ବ୍ରେକଫାଷ୍ଟ ହେଉ କି ପିଲାମାନଙ୍କ ଟିଫିନ, କେବଳ ୫ ମିନିଟରେ ବିନା ଅଣ୍ଡାରେ ଏମିତି କରନ୍ତୁ ଭେଜ ଆମଲେଟ

ଆଜି ଆମେ ସେହି ଲୋକମାନଙ୍କର ସମସ୍ୟାର ସମାଧାନ କରିବାକୁ ଯାଉଛୁ ଯେଉଁମାନେ ଏତେ ଶାକାହାରୀ ଅଟନ୍ତି କି ଅଣ୍ଡା ମଧ୍ୟ ଖାଆନ୍ତି ନାହିଁ । ଆଜି ଆମେ ସେହି ଲୋକମାନଙ୍କ ପାଇଁ ଏକ ଖାଦ୍ୟ ନେଇ ଆସିଛୁ ଯାହା ପୂରାପୂରି ଶାକାହାରୀ ଅଟେ । କହିବାକୁ ଗଲେ ଆମେ ଆପଣଙ୍କୁ ଶୁଦ୍ଧ ଶାକାହାରୀ ଆମଲେଟ ପ୍ରସ୍ତୁତ କରିବାର ଶୈଳୀ ବିଷୟରେ କହିବାକୁ ଯାଉଛୁ । ଯାହା ସେହି ଲୋକମାନଙ୍କ ପାଇଁ ଅଟେ ଯେଉଁମାନେ ଅଣ୍ଡା ଖାଆନ୍ତି ନାହିଁ ।

କଣ ଅଟେ ଶୁଦ୍ଧ ଶାକାହାରୀ ଆମଲେଟ ?

ସକଳାର ଟିଫିନରେ ଆପଣ ବହୁତ ଜିନିଷ ଖାଇଥିବେ । ହୋଇପାରେ ଆପଣ ଶାକାହାରୀ ହୋଇଥିବେ କିନ୍ତୁ ଆପଣଙ୍କ ମନ ବି ହେଉଥିବ ଆମଲେଟ ଖାଇବା ପାଇଁ । ଯଦି ଏମିତି ଅଟେ ତେବେ ଆମେ ଆପଣଙ୍କ ପାଇଁ ଶୁଦ୍ଧ ଶାକାହାରୀ ଆମଲେଟ ପ୍ରସ୍ତୁତ କରିବାର ଉପାୟ ନେଇ ଆସିଛୁ । ଏହି ଆମଲେଟ ପୂରାପୂରି ଭେଜ ଆମଲେଟ ଅଟେ ।

କଣ ଅଟେ ଭେଜ ଆମଲେଟ ପ୍ରସ୍ତୁତ କରିବାର ସାମଗ୍ରୀ ?

ଶୁଦ୍ଧ ଶାକାହାରୀ ଆମଲେଟ ପ୍ରସ୍ତୁତ କରିବା ପୂର୍ବରୁ ଆପଣ ଜାଣି ନିଅନ୍ତୁ କି ଏଥିପାଇଁ ଆବଶ୍ୟକ ସାମଗ୍ରୀ କଣ ଅଟେ ।

ଚଣା ଡାଲି – ୧ କପ

ଚାଉଳ – ୧ କପ

ଟମାଟର – ୩

ସବୁଜ ପିଆଜ – ୧

ପିଆଜ – ୧

ଇନୋ – ୧ ପ୍ୟାକେଟ

ଧନିଆ ପତ୍ର – ୧ ବିଡା

ସବୁଜ ଲଙ୍କା – ୦୩ ଟା

ତେଲ – ଭାଜିବା ପାଇଁ

ଲୁଣ – ସ୍ଵାଦ ଅନୁସାରେ

କଣ ଅଟେ ଭେଜ ଆମଲେଟ ତିଆରି କରିବାର ବିଧି ?

ଭେଜ ଆମଲେଟ ତିଆରି କରିବା ପାଇଁ ପ୍ରଥମେ ଚାଉଳ ଓ ଡାଲି ଅଲଗା ଅଲଗା ଧୋଇ ଦିଅନ୍ତୁ । ଏହା ପରେ ଏହାକୁ ୫ ମିନିଟ ପାଣିରେ ରଖନ୍ତୁ । ଏହା ପରେ ଚାଉଳ ଓ ଡାଲିକୁ ମିକ୍ସର ରେ  ଅଲଗା ଆଲଗା ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାକୁ ମିଶାଇ ଏଥିରେ ଲୁଣ ପକାଇ ରଖି ଦିଅନ୍ତୁ । ଏହା ପରେ ଗ୍ୟାସ ଉପରେ ତାୱା ବସାଇ ତା’ ଉପରେ ଅଳ୍ପ ତେଲ ଢାଳନ୍ତୁ । ତାୱା ଗରମ ହେବା ପରେ ଡାଲି – ଚାଉଳର ମିଶ୍ରଣରେ ଟମାଟର, ପିଆଜ, ସବୁଜ ଲଙ୍କା ଓ ଧନିଆ ପକାଇ ଭଲ ଭାବେ ମିଶାନ୍ତୁ ।

ଏହା ପରେ ଗରମ ତାୱାରେ ଏହାକୁ ଢାଳନ୍ତୁ ଓ ଆପଣ ଯେପରି ଅଣ୍ଡାର ଆମଲେଟ କରନ୍ତି ସେହି ଭଳି ଏହାକୁ କରନ୍ତୁ । ଏହି ଆମଲେଟ ଟି ଗୋଲ୍ଡେନ ବ୍ରାଉନ କଲର ହେବା ପରେ ଓଲଟାଇ ଦିଅନ୍ତୁ । ଅଳ୍ପ ସମୟ ମଧ୍ୟରେ ଆପଣଙ୍କୁ ନିଜର ଭେଜ ଆମଲେଟ ମିଳିଯିବ । ଅଧିକ ସୂଚନା ପାଇଁ ତଳେ ଦିଆ ଯାଇଥିବା ଭିଡିଓକୁ ଦେଖନ୍ତୁ ।

ଦେଖନ୍ତୁ ଭିଡିଓ –