ପତ୍ନୀକୁ ସରପ୍ରାଇଜ ଦେବା ପାଇଁ ନ କହି ଘରେ ପହଞ୍ଚିଲେ ଫୌଜି ସ୍ଵାମୀ, କବାଟ ଖୋଲିବାରେ ଡେରି ହେଲା ତ…

ବେଳେ ବେଳେ କିଛି ଏମିତି ଖବର ଆମ ସାମ୍ନାକୁ ଆସିଯାଏ କି ଯାହାକୁ ଶୁଣିବା ପରେ ଆମେ ଆମର ନିଜର ସମ୍ପର୍କ ଉପରେ ସନ୍ଦେହ କରିବାକୁ ଲାଗିଥାଉ । କହିବାକୁ ଗଲେ ହସ – ଖୁସି ପରିବାରକୁ ଅନ୍ୟ କାହାର ନଜର ସେତେବେଳେ ଲାଗିଯାଏ ଯେତେବେଳେ ଆପଣ ନିଜ ପୁଅ ପାଇଁ ଏକ ବୋହୁ ନେଇ ଆସନ୍ତି ଓ ଯାହା ପାଇଁ ସବୁ ଖେଳ ହୋଇଥାଏ । ସୁନ୍ଦର ଦେଖା ଯାଉଥିବା ବୋହୁକୁ ଦେଖି ଆପଣ ଅନ୍ଦାଜ ବି ଲଗାଇ ପାରିବେ ନାହିଁ

କି ଏମାନେ ନିଜର ଶରୀରର ଭୋକ ପାଇଁ ନିଜ ସ୍ଵାମୀକୁ ବି ଧୋକା ଦେଇ ପାରନ୍ତି । କିଛି ଏମିତି ହିଁ ହୋଇଛି ସିଆରପିଏଫ ର ବାହାଦୁର ଯବାନ ଦିନେଶ ଦିବାକରଙ୍କ ସହିତ, ଯେତେବେଳେ ସେ ଛୁଟିରେ ନିଜ ଘରକୁ ଆସିଥିଲେ । ପତ୍ନୀକୁ ସରପ୍ରାଇଜ ଦେବା ପାଇଁ ଲୁଚି କରି ଆସିଥିଲେ ସ୍ଵାମୀ, ଶେଷରେ ନିଜେ ହିଁ ସରପ୍ରାଇଜ ହୋଇଗଲେ ।

ଜାମ୍ମୁ – କାଶ୍ମୀରରେ ଥିବା ଯବାନ ଦିନେଶ ଛୁଟିରେ ନିଜ ପରିବାର ପାଖକୁ ଆସିଥିଲେ । ମୂଳ ରୂପରେ ଏଟାରେ ରହୁଥିବା ଦିନେଶର ପତ୍ନୀ ଓ ପିଲା ଫରୁଖାବାଦ ଭଗୁଆ ନଗଲାରେ ରୁହନ୍ତି । ଯେମିତି ହିଁ ଯବାନ ନିଜ ଘରେ ପହଞ୍ଚିଲା ତେବେ ତାହାର ପତ୍ନୀ କବାଟ ଖୋଲିବାରେ ସମୟ ଲଗାଇ ଥିଲା, କିନ୍ତୁ ଯେତେବେଳେ ତାର ପତ୍ନୀ କବାଟ ଖୋଲିଲା ତେବେ ଦିନେଶ ଭିତରକୁ ଗଲା ତେବେ ତାକୁ ଅଳ୍ପ ସନ୍ଦେହ ହେଲା ଓ ସେ ଏପଟ ସେପଟ ଦେଖିବାକୁ ଲାଗିଲା ।

କିଛି ନ ମିଳିବାରୁ ସେ ନିଜର ପତ୍ନୀ ରମାକୁ ମାରିବାକୁ ଆରମ୍ଭ କରିଦେଲା । କିନ୍ତୁ ପରେ ତାହର ପତ୍ନୀ ତାକୁ ବୁଝାଇ ସୁଝାଇ ମାମଲାଟିକୁ ଶାନ୍ତ କରିଦେଲା । ଏହା ପରେ ଦୁଇଜଣ ସବୁ କାମ ସାରି ଶୋଇ ଯାଇଥିଲେ ।

ପୁଣି ଯେତେବେଳେ ଦିନେଶ ଗଭୀର ନିଦରେ ଥିଲା ତେବେ ରମା ଉଠିଲା ଓ ପାଖରେ ଥିବା ବକ୍ସରୁ ନିଜର ପ୍ରେମୀକୁ ବାହାର କରିଲା ଓ ଦୁଇ ଜଣ ମିଶି ଦିନେଶକୁ ଏକ କମ୍ବଳ ଦ୍ଵାରା ବେକ ଚିପି ମାରିଦେଲେ ଓ ତାକୁ ଏକ ରୁମରେ ବନ୍ଦ କରି ତାଲା ଲଗାଇ ଦେଲେ । ପୋଲିସ ହାତରେ ଧରା ପଡିଲା ପରେ ଏହି ସମସ୍ତ ଘଟଣା ବିଷୟରେ ଦିନେଶର ପତ୍ନୀ ନିଜେ ପୋଲିସକୁ କହିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।