Vastu Shastra- ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି 6 ଟି କାମ, ଚମକି ଉଠିବ ଭାଗ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମହାନ ଜ୍ଞାନୀ ଚାଣକ୍ୟ ନିଜ ଗ୍ରନ୍ଥ ମାଧ୍ୟମରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପଦେଶ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ତାଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ତାଙ୍କ ଗ୍ରନ୍ଥ ରେ ଥିବା ଗୁରୁତ୍ୱପୂର୍ଣ୍ଣ ଉପଦେଶ ମଧ୍ୟରୁ ଏହା ମଧ୍ୟ ଉଲ୍ଲେଖନୀୟ ରହିଛି ଯେ, ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଥାଏ ଏବଂ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୬ଟି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯାହା ପ୍ରତିଦିନ ସକାଳୁ ଉଠି କରିବା ଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲ ରେ କଟିଥାଏ ଏବଂ ସମସ୍ତ ମନୋକମନା ପୂର୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୬ ଟି କାର୍ଯ୍ୟ ସମ୍ବନ୍ଧରେ ଯାହାଦ୍ୱାରା ବ୍ୟକ୍ତି ର ଦିନ ଭଲ ରେ କଟିଥାଏ ଏବଂ ବ୍ୟକ୍ତି ର ଭାଗ୍ୟ ବଦଳି ଯାଇଥାଏ ।

୧. ବନ୍ଧୁଗଣ ପ୍ରଥମତଃ, ପ୍ରତ୍ୟେକ ବ୍ୟକ୍ତି ଙ୍କୁ ସକାଳୁ ଉଠି ସର୍ବ ପ୍ରଥମେ, ନିଜର ଦୁଇ ହାତର ପାପୁଲି କୁ ଦେଖିବା ଉଚିତ । ଏହାର ଆଗ୍ର ଭାଗରେ ମାତାଲକ୍ଷ୍ମୀ ବାସ କରନ୍ତି । ମଧ୍ୟ ଭାଗରେ ମାଆ ସରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରନ୍ତି । ଯେଉଁ ବ୍ୟକ୍ତି ନିକ ହାତ ପାପୁଲି ର ଦର୍ଶନ ସର୍ବ ପ୍ରଥମେ କରିଥାଏ ତା’ର ଭାଗ୍ୟ ର ଦ୍ୱାର ଖୋଲିଯାଏ ଏବଂ ସେ ଜୀବନରେ ଅଗ୍ରଗତି କରିଥାଏ । ସେମାନଙ୍କ ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ ।

ଏହା ସହିତ ସକାଳୁ ଉଠିବା ପରେ ପୃଥିବୀ ମାତା ଙ୍କୁ କ୍ଷମା ମାଗିବା ଉଚିତ ଏବଂ ଏହାପରେ ହିଁ ନିଜର ପାଦ ଚଟାଣ ରେ ରଖିବା ଉଚିତ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ନକାରାତ୍ମକତା ଦୂର ହେବ ଏବଂ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହେବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରତ୍ୟେକ ବ୍ୟକ୍ତି କୁ ଶୀଘ୍ର ସକାଳୁ ଉଠି ସ୍ନାନ କରିବା ଉଚିତ ଏବଂ ସ୍ନାନ କରୁଥିବା ସମୟରେ ଜଳରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ଉଚିତ । ଏହାଦ୍ବାରା ବ୍ୟକ୍ତି କୁ ତୀର୍ଥ ର ପୁଣ୍ୟ ଲାଭ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠି ସ୍ନାନ କରି ସାରିବା ପରେ ଏକ ତମ୍ବା ର ପାତ୍ର ତଥା ଲୋଟା ରେ ଜଳ ପୁର୍ଣ୍ଣ କରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାଦ୍ବାରା ବ୍ୟକ୍ତି କୁ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଦିନର ଆରମ୍ଭ ସକାରାତ୍ମକ ଏବଂ ଶୁଭମୟ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ବ୍ୟକ୍ତି ସକାଳୁ ଉଠି ସର୍ବ ପ୍ରଥମେ ନିଜ ମାତାପିତା ଓ ଗୁରୁଜନ ଙ୍କ ଆଶୀର୍ବାଦ ଗ୍ରହଣ କରିଥାଏ ସେହି ବ୍ୟକ୍ତି ର ସମ୍ପୂର୍ଣ୍ଣ ଦିନ ଶୁଭ ଦାୟକ ହୋଇଥାଏ ଏବଂ ସେ ସଫଳତା ର ମାର୍ଗ ରେ ଅଗ୍ରସର ହୋଇଥାଏ ।

୫.ବନ୍ଧୁଗଣ ପଞ୍ଚମତଃ, ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ଉଠିବା ପରେ କ୍ଷେତ ଜମି ବା କ୍ଷେତରେ ହେଉଥିବା ଫସଲ ଦେଖିଥାଏ, ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ସକାଳେ ଗାଈ ର ଦର୍ଶନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହାଦ୍ବାରା ବ୍ୟକ୍ତି ର ସମସ୍ତ ମନୋକମନା ପୂରଣ ହୋଇଥାଏ । ଗାଈ କୁ ରୁଟି ଖାଇବାକୁ ଦେବା ଦ୍ଵାରା ବ୍ୟକ୍ତି କୁ କୋଟି ପୁଣ୍ୟ ର ଲାଭ ପ୍ରାପ୍ତ ହୋଇଥାଏ ।

୬. ବନ୍ଧୁଗଣ ଷଷ୍ଠତଃ, ପ୍ରତ୍ୟେକ ବ୍ୟକ୍ତି କୁ କୌଣସି ଜରୁରୀ ଅଥବା ଶୁଭ କାମ ନିମନ୍ତେ ଯାଉଥିବା ସମୟରେ ନାସିକା ରେ ଯେଉଁ ସ୍ଵର ଚାଲିଥାଏ ସେହି ପାଦ ସର୍ବ ପ୍ରଥମେ ବାହାରକୁ ପକାଇବା ଉଚିତ । ଏହାଦ୍ବାରା ବ୍ୟକ୍ତି କୁ ନିଜ କର୍ମରେ ଅବଶ୍ୟ ସଫଳତା ହାସଲ ହୋଇଥାଏ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।