ସମସ୍ତଙ୍କ ସାମ୍ନାରେ ସ୍ଵାମୀ ଜଗାକୁ ଶକ୍ତ ଚାପୁଡା ମାରିଲା ସୁନ୍ଦରୀ ଅର୍ଚ୍ଚନା, କହିଲା ମୁଁ ଯେତିକି କହିବି ସେତିକି କହିବୁ ନହେଲେ…

ଶୁଣିବାକୁ ମିଳୁଛି କି, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଛି । ସୁନ୍ଦରୀ ଅର୍ଚ୍ଚନାଙ୍କ କହିବା କଥା, ସେ ଯେତିକି କହିବେ ତାଙ୍କ ସ୍ଵାମୀ ଜଗା ସେତିକି ମୁହଁ ଖୋଲିବେ । ଏହାଠୁ ଅଧିକ ମୁହଁ ଖୋଲିଲେ ତେବେ ଅର୍ଚ୍ଚନାଙ୍କ ନାଗୁଣୀ ରୂପ ଦେଖିବେ । ଜଗାକୁ ଯେତିକି କହିବାକୁ କୁହାଯାଇଛି ଯଦି ତା’ ଠାରୁ ଅଧିକ ଉତ୍ତର ରଖେ ତେବେ ସ୍ତ୍ରୀ’କୁ ଆହୁରି ଚିହ୍ନିବ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସୁନ୍ଦରୀ ଅର୍ଚ୍ଚନା ସ୍ବାମୀ ଜଗବନ୍ଧୁକୁ କୁଆଡେ ଶକ୍ତ ଚାପୁଡା ମାରିଛି ।

 

ଆଜ୍ଞା ହଁ, ଅର୍ଚ୍ଚନା ଓ ଜଗବନ୍ଧୁ ପୂର୍ବ ଥର ଯେବେ ଜେଲରେ ଦେଖା ହୋଇଥିଲେ ସେତେବେଳେ ଅର୍ଚ୍ଚନା କୁଆଡେ ଜଗବନ୍ଧୁଙ୍କୁ ଧମକାଇଥିଲା । ଆଉ କହିଥିଲା, ମୁଁ ଯେତିକି କହିବି ତୁମେ ସେତିକି ଉତ୍ତର ରଖିବ । ଯଦି ତା’ ଠାରୁ ଅଧିକା କରିବ ତେବେ ମୋତେ ଚିହ୍ନିବ । ଏସବୁ ଭିତରେ ଅର୍ଚ୍ଚନା ରାଗିଯାଇ ଜଗା ଗାଲରେ ଏକ ଶକ୍ତ ଚାପୁଡା ମାରିଥିଲେ । ଯାହାକୁ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଦେଖିଥିଲେ ।

ଅର୍ଚ୍ଚନା ଜଗାଙ୍କୁ ହାତ ଉଠାଇବାରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଟିକେ ଝଗଡା ମଧ୍ୟ ହୋଇଥିଲା । ଯାହାପରେ ସେଠାରେ ଥିବା ପୋଲିସ କର୍ମଚାରୀ ମାନେ ଏନେଇ ଉଭଯଙ୍କୁ ବୁଝାସୁଝା କରିଥିଲେ । ବର୍ତ୍ତମାନ ଅର୍ଚ୍ଚନାଙ୍କ ଘରୁ ମିଳିଥିବା ମୋବାଇଲ ଓ ଲ୍ୟାପଟପର ତଥ୍ୟ ଆସିବାକୁ ନେଇ ଇଡି ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ରିମାଣ୍ଡ ଅବଧି ଆସି ଶେଷ ହେଉଛି ।

ମଙ୍ଗଳବାର ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ । ଶୁଣିବାକୁ ମିଳୁଛି କି, ଜଗବନ୍ଧୁ ରିମାଣ୍ଡରେ ଥିବାବେଳେ ଇଡି ତାଙ୍କ ବିରୋଧରେ ସେମିତି କିଛି ଖାସ୍ ତଥ୍ୟ ପାଇନାହିଁ । ହେଲେ ଫରେନସିକ ଲ୍ୟାବକୁ ପଠା ଯାଇଥିବା ମୋବାଇଲ ଫୋନ, ପେନଡ୍ରାଇଭ, ଲ୍ୟାପଟପରୁ କିଛି ତଥ୍ୟ ମିଳିବା ନେଇ ଇଡି ଆଶା ରଖିଛି ।

ତେବେ ଦେଖିବାକୁ ବାକି ରହିଲା କି ଅର୍ଚ୍ଚନାଙ୍କ ମୋବାଇଲ ଫୋନ, ଲ୍ୟାପଟପ ଓ ପେନଡ୍ରାଇଭ ଆଦଦିରୁ ଇଡିକୁ କଣ ତଥ୍ୟ ମିଳୁଛି ଓ କେଉଁ ବଡବାବୁ ମାନେ ଏଥର ଥାନାକୁ ଟଣା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।