ସମସ୍ୟା ସହିତ ଲଢି ହିଁ ମଣିଷ ସଫଳତା ପାଇଥାଏ, ସେଥିପାଇଁ ଜୀବନରେ ସମସ୍ୟାକୁ ଭୟ କରନ୍ତୁ ନାହିଁ, ପଢନ୍ତୁ ଏହି ରୋମାଞ୍ଚକର କାହାଣୀ

ଗୋଟିଏ ରାଜ୍ୟ ଦରବାରରେ ଏକ ରାଜ କବି ଥିଲେ ଓ ସେହି ରାଜ କବି ଉପରେ ରାଜାଙ୍କର ସମସ୍ତ ମନ୍ତ୍ରୀ ଈର୍ଷା କରୁଥିଲେ । ଏହି ରାଜ କବିକୁ ନିମ୍ନ ଦେଖାଇବା ପାଇଁ ସମସ୍ତ ମନ୍ତ୍ରୀ ଉପାୟ ଖୋଜୁ ଥିଲେ । କିନ୍ତୁ ସେହି ରାଜ କବି ବହୁତ ବୁଦ୍ଧିମାନ ଲେ । ଓ ସବୁବେଳେ କିଛି ଏମିତି କରୁଥିଲେ କି ଯାହା ଦ୍ଵାରା ତାହାର ମାନ ସମ୍ମାନ ସମସ୍ତଙ୍କ ଠାରୁ ଉପରେ ରହୁଥିଲା । ଦିନେ ରାଜା ନିଜ ରାଜ ଦରବାରରେ ସମସ୍ତ ମନ୍ତ୍ରୀ ଓ ସେହି ରାଜ କବିକୁ ଡାକିଲେ ।

ସମସ୍ତେ ରାଜ ଦରବାରକୁ ଆସି ରାଜାଙ୍କର ପ୍ରଶଂସା କରିବା ଆରମ୍ଭ କରିଦେଲେ । ଏହି ସମୟରେ ରାଜ କବି ରାଜାଙ୍କୁ କହିଲେ କି ସେ ରାଜାଙ୍କୁ ଆଶୀର୍ବାଦ ଦେବାକୁ ଚାହୁଁଛନ୍ତି । ରାଜା ରାଜ କବିଙ୍କୁ କହିଲେ କି ଠିକ ଅଛି ଆପଣ ମୋତେ ଜୀବନରେ ସଫଳ ହେବା ପାଇଁ ଆଶୀର୍ବାଦ କରନ୍ତୁ । ରାଜ କବି ରାଜାଙ୍କୁ ଅଭିନନ୍ଦନ ଦେଇ କହିଲେ, ମୁଁ ଆପଣଙ୍କୁ ଆଶୀର୍ବାଦ କରୁଛି କି ଆପଣଙ୍କର ଶତ୍ରୁମାନଙ୍କର ଆୟୁ ବହୁତ ଲମ୍ବା ହେଉ ।

ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ମନ୍ତ୍ରୀମାନେ ଏହା ଶୁଣି ଖୁସି ହୋଇଗଲେ । ତାଙ୍କୁ ଲାଗିଲା କି ବର୍ତ୍ତମାନ ରାଜାଙ୍କ ନଜରରୁ ଏହି ରାଜ କବି ପୂରାପୂରି ତଳକୁ ଖସିଯିବ । ରାଜା ନିଶ୍ଚିତ ଏହାକୁ ଦଣ୍ଡ ଦେବେ ।

ଆଶୀର୍ବାଦ ଶୁଣିବା ପରେ ରାଜାଙ୍କ ଚେହେରାର ରଙ୍ଗ ଉଡିଗଲା ଓ ରାଜା ଚୁପ ହୋଇଗଲେ । ରାଜାଙ୍କୁ ଚୁପ ଦେଖି ରାଜ କବି କହିଲେ, ମହାରାଜା କଣ ହେଲା ଆପଣ ମୋର ଆଶୀର୍ବାଦ କଥା ଶୁଣି ଚୁପ ହୋଇଗଲେ ଓ ଆପଣ ମୋର ଆଶୀର୍ବାଦକୁ କାହିଁକି ସ୍ଵୀକାର କରିଲେ ନାହିଁ ? ରାଜ କବିର କଥା ଶୁଣିବା ପରେ ରାଜା କହିଲେ କି ମୁଁ ଆପଣଙ୍କର ଆଶୀର୍ବାଦ କଥାକୁ କେମିତି ସ୍ଵୀକାର କରିବି । ଯେଉଁଥିରେ ଆପଣ ମୋର ଶତ୍ରୁମାନଙ୍କର ଲମ୍ବା ଆୟୁର କଥାବାର୍ତ୍ତା କରୁଛନ୍ତି ।

ରାଜାଙ୍କର କଥା ଶୁଣି ରାଜ କବି ହସିବାକୁ ଲାଗିଲେ । ରାଜ କବିଙ୍କର ହସ ଦେଖି ପୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ରାଜ କବି କହିଲେ କି ମୁଁ ଯେଉଁ ଆଶୀର୍ବାଦ ଦେଲି ତାହା ଆପଣଙ୍କ ପାଇଁ ଅଟେ । ଓ ମୋର ସେହି ଆଶୀର୍ବାଦରେ କେବଳ ଆପଣଙ୍କର ହିଁ ଲାଭ ହେବ । ଏହା ପରେ ରାଜା ରାଜ କବିଙ୍କୁ ପଚାରିଲେ କି ମୋର ଶତ୍ରୁମାନଙ୍କର ଲମ୍ବା ଆୟୁରେ ମୋର କେଉଁ ପ୍ରକାରର ଲାଭ ହେବ ।

ରାଜାଙ୍କର ଏହି ପ୍ରଶ୍ନରେ ରାଜ କବି ଉତ୍ତର ଦେଲେ କି, ମହାରାଜା ଯଦି ଆପଣଙ୍କର ଶତ୍ରୁ ଜୀବିତ ରହିବେ ତେବେ ଆପଣ ସବୁବେଳେ ସତର୍କ ରହିବେ ଓ ସବୁବେଳେ ନିଜ ରାଜ୍ୟକୁ ଶକ୍ତିଶାଳୀ କରିବାରେ ଲାଗିବେ । ଯାହା ଦ୍ଵାରା ଆପଣ ନିଜ ଶତ୍ରୁମାନଙ୍କ ଠାରୁ ସବୁବେଳେ ଉପରେ ରହିବେ । ଯଦି ଆପଣଙ୍କ ଜୀବନରେ ଯଦି କୌଣସି ଶତ୍ରୁ ରହିବେ ନାହିଁ ତେବେ ଆପଣ ନିଜ ରାଜ୍ୟକୁ ନେଇ ଲାପରବାହ ହୋଇଯିବେ ।

ଓ ଏମିତିରେ ଆପଣଙ୍କର ରାଜ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ କମଜୋର ହୋଇଯିବ । ଶତ୍ରୁଙ୍କ ଭୟରେ ସବୁବେଳେ ଆପଣଙ୍କର ରାଜ୍ୟ ମଜବୁତ ରହିବ । ଓ ଆପଣଙ୍କ ରାଜ୍ୟକୁ କେହି ବି ଆକ୍ରମଣ କରିବ ନାହିଁ । ସେଥିପାଇଁ ଆପଣ ନିଜ ଶତ୍ରୁମାନଙ୍କ ଠାରୁ ଭୟ ଜରନ୍ତୁ ନାହିଁ । ରାଜ କବିଙ୍କର ଏହି କଥା ଶୁଣିବା ପରେ ରାଜା ଖୁସି ହୋଇଗଲେ ଓ ସେ ରାଜ କବି ଦ୍ଵାରା ଦିଆଯାଇଥିବା ଆଶୀର୍ବାଦକୁ ସ୍ଵୀକାର କରିଲେ ।

କାହାଣୀରୁ ମିଳିଲା ଶିକ୍ଷା

ମଣିଷ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଏକ ଶତ୍ରୁ ଭଳି ହିଁ ହୋଇଥାଏ ଓ ଏହି ସମସ୍ତ ସମସ୍ୟାକୁ ସାମନା କରିବା ଦ୍ଵାରା ମଣିଷ ମଜବୁତ ହୋଇଥାଏ ଓ ତାହାର ଯୋଗ୍ୟତା ଓ ବୁଦ୍ଧିମତା ବଢିଥାଏ । ସେଥିପାଇଁ ନିଜର ସମସ୍ୟାକୁ ଭୟ କରନ୍ତୁ ନାହିଁ । ସବୁବେଳେ ନିଜକୁ ସମସ୍ୟା ସହିତ ଲଢିବା ପାଇଁ ପ୍ରସ୍ତୁତ ରଖନ୍ତୁ ।