ସହି ପାରିଲାନି କି Dr. Shubhashree Kar ଙ୍କ ଦେହ ? 31 ତାରିଖ ରାତିରେ ଏମିତି କଣ ହେଲା ଯେ ଆଉ ଉଠିଲେନି ଡାକ୍ତରାଣୀ ?

ନୂଆବର୍ଷ 2023 କୁ ସବୁଆଡେ ଧୁମଧାମରେ ପାଳନ କରୁଥଲେ ଲୋକେ । ଏତିକି ବେଳେ କେନ୍ଦୁଝର ଜିଲ୍ଲା ଜୋଡା ପୌରାଞ୍ଚଳ ସରକାରୀ ଡାକ୍ତରଖାନା ମଧ୍ୟ ନୂଆବର୍ଷ ଖୁବ ଜାକଜକମରେ ପାଳିତ ହେଉଥିଲା । ଏଥିରେ ଡାକ୍ତରଖାନାରେ କାମ କରୁଥିବା ସମସ୍ତ ଡାକ୍ତର, ଡାକ୍ତରାଣୀ ଓ କର୍ମଚାରୀ ମାନେ ମିଶି ଗେଟ୍ ଟୁଗେଦର ତଥା ପରିବାର ମିଳନ କରୁଥିଲେ । ଏଥିରେ ଡାକ୍ତରାଣୀ ଶୁଭଶ୍ରୀ କର ମଧ୍ୟ ଯୋଗ ଦେଇଥିଲେ । ନୂଆବର୍ଷ ପାଇଁ ଡାକ୍ତରଖାନାରେ ଆୟୋଜିତ ହୋଇଥିବା ଭୋଜିଭାତ ଶେଷ ହେବା ବେଳକୁ ରାତି 2ଟା ବାଜି ଯାଇଥିଲା ।

ଭୋଜିଭାତ ଖାଇ ସାରି ଡାକ୍ତର ଶୁଭଶ୍ରୀ କର ନିଜ କ୍ଵାର୍ଟରକୁ ଫେରି ଯାଇଥିଲେ । ହେଲେ ସକାଳୁ ଅନେକ ବିଳମ୍ବ ହୋଇ ସାରିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ । ସକାଳ ଯାଇ ସନ୍ଧ୍ୟା ହେବାରୁ ସାଥି କର୍ମଚାରୀ ମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଡାକ୍ତର ଶୁଭଶ୍ରୀ ଆଉ ଏ ଦୁନିଆରେ ନଥିଲେ । କେନ୍ଦୁଝର ଜିଲ୍ଲା ଜୋଡା ସହର ଅନ୍ତର୍ଗତ ବନେଇକଳାରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା ।

ସେହି ସ୍ୱାସ୍ଥ୍ୟକେନ୍ଦ୍ରର ଉପର କ୍ଵାର୍ଟରରୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଘର କଟକରେ ହୋଇଥିବା ବେଳେ ଗତ ଏପ୍ରିଲ ମାସ ଠାରୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ ସେ କାମ କରୁଥିଲେ । ଏକ ଭଡାଘରେ ଚାଲୁଥିବା ବନେଇକଳାର ଏହି ଡାକ୍ତରଖାନା । ତଳେ ରୋଗୀ ସେବା ହେଉଥିବା ବେଳେ ଉପର ମହଲାକୁ କ୍ଵାର୍ଟର ଭାବେ ବ୍ୟବହାର କରା ଯାଉଥିଲା । ସେଠାରେ ଏକ କ୍ଵାର୍ଟରରେ ଏକୁଟିଆ ରହୁଥିଲେ ଡାକ୍ତର ଶୁଭଶ୍ରୀ ।

ନୂଆବର୍ଷ ପୂର୍ବଦିନ ରାତିରେ ଭୋଜିଭାତର ଆୟୋଜନ ହୋଇଥିଲା । ଡାକ୍ତରଖାନା ତଳେ ଏହି ଭୋଜିଭାତ ଆୟୋଜନ ହୋଇଥିଲା । ଭୋଜିଭାତ ଖାଇଆ ସମସ୍ତେ ଖୁସି ଥିବାବେଳେ ରାତି 2ଟା ଯାଏଁ ଚାଲିଥିଲା ମଜାମସ୍ତି । ସବୁ ସରିବା ପରେ ନିଜ କ୍ଵାର୍ଟରରେ ଯାଇ ଶୋଇଥିବା ଡାକ୍ତର ଶୁଭଶ୍ରୀଙ୍କର କଣ ହେଲା କେଜାଣି ସେ ସକାଳୁ ଆଉ କବାଟ ଖୋଲିଲେନି । ରାତିରେ କ୍ଳାନ୍ତ ହୋଇ କାମକୁ ଆସି ନଥିବା ଅନୁମାନ କରିଥିଲେ ଅନ୍ୟ କର୍ମଚାରୀ । ହେଲେ ଅପରାହ୍ନ ପର୍ଯ୍ୟନ୍ତ କବାଟ ନ ଖୋଳିବାରୁ ସନ୍ଦେହ ବଢିଥିଲା ।

ପୋଲିସ ଆସି କବାଟ ଭାଙ୍ଗିବା ପରେ ତାଙ୍କର ମୃତୁ ହୋଇ ସାରିଥିବା ଦେଖିବାକୁ ମିଳିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହୁଛି । ଅନ୍ୟପଟେ ଡାକ୍ତରାଣୀଙ୍କ ମୃତ୍ୟୁକୁ କେହିବି ସହଜରେ ବିଶ୍ବାସ କରି ପାରୁନାହାନ୍ତି ।

ଭୋଜିର ଖାଦ୍ଯ ଯୋଗୁଁ ଫୁଡ୍ ପଏଜନ ହୋଇଥିବା କେହି କେହି କହୁଥିବା ବେଳେ ଏତେ ନାଚଗୀତ ହୁଏତ ତାଙ୍କ ଶରୀର ସହି ପାରିଲାନି ବୋଲି ଅନ୍ୟମାନେ କହକୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।