ୟାସ ଅପଡେଟ: ସମୁଦ୍ର ନେଲା ଭୟଙ୍କର ରୂପ, ଦେଖନ୍ତୁ କେମିତି ଗାଁ ପାଲଟି ଗଲା ସମୁଦ୍ର

ବନ୍ଧୁଗଣ ଗତ କିଛି ଦିନ ହେବ ଏହି ଝଡ ବାତ୍ୟାଟି କେତେକ ସମୁଦ୍ର ଉପକୂଳ ଦେଇ ଚାଲି ଆସୁଥିଲା ଓ ଏହା ବର୍ତ୍ତମାନ ଧାମରା ରେ ଲ୍ୟାଣ୍ଡଫଲ କରିବା ଆରମ୍ଭ କରି ଦେଇଛି ।

ବାଲେଶ୍ଵର ଉପକୂଳ ଦେଇ କ୍ରଶ କରିଥିବାରୁ ବାଲେଶ୍ଵର ଜିଲ୍ଲାରେ ଅନେକ କ୍ଷୟ କ୍ଷତି ହୋଇଛି । ଆଜି ଆମେ ଆପଣ ମାନଙ୍କୁ ଏହି ବାତ୍ୟା ପାଇଁ ବାଲେଶ୍ଵର ଜିଲ୍ଲାରେ ହୋଇଥିବା କ୍ଷୟ କ୍ଷତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବାଲେଶ୍ଵର ଉପକୂଳ ଦେଇ ଝଡ ବାତ୍ୟା ‘ୟଶ’ କ୍ରଶ କରିଛି । ଏହାଦ୍ବାରା ବାଲେଶ୍ଵର ଜିଲ୍ଲାରେ ଅନେକ କ୍ଷୟ କ୍ଷତି ହୋଇଛି । ଚାଳ ଓ ଆଜବେଷ୍ଟ ଘର ଗୁଡିକ ଭାଙ୍ଗି ଯାଇଥିବାର ନଜର ଆସିଛି । ରହି ବାତ୍ୟାର କିଛି ଖାସ ପ୍ରଭାବ ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳିଛି ।

କେତେକ ସମୁଦ୍ର ଉପକୂଳ ପାଖରେ ଥିବା ଗଛ ଓ ଛପର ଘର ଗୁଡିକ ଭାଙ୍ଗି ଯାଇଛି । ଏହା ସହିତ ଅନେକ ଘରେ ପାଣି ମଧ୍ୟ ପସିଯାଇଛି । ରାସ୍ତା ଘାଟ ଗୁଡିକ ପାଣିରେ ଭରିଯାଇଛି । ଦୁଃଖର କଥା ଏହା ହେଉଛି ଯେ, କିଛି ଲୋକଙ୍କ ଘର ଏହି ବାତ୍ୟାର ପ୍ରଭାବରେ ଭାଙ୍ଗି ଯାଇଛି ଓ ଅନ୍ୟ ପକ୍ଷରେ ସମୁଦ୍ର ବହୁତ ଅଶାନ୍ତ ହୋଇ କୁଳ ଲଙ୍ଘିଛି । ଏହି ସମସ୍ୟାରେ 9 ଫୁଟ ର ଉଚ୍ଚ ଜୁଆର ଆସି ଅନେକ ଗାଁ ଜଳମଗ୍ନ କରିଛି । ଯାହା ଆପଣ ଏହି ଭିଡିଓ ରେ ଦେଖି ପାରୁଥିବେ ।

ବାଲେଶ୍ଵର ଜିଲ୍ଲାର ରକ୍ଷା ପାଇଁ କେତେକ ସରକାରୀ କର୍ମଚାରୀ ମାନେ ଏହି ବାତ୍ୟା ସମୟରେ କାମ କରୁଛନ୍ତି । ବର୍ତ୍ତମାନ ଏହି ବାତ୍ୟାର ପ୍ରଭାବ ହେତୁ କିଛି ରାଜ୍ୟରେ ବର୍ଷା ଓ ପବନ ଆଦି ହେଉଛି । ଆଗାମୀ ସମୟରେ ଏହାର ପ୍ରଭାବ କଣ ହେବ ତାହା ଜଣା ପଡିଯିବ ।