ସକାଳୁ ସକାଳୁ ଖାଲି ପେଟରେ ଖାଆନ୍ତୁ ତୁଳସୀ ପତ୍ର, ମିଳବ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ଏହି ୫ ଟି ବଡ ଲାଭ

ତୁଳସୀ ଗଛ ଏକ ଏମିତି ଗଛ ଅଟେ ଯାହାକୁ ସମସ୍ତେ ନିଜ ଘରେ ଲଗାଇ ଥାନ୍ତି । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଦେବୀ ରୂପରେ ପୂଜା କରାଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଧାର୍ମିକ ମହତ୍ଵ ଛଡା ତୁଳସୀ ଗଛ ଆପଣଙ୍କର ସ୍ୱାସ୍ଥ୍ୟର ବି ଧ୍ୟାନ ରଖିଥାଏ । ଆୟୁର୍ବେଦ ଅନୁସାରେ ତୁଳସୀ ଗଛ ଏକ ଏମିତି ଗଛ ଅଟେ ଯେଉଁଥିରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଉପସ୍ଥିତ ରହିଛି ।

ସେଥିପାଇଁ ଯଦି ଆପଣ ଏହାକୁ ଏହିଭଳି ବ୍ୟବହାର କରିବେ ତେବେ ଆପଣ କେତେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ବଞ୍ଚି ପାରିବେ । ଯଦି ଖାଲି ପେଟରେ ତୁଳସୀ ପତ୍ରର ସେବନ କରାଯାଏ ତେବେ ଏହା ଏକ ସହିତ ବିଭିନ୍ନ ରୋଗରୁ ଆପଣଙ୍କର ରକ୍ଷା କରିଥାଏ ।

ତୁଳସୀ ପତ୍ର ସେବନ କରିବାର ଲାଭ

Image courtesy: Google

ଥଣ୍ଡା କାଶକୁ ଠିକ କରେ :

ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ଭଳି ସମସ୍ୟା ପ୍ରାୟତଃ ହେଉଛି ତେବେ ତୁଳସୀ ପତ୍ରର ସେବନ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଭିତରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥଣ୍ଡା କାଶ ସୃଷ୍ଟି କରୁଥିବା କୀଟାଣୁକୁ ନଷ୍ଟ କରିବାର କ୍ଷମତା ରଖିଥାଏ ।

ପାଚନକୁ ଠିକ କରେ :

ଅପଚ ଓ ଗ୍ୟାସ ଭଳି ସମସ୍ୟାରେ ଚିନ୍ତିତ ଥିବା ଲୋକମାନଙ୍କ ପାଇଁ ତୁଳସୀ ପତ୍ର ଏକ ବରଦାନ ସ୍ୱରୂପ ଅଟେ । ଏହା ଆପଣଙ୍କର କେବଳ ପାଚନକୁ ଠିକ କରେ ନାହିଁ ଏତଦ ବ୍ୟତିତ ଆପଣଙ୍କର ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ବି ଠିକ କରିଥାଏ ।

Image courtesy: Google

ଟେନସନକୁ ଦୂର କରେ :

ଯଦି ଆପଣ ସବୁବେଳେ ଟେନସନରେ ରହୁଛନ୍ତି କିମ୍ବା ମୁଣ୍ଡବ୍ୟଥା ଭଳି ସମସ୍ୟାରେ ରହୁଛନ୍ତି । ତେବେ ସବୁଦିନ ସକାଳୁ ଉଠି ଖାଲି ପେଟରେ ତୁଳସୀର ତିନୋଟି ପତ୍ରର ସେବନ କରନ୍ତୁ । ଏହା ଦ୍ଵାରା ଟେନସନ କମ ହୋଇଥାଏ ଓ ବ୍ଲଡ ସର୍କ୍ୟୁଲେସନ ବି ଠିକ ହୋଇଥାଏ ।

ମୁହଁର ଦୁର୍ଗନ୍ଧ :

ଯଦି ଆପଣଙ୍କର ମୁହଁରୁ ଦୁର୍ଗନ୍ଧ ଆସୁଛି ତେବେ ଏମିତିରେ ଯଦି ଆପଣ ତୁଳସୀ ପତ୍ରର ସେବନ କରୁଛନ୍ତି ତେବେ ଏଥିରେ ଉପସ୍ଥିତ ଥିବା ତତ୍ତ୍ଵ ଆପଣଙ୍କର ମୁହଁର ସମସ୍ତ ବ୍ୟାକ୍ଟେରିୟାକୁ ନଷ୍ଟ କରିଦିଏ ।

Image courtesy: Google

ଇମ୍ୟୁନିଟିକୁ ବଢାଏ :

ଯଦି ଆପଣଙ୍କର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା (ଇମ୍ଯୂନ ସିଷ୍ଟମ) ସଠିକ ଥିବ ତେବେ ଆପଣଙ୍କର ଶରୀର ସୁସ୍ଥ ରହିବ ଓ ଏହି ଶକ୍ତିକୁ ବଢାଇବାରେ ତୁଳସୀ ପତ୍ର ଆପଣଙ୍କୁ ସାହାର୍ଯ୍ୟ କରିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।