବେଳେ ନିଜର ଗତି ପରିବର୍ତ୍ତନ କରିଥାନ୍ତି । ଗ୍ରହ ମନଙ୍କ ଅନୁସାରେ ବ୍ୟକ୍ତିଙ୍କର ଜୀବନରେ ସୁଖ ଦୁଃଖ ଆସିଥାଏ । ଗ୍ରହମାନଙ୍କର ପରିବର୍ତ୍ତନ ଫଳରେ ବ୍ୟକ୍ତିଙ୍କୁ ବେଳେ ବେଳେ ବହୁତ ବଡ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ବିଧି ବିଷୟରେ କୁହାଯାଇଛି କି, ଯେଉଁଥିରେ ଆପଣ ନିଜର ଗ୍ରହମାନଙ୍କର ଖରାପ ପ୍ରଭାବକୁ ଦୂର କରି ପାରିବେ ।

ସବୁ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହକୁ ଲୋକମାନେ ସବୁଠୁ ଅଧିକ ଡରି ଥାନ୍ତି । ଲୋକମାନଙ୍କର କହିବା ଅଟେ କି ଶନି ବହୁତ କ୍ରୋଧିତ ଅଟନ୍ତି । କିନ୍ତୁ ଏମିତି କିଛି ନୁହେଁ, ଯଦି ଅଳ୍ପ ସାବଧାନ ହୋଇ ରହିବେ ତେବେ ଶନି ଜୀବନରେ ବହୁତ ଶୁଭ ପରିଣାମ ଦେବେ । ଶନିଦେବଙ୍କ କୃପା ପାଇବା ପାଇଁ ଶନିବାର ଦିନ ମନ ଖୋଲି ଦାନ କରନ୍ତୁ ।

ମଣିଷର କର୍ମ ହିଁ ହୋଇଥାଏ ତାହାର ଦୁଖର କାରଣ :

ଶନିବାର ଦିନ ଶନି ମନ୍ଦିରରେ ଲୋକମାନଙ୍କର ସବୁଠୁ ବଡ ଲାଇନ ଲାଗିଥାଏ । ଭକ୍ତମାନେ ଶନିଦେବଙ୍କୁ ନିଜ ଜୀବନରେ ସୁଖ ଶାନ୍ତି ମାଗନ୍ତି । କିନ୍ତୁ ଆପଣଙ୍କର କର୍ମ ଆପଣଙ୍କର ଦୁଃଖ ପାଇଁ ଅଧିକ କାରଣ ହୋଇଥାଏ । କିଛି ଏମିତି କାମ ବିଷୟରେ ଆଜି ଆମେ କହିବୁ, ଯାହାକୁ ଶନିଦେବ ବିଲକୁଲ ପସନ୍ଦ କରନ୍ତି ନାହିଁ । ଶନିବାର ଦିନ ଆପଣ ସେହି କାମ ଗୁଡିକ ଭୁଲରେ କରନ୍ତୁ ନାହିଁ ।

ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ ଗୁଡିକ :

ଶନିବାର ଦିନ ଲୁହା କିମ୍ବା ଲୁହାର କୌଣସି ଜିନିଷ କିଣିବା ଉଚିତ ନୁହେଁ ।

ଏହି ଦିନରେ ବ୍ୟକ୍ତି ଲୁଣ କିଣିଲେ, ତା’ର ଜୀବନରେ ଦରିଦ୍ରତା ଆସିଯାଏ ।

ଏହି ଦିନରେ ଶୋରିଷ ତେଲ, କାଠ ଓ ବିରି କିଣିବା ମନା ଅଟେ ।

ଯଦି ଶନିବାର ଦିନ ଆପଣ ଜୋତା – ଚପଲ କିଣୁଛନ୍ତି ତେବେ ଏହି କଥା ପ୍ରତି ଧ୍ୟାନ ରଖିବେ କି ତାହା କଳା ରଙ୍ଗର ହୋଇ ନଥିବ ।

ଏହି ଦିନରେ ଶିକ୍ଷା ସମ୍ବନ୍ଧିତ ଜିନିଷ ଯେପରି କି କାଗଜ, ପେନ, କାଳୀ ଇତ୍ୟାଦି କିଣିବା ଉଚିତ ନୁହେଁ ।

ଶନିବାର ଦିନ କ୍ଷୀରର ସେବନ କରିବା ଉଚିତ ନୁହେଁ ।

ଭୁଲରେ ବି ଶନିବାର ଦିନ ଯୌନ ସମ୍ବନ୍ଧ କରିବା ଉଚିତ ନୁହେଁ ନ ହେଲେ ଶନିଦେବଙ୍କର କ୍ରୋଧରେ ଆପଣଙ୍କୁ କୌଣସି ପିଲା ହେବ ନାହିଁ ।

ଶନିବାର ଦିନ ମାଂସ – ମଦ ର ସେବନ କରିବା ଉଚିତ ନୁହେଁ ।

ଏହି ଦିନରେ ଚୁଟି କାଟିବା ଉଚିତ ନୁହେଁ ।

ଶନିଦେବଙ୍କୁ ଯେତେବେଳେ ଦର୍ଶନ କରିବାକୁ ଯିବେ ତେବେ ଭୁଲରେ ବି ତାଙ୍କ ଆଖିକୁ ଦେଖିବେ ନାହିଁ ।

ଶନିବାର ଦିନ ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ – ପଶ୍ଚିମ ଦିଗରେ ଯାତ୍ରା କରିବାଠାରୁ ବଞ୍ଚନ୍ତୁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।