ଶାହୀନ ବାଗ ଧାରଣା : ଧାରଣା ପାଇଁ ମିଳେ ୫୦୦ ଟଙ୍କା ପ୍ରତି ଦିନକୁ, ଶିଫ୍ଟରେ ଆସିଥାନ୍ତି ମହିଳା ଧାରଣ ଦେବା ପାଇଁ

ଦିଲ୍ଲୀର ଶାହୀନ ବାଗରେ ମହିଳାମାନେ ପ୍ରଦର୍ଶନ କରୁଛନ୍ତି । ନାଗରିକତା ସଂଶୋଧନ ନିୟମ ଓ ରାଷ୍ଟ୍ରୀୟ ନାଗରିକ ରେଜିସ୍ଟର ବିରୁଦ୍ଧରେ ଚାଲିଛି ଏହି ଆନ୍ଦୋଳନ । ଗତ ଏକ ମାସ ଧରି ଏହି ପ୍ରଦର୍ଶନ ଚାଲିଛି । ବିଜେପି ପ୍ରକାଶ କରିଛି କି ମହିଳାମାନଙ୍କୁ ପଇସା ଦେଇ ଏହି ପ୍ରଦର୍ଶନ କରାଯାଉଛି । ବିଜେପି ଏହା ମତ ଦେଇଛି କି ତାର ବିରୋଧୀ ପାର୍ଟି ଏହି ଧାରଣାରେ ସାମିଲ ଥିବା ମହିଳାମାନଙ୍କୁ ପଇସା ଦେଇ ଏହି କାର୍ଯ୍ୟ କରୁଛି । ସେମାନଙ୍କୁ ପଇସା ମିଳୁଥିବାରୁ ପ୍ରଦର୍ଶନ କରୁଛନ୍ତି ।

କଂଗ୍ରେସ ପାର୍ଟି ଦେଉଛି ପଇସା

ବିଜେପି ପାର୍ଟିର ଆଇଟି ସେଲ ର ପ୍ରମୁଖ ଅମିତ ମାଲବୀୟଙ୍କ ତରଫରୁ ଏକ ମନ୍ତବ୍ୟ ଜାରି ହୋଇଛି । ସେ କହିଥିଲେ କି ଦିଲ୍ଲୀର ଶାହୀନ ବାଗରେ ମହିଳାମାନେ ନାଗରିକତା ସଂଶୋଧନ ନିୟମ ଓ ରାଷ୍ଟ୍ରୀୟ ନାଗରିକ ରେଜିସ୍ଟର ବିରୁଦ୍ଧରେ ଯେଉଁ ପ୍ରଦର୍ଶନ କରୁଛନ୍ତି, ଏହା ପଛରେ କଂଗ୍ରେସର ହାତ ରହିଛି । ଅମିତ ମାଲବୀୟଙ୍କ ଅନୁସାରେ କଂଗ୍ରେସ ପାର୍ଟି ପଇସା ଦେଇ ଏହି କାର୍ଯ୍ୟ କରାଉଛି ।

 

ଅମିତ ମାଲବୀୟ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଏକ ଯୁବକ ଲୋକମାନଙ୍କୁ ଏହି ପ୍ରଦର୍ଶନୀ ବିଷୟରେ ବୁଝାଉଛି । ସେ ସେହି ଭିଡିଓରେ ଏହା ମଧ୍ୟ କହିଛି କି ଏହି ପ୍ରଦର୍ଶନ ପାଇଁ ମହିଳାମାନେ ଶିଫ୍ଟରେ ଆସୁଛନ୍ତି ଓ ସେମାନେ ୫୦୦ ରୁ ୧୨୦୦ ଟଙ୍କା ନେଉଛନ୍ତି । ଏହା ବ୍ୟତିତ ପ୍ରଦର୍ଶନୀ ସ୍ଥାନରେ ଯେଉଁ ଦୋକାନ ରହିଛି, ସେମାନଙ୍କ ଠାରୁ ଭଡାର ପଇସା ମଧ୍ୟ ନିଆଯାଉନାହିଁ ।

ଗୋଟେ ମାସରୁ ହେଉଛି ଏହି ପ୍ରଦର୍ଶନୀ

ଦିଲ୍ଲୀରେ ଗତ ଏକ ମାସ ଧରି ଏହି ପ୍ରଦର୍ଶନୀ ଚାଲିଛି । ଏହି ପ୍ରଦର୍ଶନୀ ଦେଖି ବହୁତ ସ୍ଥାନରେ ସିଏଏ ଓ ଏନଆରସି ବିରୁଦ୍ଧରେ ମହିଳାମାନେ ଏହିପରି ପ୍ରଦର୍ଶନୀ କରୁଛନ୍ତି । ଉତ୍ତର ପ୍ରଦେଶର ପ୍ରୟାଗରାଜର ମନସୂର ଅଲୀ ପାର୍କ, ଦେବବନ୍ଦ, କାନପୁରର ମୋହମ୍ମଦ ଅଲୀ ପାର୍କରେ ମହିଳାମାନେ ଧାରଣା ଦେଉଛନ୍ତି । ସେମାନେ ରାତିରେ ମଧ୍ୟ ଧାରଣା ଦେଉଛନ୍ତି ।

ଶାହୀନ ବାଗ ବ୍ୟତିତ ଦିଲ୍ଲୀର ଖୁରେଜିରେ ମଧ୍ୟ ମହିଳାମାନେ ଧାରଣ ଦେଉଛନ୍ତି । ଖୁରେଜିରେ ଯେତେବେଳେ ଧାରଣା ଆରମ୍ଭ ହୋଇଥିଲା ସେତେବେଳେ ମାତ୍ର ୪୦ ରୁ ୫୦ ଜଣ ମହିଳା ଯୋଗ ଦେଇଥିଲେ । ଧିରେ ଧିରେ ମହିଳାମାନଙ୍କ ସଂଖ୍ୟା ବଢିବାକୁ ଲାଗିଲା ଓ ହଜାର ହଜାର ମହିଳା ଏହି ଧାରଣାରେ ଯୋଗ ଦେଲେ ।

ନାଗରିକତା ସଂଶୋଧନ ନିୟମ ଓ ରାଷ୍ଟ୍ରୀୟ ନାଗରିକ ରେଜିସ୍ଟର ବିରୁଦ୍ଧରେ ଏହି ଧାରଣାକୁ ମୋଦୀ ସରକାର ବିରୋଧୀ ପାର୍ଟିକୁ ଦାୟୀ କରୁଛନ୍ତି । ମୋଦୀ ଏହି ମନ୍ତବ୍ୟ ଦେଇଛନ୍ତି କି ଦେଶର ଯୁବକମାନେ ଏହି ନିୟମ ଗୁଡିକୁ ବୁଝିଗଲେ କିନ୍ତୁ ପାର୍ଟିର ଲୋକମାନେ ବୁଝିବାରେ ଅସମର୍ଥ ।