ଏବେ ପୁରା ଦେଶରେ ଗୋଟିଏ ସ୍ଥାନରେ କରାଯିବ ଇ-ପାସ, କେଦ୍ର ସରକାର ଲଞ୍ଚ କଲେ ଏହି ୱେବସାଇଟ

ସମଗ୍ର ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । କରୋନା ପାଇଁ ସରକାର ଲକଡାଉନ ବ୍ୟବସ୍ଥା କରିଥିଲେ ଯାହାର ତିନୋଟି ପର୍ଯ୍ୟାୟ ସରିଲାଣି । ରବିବାର ଦିନ କେନ୍ଦ୍ର ସରକାର ଏହି ସଙ୍କଟକୁ ନେଇ ଦେଶରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଅଧୀନରେ କେନ୍ଦ୍ର ରାଜ୍ୟ ଗୁଡିକୁ ଜୋନ ବାଛିବା ଠାରୁ ଆରମ୍ଭ କରି ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ନେଇ ସ୍ଵାଧୀନତା ଦିଆଯାଇଛି ।

ଏପରି ଭାବେ ପଞ୍ଜାବ, କର୍ଣାଟକ, ଆସାମ ଏବଂ ତାମିଲନାଡୁ ସରକାର ରାଜ୍ୟ ପାଇଁ ଗାଇଡ୍ଲାଇନ ଜାରି କରିଛନ୍ତି, ଯେଉଁଥିରେ କିଛି ରିହାତି ଦିଆଯାଇଛି ଏବଂ କିଛି ନିୟମକୁ ଆଗ ଭଳି ରଖାଯାଇଛି , ବର୍ତମାନ କେନ୍ଦ୍ର ସରକାର ଲକଡାଉନ ର ଚତୁର୍ଥ ପର୍ଯ୍ୟାୟରେ ଇ ପାସ ଜାରି କରିବା ପାଇଁ ଏକ ୱେବସାଇଟ ଲଞ୍ଚ କରିଛନ୍ତି । ଯାହା ମାଧ୍ୟମରେ ଆପଣ ଇ ପାସ ପାଇ ବିଭିନ୍ନ ରାଜ୍ୟକୁ ଯାତ୍ରା କରି ପାରିବେ ।

ନେସନାଲ ଇନଫରମେସନ ସେଣ୍ଟର ଏନଆଇସି ଦ୍ଵାରା ଏହି ପାସ ଜାରି କରାଯିବ । ୱେବସାଇଟ http://serviceonline.gov.in/epaas କୁ ଯାଇ ଆପଣ ୧୭ଟି ରାଜ୍ୟରେ ଯାତ୍ରା କରିବା ପାଇଁ ଆପଣ ଇପାସ ପାଇଁ ଆବେଦନ କରି ପାରିବେ । ଏହି ୱେବସାଇଟ ରେ ଇପାସ ପାଇଁ କିଛି ଖାସ ଲୋକ ଆବେଦନ କରି ପାରିବେ ସେମାନେ ହେଉଛନ୍ତି ଛାତ୍ର, ଆବଶ୍ୟକ ସର୍ଭିସ ପ୍ରୋଭାଇଡ଼ର, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଆପାତକାଳୀନ ବା ଚିକିତ୍ସା ଯାତ୍ରା ପାଇଁ । ଏହି ୱେବସାଇଟରେ ବିଭିନ୍ନ କାଟାଗୋରୀ ଅନୁସାରେ କୌଣସି ବି ବ୍ୟକ୍ତି ଏହି ବିଶେଷର ଉପଯୋଗ କରି ପାସ ପାଇଁ ଆବେଦନ କରିପାରିବେ ।

ଇପାସ ଆବେଦନ କରିବା ପୂର୍ବରୁ ସେମାନଙ୍କୁ ସବୁ ଡକୁମେଣ୍ଟସ ର ସ୍କାନ ହୋଇଥିବା କପିର ମଧ୍ୟ ଆବଶ୍ୟକ ଅଛି । ଏକ ସକ୍ରିୟ ମୋବାଇଲ ନମ୍ବର ବି ବାଧ୍ୟତାମୂଳକ ଅଟେ ଯେଉଁଥିରେ ଓଟିପି ନମ୍ବର ଆସିବ । ଆବେଦନ ପତ୍ର ଦାଖଲ ହେବା ପରେ ଆବେଦନକାରୀ ପ୍ରମାଣିତ ହେବ ଏବଂ ସେହି ନମ୍ବରକୁ ସବୁ ଡିଟେଲ ଆସିବ ।

ଯାହା ପରେ ଆପ୍ଲିକେସନ ଷ୍ଟାଟସ କୁ ଟ୍ରାକ କରିବା ପାଇଁ ବ୍ୟବହାର କରାଯାଇ ପାରେ । ଯଦି ସବୁ ଡକୁମେଣ୍ଟସ ଠିକ ଭାବରେ ମିଳିଥାଏ ଏବଂ ଇପାସ ପାଇବା ପାଇଁ ସବୁ ନିୟମ ଭାଲିଡ ବୋଲି ଜଣାପଡିବା ପରେ ଏକ କ୍ୟୁଆର କୋଡ ଦିଆଯିବ ଏବଂ ଇପାସ ଜାରି କରାଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।