ସକଳାର ଜଳଖିଆ ପାଇଁ ଏହିଭଳି ଭାବରେ ବନାନ୍ତୁ ନାମକିନ ଭାତ, ଜାଣନ୍ତୁ କଣ ଅଟେ ରେସିପି !

ଯଦି ସକଳାର ଖାଦ୍ୟ ତିଆରି କରିବା ପାଇଁ କିଛି ଚିନ୍ତା କରୁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନମକୀନ ଚାଉଳର ଏକ ରେସିପୀ ନେଇ ଆସିଛୁ । ଏହି ରେସିପୀ ବହୁତ ସହଜ ଅଟେ ଓ ଏହାକୁ ତିଆରି କରିବା ପାଇଁ ଅଧିକ ସମୟ ବି ଲାଗି ନ ଥାଏ ଓ ଖାଇବା ପାଇଁ ବି ଏହା ବହୁତ ସ୍ଵାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କହିବାକୁ ଗଲେ ଚାଉଳ ଦ୍ଵାରା ପ୍ରସ୍ତୁତ ଭାତ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଭାତରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ । ଯାହା ଆମକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିଥାଏ ।

ଏହି ରେସିପୀ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :- ଚାଉଳ – ୧.୫ କପ, ତେଲ – ୪ ବଡ ଚାମଚ, ଆଳୁ – ୧, ଫୁଲ କୋବି – ୧, ଟମାଟର – ୨, ମଟର – ୧ କପ, ସବୁଜ ଲଙ୍କା – ୧, ଧନିଆ ପତ୍ର – ଚାଉଳ ଅନୁସାରେ, ନାଲି ଲଙ୍କା ପାଉଡର – ୧.୫ ଛୋଟ ଚାମଚ, ହଳଦୀ ପାଉଡର -୧/୨ ଛୋଟ ଚାମଚ, ଧନିଆ ପାଉଡର – ୧/୨ ଛୋଟ ଚାମଚ, ଜୀରା – ୧ ଛୋଟ ଚାମଚ, ଲୁଣ – ସ୍ଵାଦ ଅନୁସାରେ ।

ବିଧି – ସର୍ବ ପ୍ରଥମେ ଚାଉଳକୁ ଭଲ ଭବାରେ ଧୋଇ ରଖି ଦିଅନ୍ତୁ ଓ ସବୁ ପନି ପରିବାକୁ କାଟି ଦିଅନ୍ତୁ । ସବୁଜ ଲଙ୍କାକୁ କାଟି ଦିଅନ୍ତୁ ଓ ମଟରର ବି ଚୋପା ଛଡାଇ ଦିଅନ୍ତୁ । ବର୍ତ୍ତମାନ କୁକର ରେ ତେଲ ପକାନ୍ତୁ ଓ ଯେମିତି ହିଁ ତେଲ ଗରମ ହୋଇଯିବ ସେଥିରେ ଜୀରା, ସବୁଜ ଲଙ୍କା ଓ ଆଳୁ ଫ୍ରାଏ କରି ଦିଅନ୍ତୁ ଓ ଫୁଲକୋବିକୁ ବି ଏଥିରେ ଫ୍ରାଏ କରିବା ପରେ ମଟର ପକାଇ ଦିଅନ୍ତୁ । ପୁଣି ଅଳ୍ପ ହଳଦୀ, ନାଲି ଲଙ୍କା ପାଉଡର ଓ ଟମାଟର ପକାଇ କରି ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ଏହାକୁ ୨ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।

ବର୍ତ୍ତମାନ ଏହି ରାନ୍ଧିଥିବା ମସଲାରେ ଚାଉଳ ପକାଇ ଦିଅନ୍ତୁ ଓ ଭଲ ଭାବରେ ମିକ୍ସ କରନ୍ତୁ ଓ ଏଥିରେ ଅଳ୍ପ ଲୁଣ ଦିଅନ୍ତୁ । ବର୍ତ୍ତମାନ ୩ କପ ପାଣି ଢାଳି କୁକରକୁ ବନ୍ଦ କରି ଗୋଟିଏ ସିଟି ପର୍ଯ୍ୟନ୍ତ ଅପକ୍ଷା କରନ୍ତୁ ଓ ପୁଣି ଚାଉଳକୁ ଚେକ କରନ୍ତୁ । ଚାଉଳ ହୋଇଯିବା ପରେ ଏଥିରେ ସବୁଜ ଧନିଆ ପତ୍ର ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଭାତ ପ୍ରସ୍ତୁତ ହୋଇ ଯାଇଛି ।