ଆତଙ୍କି ଆକ୍ରମଣରେ ପିତା ସହିଦ ହୋଇଯିବା ପରେ, ପୁଅ ଗାଇଲା ଏପରି ଗୀତ, ଶୁଣିଲେ ନିଜ ଲୁହକୁ ରୋକି ପାରିବେ ନାହିଁ

ଜାମ୍ମୁ କାଶ୍ମୀର ର ପୁଲବାମା ଜିଲ୍ଲାରେ ଗୁରୁବାର ଦିନ ଜୈସ-ଏ-ମହମ୍ମଦର ଏକ ଭୟଙ୍କର ଆକ୍ରମଣରେ ସିଆରପିଏଫ ର 46 ଜଣ ଯବାନ ସହିଦ ହୋଇଗଲେ ଓ ଅନେକ ବହୁତ ଗମ୍ଭୀର ପରିସ୍ଥିତିରେ ଅଛନ୍ତି । ଜୈସ ର ମୁଖିଆ ଆତଙ୍କି ମସୁଦ ଅଜହର ଏହି ଆକ୍ରମଣରେ ମୁଖ୍ୟ ଭୂମିକା ନେଇଥିଲା । ଜଣାଇ ଦେଉଛୁ କି ଯେଉଁ ଗାଡି ଦ୍ଵାରା ଯବାନମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା ସେଥିରେ ହାରାହାରି 200 କିଲୋ ରୁ ଅଧିକ ବିସ୍ଫୋଟକ ଥିଲା । ଆକ୍ରମଣ ଜାମୁ କାଶ୍ମୀର ରେ ଜାମ୍ମୁ ଓ ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗରେ ପୁଲବାମା ର ଅବନ୍ତିପୁରା ରେ ହୋଇଥିଲା । ଯବାନମାନଙ୍କର ଗାଡି ହାଇୱେ ରେ ଯାଉଥିଲାବେଳେ ସେହି ସମୟରେ ଆକ୍ରମଣ ହୋଇଥିଲା ଓ ପୁଣି ଗାଡିରେ ନିଆଁ ଲାଗିଗଲା । ବ୍ଳାଷ୍ଟ ପରେ ଆତଙ୍କି ମାନେ ଯବାନମାନଙ୍କର ବସ ଉପରେ ଫାୟରିଙ୍ଗ ମଧ୍ୟ କରିଥିଲେ ।

ବିସ୍ପୋଟ କାରଣରୁ ଯବାନମାନଙ୍କର ବସ ର ଛାତ ଉଡିଯାଇଥିଲା । ଆତଙ୍କି ଆକ୍ରମଣରେ ସହିଦ ହୋଇଥିବା ସବୁ ଯବାନମାନଙ୍କର ଏ ପର୍ଯ୍ୟନ୍ତ ଚିହ୍ନଟ ଜାରି ଅଛି । ସିଆରପିଏଫ ସେହି ସହିଦ ଜବାନମାନଙ୍କର ନାମର ସୂଚୀ ଜାରି କରିଛନ୍ତି ଯାହାର ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ସାରିଛି । ଏହି ଆକ୍ରମଣରେ ଦେଶର ଆଲଗା ଅଲଗା ରାଜ୍ୟରୁ ଯବାନ ସହିଦ ହୋଇଛନ୍ତି , ଏଥିମଧ୍ୟରୁ 12 ଜଣ ଉତ୍ତରପ୍ରଦେଶର ଅଟନ୍ତି । ଏହା 2016 ରେ ହୋଇଥିବା ଉରି ଆକ୍ରମଣ ପରେ ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣ ଅଟେ । କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ର 2500 ରୁ ଅଧିକ କର୍ମୀ 78ଟି ଗାଡିରେ ଏକତ୍ର ଯାଉଥିଲେ । ଏଥି ମଧ୍ୟରୁ ଅଧିକାଂଶ ନିଜ ଛୁଟି କାଟିବା ପରେ ନିଜ ଡିଉଟି କୁ ଫେରୁଥିଲେ ।

ସୋସିଆଲ ମିଡିଆରେ ପ୍ରତିଶୋଧ ନେବା ପାଇଁ ଆବେଦନ

ଆତଙ୍କି ଆକ୍ରମଣର ନିନ୍ଦା କରି ସୋସିଆଲ ମିଡିଆରେ ସହିଦ ଜବାନଙ୍କୁ ଲୋକ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହା ସହିତ ସେ ଭାରତ ସରକାରଙ୍କୁ ଏହାର ପ୍ରତିଶୋଧ ନେବା ପାଇଁ ଆବେଦନ କରିଛନ୍ତି । କୁହାଯାଉଛି କି ଏମିତି ନୃଶଂସତା ଦେଖାଇ ଥିବା ଆତଙ୍କବାଦୀଙ୍କୁ ଭାରତ ଭୟଙ୍କର ଜବାବ ଦେବ ।

ଏଥି ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଛୋଟ ପିଲାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗିଛି । ଭିଡିଓ ରେ ପିଲାଟି ଭିଡ ମଧ୍ୟରେ ‘ବାବା ମେରେ ପ୍ୟାରେ ବାବା” ଗୀତ ଗାଉଛି । ଏହି ଭିଡିଓ ସହିତ କୁହାଯାଉଛି କି ଏହି ପିଲାଟି ଜଣେ ଭାରତୀୟ ସୈନିକଙ୍କର ପୁଅ ଅଟେ, ଯାହାର ଜୀବନ ଆତଙ୍କିଙ୍କ ସହିତ ଲଢିବା ସମୟରେ ଯାଇଥିଲା । ଏହା ବି କୁହାଯାଉଛି କି ପତିଙ୍କର ମୃତ୍ୟୁର ଖବର ପାଇ ପିଲାଟିର ମା’ଙ୍କର ବି ମୃତ୍ୟୁ ହୋଇ ଯାଇଥିଲା ।

ସୂଚନା ଅନୁସାରେ, ଏବେ ଏହି ଅନାଥ ପିଲାଟି ଆର୍ମି ସ୍କୁଲ ରେ ପଢୁଅଛି । କେବଳ ଏତିକି ନୁହେଁ ପିଲାଟି ଯେଉଁଠି ନିଜର ପର୍ଫମାନ୍ସ ଦେଉଛି, ସେହି କାର୍ଯ୍ୟକ୍ରମରେ ପିଏମ ନରେନ୍ଦ୍ର ମୋଦୀ ବି ଉପସ୍ଥିତ ଅଛନ୍ତି ।