ଜାଣନ୍ତୁ କରୋନାରୁ ବଞ୍ଚିବା ପାଇଁ କଣ ଖାଇବେ ଓ କଣ ଖାଇବା ଅନୁଚିତ ?

ଆମ ଦେଶରେ କରୋନା ଭାଇରସ ବହୁତ ଜୋରସୋରରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ବୟସ୍କ ଠାରୁ ଆରମ୍ଭ କରି ଛୋଟ ଶିଶୁ ମାନଙ୍କୁ ସଂକ୍ରମଣ କରିବାରେ ଲାଗିଛି । ଯାହା ଫଳରେ ଅନେକ ଲୋକ ମାନଙ୍କର ଜୀବନ ଯିବାରେ ଲାଗିଛି । ଏହାର କୌଣସି ସଠିକ ପ୍ରତିକାର ହେଇପାରୁନାହି । ଗତ ବର୍ଷ କରୋନା ଆରମ୍ଭ ହେବା ପରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା । କରୋନା ମହାମାରୀକୁ ଲକ୍ଷ କରି ଆମ ସରକାର ମଧ୍ୟ ଅନେକ ନିୟମ କାନୁନ ପରିବର୍ତ୍ତନ କରିଥିଲେ ।

ଯାହା ଫଳରେ ପୁରା ଦେଶରେ ଲକ ଡାଉନ, ସଟ ଡାଉନ ଓ ନାଇଟ କର୍ଫୁ ଭଳି ନିୟମ ଲାଗୁ କରିଥିଲେ । ଚଳିତ ବର୍ଷ କରୋନାର ଦିତୀୟ ସୋପାନ ପୁଣି ଥରେ ଆରମ୍ଭ ହୋଇଛି । ଏହାର ପ୍ରକୋପ ଏତେ ଭୟଙ୍କର ହୋଇଛି ଯେ ପୁରା ଦେଶରେ ଆ-ତ-ଙ୍କ ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କୁ କରୋନା ସମୟରେ କେଉଁ ଖାଦ୍ଯ ଖାଇବା ଉଚିତ ହେବ ସେହି ବିଷୟରେ କହିବାକୁ ଯାଉଛୁ ।

ବର୍ତ୍ତମାନ ଖରା ଦିନ ହୋଇଥିବାରୁ କରୋନା ସମୟରେ ଆମ ମାନଙ୍କୁ ସାବଧାନର ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ । ଆମକୁ ପୃଷ୍ଟିକର ଖାଦ୍ଯ ଖାଇଅବା ସହ ଜଳୀୟଅଂଶ ଥିବା ଖାଦ୍ଯ ଖାଇବା ଉଛି । ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ଏଥିପାଇଁ ଆମକୁ ସଚେର୍ତନ କରେଇଛି ଯେ କେଉଁ ଭଳି ଭାବେ ଆମକୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ । ଆପଣ ମାନଙ୍କୁ ନିଜ ଡାଏଟରେ ତାଜା ଫଳ ସାମିଲ କରିବା ଉଚିତ । ଏଥିରୁ ଭିଟାମିନ, ମିନେରାଲ୍ସ, ଫାଇଭର, ପ୍ରୋଟିନ ଓ ଆଣ୍ଟି ଅକ୍ସିଜେନ ଆଦି ମିଳିଥାଏ ।

ନିଜ ଖାଦ୍ଯରେ ସବୁଜ ପନିପରିବା ଯେମିତିକି ବିନସ, ଗାଜର, ପାଳଙ୍ଗ ଶାଗ, କାକୁଡି ଆଦି ଖାଇବା ଉଚିତ । ସେହି ପରି ଡାଲି ଜାତୀୟ ଖାଦ୍ୟକୁ ନିଜ ଡାଏଟରେ ଆଡ କରିବା ଉଚିତ । ଏହା ଛଡା ଡ୍ରାଏ ଫୂଡ୍ସ ଯେମିତିକି ମକା, ବଜରା, ପେସ୍ତା ବାଦାମ, ଓଟ୍ସ , ଗହମ, ବ୍ରାଉନ ରାଇସ ଆଦିକୁ ଖାଇବା ଉଚିତ । ଏହା ବ୍ଯତୀତ ମାଟି ତଳେ ଫାଲୁଥିବା ଖାଦ୍ଯ ଯେମିତିକି ଆଳୁ, କନ୍ଦମୂଳ, ସାରୁ ଆଡିକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରିବା ଉଚିତ ।

ଆମିଷରେ ମାଛ, ମାଂସ, ଅଣ୍ଡା ଖାଇପାରିବେ । ନିଜ ଡାଏଟ ଚାଟରେ କ୍ଷୀର ମଧ୍ୟ ଆଡ କରନ୍ତୁ । ପ୍ରତିଦିନ ଦୁଇ କପ ଫଳ ଜୁସ, ଅଢେଇ କପ ପନିପରିବା, ୮୦ ଗ୍ରାମ ଚାଉଳ ବା ଗହମ କିମ୍ବା ବାଜରା ବା ଓଟ୍ସ ନିଜ ଖାଇବାରେ ଖାଇ ପାରିବେ । ସପ୍ତାହକୁ ଦୁଇ ଥର ସାଲାଟ ଛଡା ଚିକେନ ମଧ୍ୟ ଖାଇ ପାରିବେ । ଏହାକୁ ସକାଳ ଓ ମଧ୍ୟାହ୍ନରେ ସାମିଲ କରି ପାରିବେ । ସନ୍ଧ୍ୟା ସମୟରେ କିଛି ଫଳ ବା ଦରସିଝା ପରିବା ଖାଇ ପାରିବେ ।

ଏହା ଛଡା ଯେତେ ସମ୍ଭବ ପ୍ରତିଦିନ ୮ରୁ ୧୦ ଗ୍ଳାସ ପାଣି ପିଇବା ଛଡା ଫଳ ଜୁସ ଓ ଲେମ୍ବୁ ପାଣି ପିଇବା ଉଚିତ । ବାହାରର ଖାଦ୍ୟ ଯେମିତିକି ଫାଷ୍ଟ ଫୁଡ, ବର୍ଗର, ପାସ୍ତା ଆଦି ଖାଆନ୍ତୁ ନାହି ।ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।