ସକାଳେ ଖାଲି ପେଟରେ ହଳଦି ପାଣି ପିଇବାର ଫାଇଦା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ, ଏବେହିଁ ଜାଣିନିଅନ୍ତୁ

ଆଜି ପର୍ଯ୍ୟନ୍ତ ଆପଣ ଏହା ଶୁଣିଥିବେ କି ସକାଳେ ଖାଲି ପେଟରେ ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ଵାରା ଆମ ଶରୀରର ବହୁତ ରୋଗ ଦୂର ହୋଇଥାଏ, ଶରୀରରେ ରୋଗପ୍ରତିରୋଧକ କ୍ଷମତା ବଢିଥାଏ ଓ ଓଜନ କମ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀ ପାଣି ସକାଳୁ ପିଇବା ଦ୍ଵାରା ଆମ ଶରୀରକୁ କଣ କଣ ଲାଭ ମିଳିଥାଏ ତାହା ବିଷୟରେ କହିବୁ ।

Image courtesy: Google

ହଳଦୀ ଯେଉଁଠି ଆମର ଖାଦ୍ଯରେ ସ୍ଵାଦ ବଢାଇଥାଏ ସେଇଠି ହଳଦୀ ଆମ ଶରୀରକୁ ବହୁତ ରୋଗରୁ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ ଓ ଆମ ଶରୀରକୁ ସୁସ୍ଥ ରଖିବାରେ ଆମର ସହାୟତା କରିଥାଏ । ପ୍ରଥମେ ଆମେ ଆପଣଙ୍କୁ ପ୍ରସ୍ତୁତ କରିବାର ବିଧି କହିବୁ ଓ ପରେ ଏହାକୁ ସେବନ କରିବାର ଉପାୟ ଓ ଲାଭ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ।

ହଳଦୀ ପାଣି ତିଆରି କରିବାର ବିଧି

ଏଥିପାଇଁ ଆପଣଙ୍କୁ ଏକ ଗ୍ଳାସ ଗରମ ପାଣି, ଅଧା ଲେମ୍ବୁ, ୧/୪ ଚାମଚ ହଳଦୀ ଓ ଅଧା ଚାମଚ ମହୁ ନେବାର ଅଛି । ୧ ଗ୍ଳାସ ଗରମ ପାଣିରେ ଅଧା ଲେମ୍ବୁ ଚିପୁଡି ଦିଅନ୍ତୁ ଓ ୧/୪ ଚାମଚ ହଳଦୀ ମିଶାଇ ଦିଅନ୍ତୁ । ତାହାକୁ ଥଣ୍ଡା କରି ସେଥିରେ ମହୁ ମିଶାଇ ପିଅନ୍ତୁ ।

କିପରି ପିଇବେ

ଏହାକୁ ଆପଣ ଖାଲି ପେଟରେ ସକାଳେ ଜଳଖିଆ ଖାଇବା ପୂର୍ବରୁ ପିଆନ୍ତୁ ।

ଏହାର ଲାଭ

୧. ହଳଦୀ ପାଣି ପିଇବା ଦ୍ଵାରା ଆମର ମସ୍ତିସ୍କ ପ୍ରଖର ହୋଇଥାଏ । ହଳଦୀ ଆମ ମସ୍ତିସ୍କ ପାଇଁ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ଆମର ଭୁଲିଯାଉଥିବା ଭଳି ରୋଗ ଭଲ ହୋଇଯାଇଥାଏ ।

Image courtesy: Google

୨. ସକାଳେ ଖାଲି ପେଟରେ ହଳଦୀ ପାଣି ପିଇବା ଦ୍ଵାରା ଶରୀର ଫୁଲିଯିବା ଓ ଗଣ୍ଠି ଦରଜ ଭଳି ରୋଗ ଭଲ ହୋଇଯାଇଥାଏ ।

୩. ହଳଦୀ ପାଣି ଆମ ଲିଭର ର ରକ୍ଷା କରିଥାଏ । ଏହାକୁ ପିଇବା ଦ୍ଵାରା ଆମ ଶରୀରର ଟକ୍ସିନ ବାହାରି ଯାଇଥାଏ ଓ ଲିଭର ଭଲ ଭାବେ କାମ କରିଥାଏ ।

Image courtesy: Google

୪. ଏହାର ସେବନ ଦ୍ଵାରା ଆପଣଙ୍କର ବଢୁଥିବା ବୟସ ର ପ୍ରଭାବ ବି ଆପଣଙ୍କ ଚେହେରା ଉପରେ କମ ପଡିଥାଏ ଓ ଆପଣଙ୍କୁ ସୁନ୍ଦର ଓ ଯବାନ ବି ରଖିଥାଏ ।

୫. ହଳଦିରେ କର୍କ୍ୟୁମିନ ନାମକ ତତ୍ତ୍ଵ ମିଳିଥାଏ ଯିଏ ଶରୀରରେ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ର କାମ କରିଥାଏ ଓ ଲେମ୍ବୁ ବି ଶରୀରରେ ଆଣ୍ଟିଅକ୍ସିଡେଣ୍ଟ ର କାମ କରିଥାଏ । ଏହି ଦୁଇଟି ମିଶି ଶରୀରରେ କ୍ଯାନ୍ସର ସୃଷ୍ଟି କରୁଥିବା କୋଷିକାଙ୍କ ସହିତ ଲଢିବାର କାମ କରିଥାଏ ।

୬. ସକାଳେ ଖାଲି ପେଟରେ ହଳଦୀ ପାଣି ପିଇବା ଦ୍ଵାରା ଆମର ପାଚନ ତନ୍ତ୍ର ମଝବୁତ ହୋଇଥାଏ ଓ ତାହା ସୂଚାରୁ ରୂପରେ କାମ କରିଥାଏ । ହଳଦୀ ପାଣି ପିଇବା ଦ୍ଵାରା ଆମର ଖାଦ୍ଯ ବହୁତ ଜଲ୍ଦି ହଜମ ହୋଇଯାଇଥାଏ ଓ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ ।

୭. ହଳଦୀ ପାଣି ପିଇବା ଦ୍ଵାରା ଆମ ଶରୀରରେ ରକ୍ତ ସଂଚାର ଠିକ ଭାବରେ ହୋଇଥାଏ ।

Image courtesy: Google

୮. ହଳଦୀ ପାଣି ପିଇବା ଦ୍ଵାରା ଡାଇବେଟିସ କଣ୍ଟ୍ରୋଲ ରେ ରହିଥାଏ କାରଣ ଏହା ଶରୀରରେ ସୁଗାର ଲେଭଲ କୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।