ଭଉଣୀକୁ ସହିଦ ଭାଇ ନ ଥିବାର ଦୁଃଖ ଅନୁଭବ ନ ହେଉ ସେଥିପାଇଁ ବିବାହରେ ପହଞ୍ଚିଲେ ୧୦୦ କମାଣ୍ଡୋ, ଏମିତି ଅନ୍ଦାଜରେ କରିଲେ ବିଦାଇ, ଦେଖିଲେ ଆଖିରେ ଲୁହ ଆସଯିବ, ଦେଖନ୍ତୁ

ଯେତେବେଳେ କୌଣସି ଝିଅର ବିବାହ ହୋଇଥାଏ ତେବେ ପୁରା ପରିବାର ଏକାଠି ହୋଇଥାନ୍ତି । ଖାସ କରି ଏକ ଝିଅର ବିବାହରେ ତାହାର ଭାଇର ମୁଖ୍ୟ ଭୂମିକା ଥାଏ । ବିବାହର ପ୍ରସ୍ତୁତିକୁ ନେଇ ଭଉଣୀକୁ ଇମୋଶନଲ ସପୋର୍ଟ ଦେବା ସହିତ ଭାଇ ଏହି ସମୟରେ ବହୁତ ଦାୟିତ୍ଵକୁ ବି ବହନ କରିଥାଏ । ଅନ୍ୟ ପଟେ ଝିଅର ବାପାଙ୍କୁ ବି ନିଜର ପୁଅ ଥିବା ଦ୍ଵାରା ନିଜ ଝିଅର ବିବାହରେ ସାହାର୍ଯ୍ୟ ବି ମିଳିଯାଏ ।

କିନ୍ତୁ ବିହାରର କାରାକାଟରେ ରହୁଥିବା ତେଜନାରାୟଣ ସିଂହଙ୍କ ଭାଗ୍ୟରେ ଏହି ସୁଖ ଲେଖା ହୋଇ ନ ଥିଲା । କହିବାକୁ ଗଲେ ତେଜନାରାୟଣ ସିଂହଙ୍କର ଝିଅ ଶଶିକଳା ର ବିବାହ ଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ନିଜ ଭଉଣୀର ବିବାହକୁ ଦେଖିବା ପାଇଁ ଏହି ଦୁନିଆରେ ନାହାନ୍ତି ତେଜନାରାୟଣଙ୍କର ପୁଅ ।

Image courtesy: Google

କହିବାକୁ ଗଲେ ଜ୍ୟୋତି ପ୍ରକାଶ ନିରାଲା ବାଂଦୀପୁରା ମୁଠଭେଡରେ ସହିଦ ହୋଇ ଯାଇଛନ୍ତି । ଜ୍ୟୋତି ସେହି ସମୟରେ ଦୁଇ ଜଣ ଆତଙ୍କବାଦୀଙ୍କୁ ମାରି, ନିଜର ଆଘାତ ସାଥିଙ୍କର ଜୀବନ ବଞ୍ଚାଇ ଥିଲେ । କିନ୍ତୁ ଏହି ସବୁ ମଧ୍ୟରେ ସେ ସହିଦ ହୋଇଗଲେ । ପୁଅର ମୃତ୍ୟୁ ପରେ ପିତାଙ୍କର ବହୁତ ଚିନ୍ତା ଥିଲା । ଖାସକରି ଝିଅର ବିବାହକୁ ନେଇ ସେ ବହୁତ ଟେନସନ ରେ ଥିଲେ ।

Image courtesy: Google

ଯେତେବେଳେ ବିହାର ବଦିଲାଡିହ ରେ ଶଶିକଳାର ବିବାହ ପାଲୀ ରୋଡ ର ସୁଜୀତ କୁମାରଙ୍କ ସହିତ ହେଉଥିଲା ସେହି ସମୟରେ ଗରୁଡ କମାଣ୍ଡୋର ଲୋକମାନେ ବି ଆସିଥିଲେ । ଏହି ସମୟରେ ଏକ ପୁରୁଣା ପରମ୍ପରା ଅନୁସାରେ ସେମାନେ ଶଶିକଳାଙ୍କ ଗୋଡ ତଳେ ନିଜର ହାତ ରଖି ତାହାର ବିଦାଇ କରିଲେ । ଏହି ବିବାହରେ ବାୟୁସେନାର ଗରୁଡ ଟିମର 100 କମାଣ୍ଡୋ ସମ୍ମିଳିତ ହୋଇଥିଲେ ।

ଏହି ପୁରା ଦୃଶ୍ୟ ଭାବୁକ କରିଦେଇଥିଲା । ସହିଦ ଜ୍ୟୋତିଙ୍କ ପିତାଙ୍କର କହିବା ଅଟେ କି ଗରୁଡ କମାଣ୍ଡୋମାନେ ଆସିବା ଦ୍ଵାରା ତାଙ୍କୁ ବିବାହରେ ପୁଅର ଅଭାବ ଅନୁଭବ ହେଲା ନାହିଁ । ଏହା ସହିତ ପିତା ତେଜନାରାୟଣ ସିଂହ ଗରୁଡ କମାଣ୍ଡୋଙ୍କ ପ୍ରତି ଆଭାର ପ୍ରକଟ କରିଲେ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଗଣତନ୍ତ୍ର ଦିବସ ଦିନ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜ୍ୟୋତିଙ୍କୁ ଅଶୋକ ଚକ୍ର ଦ୍ଵାରା ସମ୍ମାନିତ ବି କରିଥିଲେ । ଅନ୍ୟ ପଟେ ଇଣ୍ଟରନେଟରେ ଯେତେବେଳେ ଏହି ପୁରା ଘଟଣାକୁ ଲୋକମାନେ ଜାଣିଲେ ତେବେ ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଲା । ସମସ୍ତେ ବାୟୁସେନାର କମାଣ୍ଡୋଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।