ପୁଲୱାମା ମୁକାବିଲା ରେ ଘାୟଲ କମାଣ୍ଡୋ ସନ୍ଦିପ ବି ହାରିଗଲେ ଜୀବନର ଯୁଦ୍ଧ.. ପୁଲୱାମା ଆକ୍ରମଣ 3 ଦିନ ପୂର୍ବରୁ..

ପୁଲୱାମାରେ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପୂର୍ବରୁ ୧୧ ଫେବ୍ରୁୟାରୀରେ ଆତଙ୍କିମାନଙ୍କ ସହିତ ହୋଇଥିବା ଗୁଳିମୟରେ ଆହାତ ଫରୀଦାବାଦର ଅଟାଲୀ ଗ୍ରାମର ପାରା କମାଣ୍ଡୋ  ହାବିଲଦାର ସନ୍ଦୀପ ଜୀବନର ଯୁଧ୍ୟରେ ହାରି ଯାଇଛନ୍ତି । କହିଦେଉଛୁ ଯେ ପୁଲୱାମା ଆକ୍ରମଣର ତିନି ଦିନ ପୂର୍ବରୁ ପୁଲୱାମା ଅଞ୍ଚଳରେ ଆତଙ୍କିମାନଙ୍କ ସହ ହୋଇଥିବା ମୁକାବିଲା ସେ ଆହତ ହୋଇ ଯାଇଥିଲେ ।

ଏହି ମୁକାବିଲା ସମୟରେ ତାଙ୍କୁ ୪ ଟି ଗୁଳି ଲାଗି ଥିଲା, ସେହି ସମୟରୁ ସେ ହସ୍ପିଟାଲର ବେଂଟୀଲେଟର ଥିଲେ । ମଙ୍ଗଳବାର ଦିନ ହସ୍ପିଟାଲରେ ଚିକିସ୍ଛା ସମୟରେ ସେ ଶେଷ ନିଶ୍ଵାସ ତ୍ୟାଗ କଲେ । ଆହତ ହେବା ପରେ ହିଁ ସନ୍ଦୀପଙ୍କର ଜମ୍ମୁ ବେସ ହସ୍ପିଟାଲରେ ଚିକିସ୍ଛା ଚାଲୁଥିଲା । ସନ୍ଦୀପଙ୍କର ସହିଦ ହେବାର ଖବର ଯେତେବେଳେ ତାଙ୍କର ପୈତୃକ ଗ୍ରାମ ଫରିଦାବାଦର ଗ୍ରାମ ଅଟାଳିରେ ଆସି ପହଞ୍ଚିଲା ଖବରଟି ନିଆଁ ଭଳି ପୁରା ଗ୍ରାମରେ ଖେଳିଗଲା । ଯାହା ପରେ ପୁରା ଗ୍ରାମ ଶୋକ ପାଳନ କରୁଛନ୍ତି ।

କହିଦେଉଛୁ ଯେ କମାଣ୍ଡୋ ସନ୍ଦୀପ ହରିୟାନାର ଫରିଦାବାଦ ଜିଲ୍ଲାର ପୁଥଲା ବିଧାନସଭାର ଅଟାଳି ଗ୍ରାମର ବାସିନ୍ଦା ଅଟନ୍ତି । ସନ୍ଦୀପଙ୍କର ଖବର ମିଳିବା ମାତ୍ରେ ହିଁ ପୁରା ଗ୍ରାମରେ ଦୁଖର ଛାୟା ଖେଳିଗଲା । ଯେତେବେଳେ ଗ୍ରାମବାସୀ ମାନଙ୍କୁ ଏହି ବିଷୟରେ ପଚରାଗଲା ତେବେ ଗ୍ରାମବାସୀମାନ କହିଲେ କି ସନ୍ଦୀପ ଲଗାତାର ୮ ଦିନ ହେବ ଜୀବନ ଏବଂ ମୁର୍ତ୍ୟୁ ସହିତ ଲଢୁଥିଲେ ଏବଂ ମଙ୍ଗଳବାର ଦିନ ସକାଳେ ୧୦ ଟା ଖବର ଆସିଲା କି ସନ୍ଦୀପ ସହିଦ ହୋଇଗଲେ ।

ଏହା ପରେ ପୁରା ଗ୍ରାମରେ ଏହି ଖବର ସଙ୍ଗେ ସଙ୍ଗେ ବ୍ୟାପିଗଲା । କେଉଁଠି ନା କେଉଁଠି ଲୋକମାନଙ୍କ ମଧ୍ୟରେ ପାକିସ୍ତାନକୁ ନେଇ ବହୁତ ରାଗ ବି ଦେଖାଇଲେ ଏବଂ ଲୋକମାନେ ସରକାରକୁ କହିଲେ କି ସରକାରକୁ ଆମ ଦେଶର ଯବାନମାନଙ୍କର ସହିଦକୁ ଦେଖି ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତି ନେବା ଉଚିତ । ଅନ୍ୟ ପଟେ ସନ୍ଦୀପଙ୍କର ପାର୍ଥିବ ଶରୀରର ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମକୁ ଫେରି ନାହିଁ ।

ସନ୍ଦୀପଙ୍କର ପାର୍ଥିବ ଶରୀରର ବୁଧୁବାର ଦିନ ସନ୍ଧ୍ୟା ସମୟରେ ପାଖାପାଖି ୫ ଟା ବେଳେ ଗ୍ରାମରେ ପହଞ୍ଚିବ । ଯାହାପରେ ସନ୍ଦୀପଙ୍କର ପାର୍ଥିବ ଶରୀରରକୁ ରାଜକୀୟ ସମ୍ମାନର ସହିତ ଅନ୍ତିମ ବିଦାଇ ଦିଆଯିବ ।

ସବୁଦିନ ଏମିତି ଆସୁଥିବା ଘଟଣା ଗୁଡିକ ଦେଶକୁ ପୁରାପୁରି ଦୋହଲାଇ ରଖିଦେଇଛି । ଏସବୁ ଆଖି ଆଗରେ ରଖି ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଆଗକୁ ଅପଡେଟ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।