ସକାଳୁ ଉଠି ସର୍ବେ ପ୍ରଥମେ ଆପଣଙ୍କୁ କଣ କରିବା ଉଚିତ

ଶାସ୍ତ୍ରରେ ସୁଖ ଦୁଃଖକୁ ନକରାତ୍ମକ ଓ ସକରାତ୍ମକ ଊର୍ଜା ଜରିଆରେ ପରିଭାଷିତ କରା ଯାଇଛି । ଯାହା ଅନୁସାରେ ଘରେ ଯଦି ସକରାତ୍ମକ ଊର୍ଜା ଆସିବ ତେବେ ଘରେ ସୁଖ ଓ ସମୃଦ୍ଧିର ବାସ ହୋଇଥାଏ । ଏହାର ବିପରୀତ ନକରାତ୍ମକ ଊର୍ଜା ଜୀବନରେ ଦୁଖ ନେଇ ଆସେ । ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିବ କି କେଉଁ ଭଳି କାମ ଦ୍ଵାରା ଆମେ ନିଜ ମଧ୍ୟରେ ସକାରାତ୍ମକ ଊର୍ଜା ଆଣି ପାରିବା ।

ଏମିତିରେ ଶାସ୍ତ୍ର ଅନୁସାରେ ଯଦି ଆପଣ ସକାଳୁ ଉଠିବା ପରେ ଏମିତି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ଵାରା ଆପଣଙ୍କ ମଧ୍ୟରେ ସକାରାତ୍ମକ ଊର୍ଜାର ବାସ ହେବ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ।

ସର୍ବେ ପ୍ରଥେମ ସକାଳୁ ଉଠିବା ପରେ ନିଜର ଇଷ୍ଟ ଦେବତା କିମ୍ବା କୌଣସି ବି ଦେବା ଦେବୀଙ୍କୁ ସ୍ମରଣ କରି ନମସ୍କାର କରନ୍ତୁ । ଏହା ପରେ ନିଜର ପାପୁଲି ଅର୍ଥାତ ଆପଣ ନିଜର ହାତକୁ ଦେଖନ୍ତୁ । ଏହା ଦ୍ଵାରା ଆପଣଙ୍କ ମଧ୍ୟରେ ଆତ୍ମବଳ ବଢିବ ଓ ସକାରତ୍ମକ ଉର୍ଜାର ସଂଚାର ହେବ । କହିବାକୁ ଗଲେ ଶାସ୍ତ୍ର ଅନୁସାରେ ଧନର ଦେବୀ ଲକ୍ଷ୍ମୀ, ବିଦ୍ୟାର ଦେବୀ ସରସ୍ଵତୀ ଓ ଶ୍ରୀ ହରିଙ୍କ ବାସ ଆମ ହାତରେ ହୋଇଥାଏ । ସେଥିପାଇଁ ସକାଳେ ଏମାନଙ୍କୁ ଦେଖିବା ଶୁଭ ହୋଇଥାଏ । ହାତକୁ ଦେଖିବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ ।

ଓଁ କରାଗ୍ରେ ବସତେ ଲକ୍ଷ୍ମୀ ।

କରମଧ୍ୟେ ସରସ୍ଵତୀ ।

କରମୂଳେ ଚ ଗୋବିନ୍ଦ ।।

ପ୍ରଭାତେ କରୁଦର୍ଶନ୍ମ ।।

ଶାସ୍ତ୍ର ଅନୁସାରେ ସକାଳେ ଉଠିବା ସମୟରେ ଆମକୁ କେବେ ବି ନିଜର ଗୋଡକୁ ସିଧା ମାଟିରେ ଲଗାଇବା ଉଚିତ ନୁହେଁ । ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ମାଟିକୁ ଦେବୀ ବୋଲି କୁହାଯାଏ । ସେଥିପାଇଁ ସେ ଆଦରଣୀୟ ଅଟନ୍ତି । ଏହି କାରଣ ଅଟେ କି ସକାଳେ ଉଠିବା ମାତ୍ରେ ହିଁ ତାଙ୍କର ନିରାଦର କରିବା ଉଚିତ ନୁହେଁ । ସେଥିପାଇଁ ସର୍ବ ପ୍ରଥମେ ନିଜର ହାତକୁ ମାଟିକୁ ସ୍ପର୍ଶ କରନ୍ତୁ ଓ ହାତକୁ ମୁଣ୍ଡରେ ଲଗାନ୍ତୁ ଓ ଏହା ପରେ ନିଜ ଗୋଡକୁ ତଳେ ରଖନ୍ତୁ । ଏହିଭଳି କରିବା ଦ୍ଵାରା ଶରୀରରେ ସକରାତ୍ମକ ଊର୍ଜାର ସଂଚାର ହୋଇଥାଏ ।

ସକାଳେ ଉଠିବା ମାତ୍ରେ ହିଁ ଶଙ୍ଖ, ମନ୍ଦିର ଘଣ୍ଟା, ଶୁଣିବାକୁ ମିଳେ ତେବେ ଏହା ଆପଣଙ୍କ ଶରୀରରେ ସକରାତ୍ମକ ଉର୍ଜାର ସଂଚାର କରିଥାଏ । ନଡିଆ, ଶଙ୍ଖ, ମୟୁର, ହଁସ କିମ୍ବା ଫୁଲ ଏହି ସବୁ ଜିନିଷ ଯଦି ଆପଣଙ୍କୁ ସକାଳୁ ଦେଖାଯିବ ତେବେ ଜାଣି ନିଅନ୍ତୁ କି ଆପଣଙ୍କ ପୁରା ଦିନ ଶୁଭ ଯିବାର ଅଛି । ଏହା ଛଡା ସକାଳୁ ଘରୁ ବାହାରିବା ସମୟରେ ଯଦି କୌଣସି ସଫେଇ କର୍ମଚାରୀ ଦେଖାଯାଏ ତେବେ ଏହାକୁ ବି ଶୁଭ ସଂକେତ କୁହାଯାଏ ।

ସକାଳୁ ଉଠି କେବେ ବି ନିଜର ଚେହେରାକୁ ଆଇନାରେ ଦେଖନ୍ତୁ ନାହିଁ ଏହା ଦ୍ଵାରା ନକରାତ୍ମକ ଊର୍ଜାର ସଂଚାର ହୋଇଥାଏ । ସକାଳୁ ଉଠିବା ପରେ ସ୍ନାନ କରିବା ପରେ ପୂଜା ପାଠ କରନ୍ତୁ । କିନ୍ତୁ ଯଦି ସମୟ ନାହିଁ ତେବେ କେବଳ ଧୂପକାଠି ଭଗବାନଙ୍କୁ ଦେଖାଇ ଦିଅନ୍ତୁ । ଘରର ମନ୍ଦିରକୁ ସର୍ବଦା ସଫା ରଖନ୍ତୁ । ସଫା ମନ୍ଦିରରେ ପୂଜା କରିବା ଦ୍ଵାରା ସକରାତ୍ମକ ଊର୍ଜା ସଂଚାର ହୋଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।