ସଫଳ ହେଲା ସନ୍ଧାନ, ଗଭୀର ସମୁଦ୍ରରୁ ବୈଜ୍ଞାନିକଙ୍କୁ ମିଳିଲା ଅଦ୍ଭୁତ ଜୀବ, ଏହି ନୂଆ ଜୀବ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ସମୁଦ୍ରର ଗଭୀରତାରେ ବାସ କରିଥାନ୍ତି ଅନେକ ରହସ୍ୟମୟୀ ଜୀବ । ଆଉ ସେହି ଜୀବମାନଙ୍କ ସନ୍ଧାନରେ ଲାଗି ପଡିଥାନ୍ତି ବୈଜ୍ଞାନିକ ମାନେ । ଆଉ ଏହି ସନ୍ଧାନ ବେଳେ ସେମାନେ ବିଭିନ୍ନ ପ୍ରକାରର ଅଦ୍ଭୁତ ଜୀବ ଦେଖିବାକୁ ପାଇଥାନ୍ତି । ତେବେ ନିକଟରେ ବୈଜ୍ଞାନିକମାନେ ଗଭୀର ସମୁଦ୍ରରେ ସନ୍ଧାନ କରିବା ବେଳେ କିଛି ଅଜବ ଜୀବଙ୍କ ସନ୍ଧାନ ପାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ପଶ୍ଚିମଘାଟରୁ 2500 କିମି ଦୂରରେ ରହିଛି ଦୁଇଟି ମରିନ୍ ପାର୍କ ।

ଆଉ ଏହି ପାର୍କର ଯାଞ୍ଚ ବେଳେ ହିଁ ଅନୁସନ୍ଧାନକାରୀ ବୈଜ୍ଞାନିକଙ୍କୁ ଅନେକ ବିଚିତ୍ର ଜୀବଙ୍କ ସନ୍ଧାନ ମିଳିଛି । ଆଉ ଏଥିମଧ୍ୟରୁ ଗୋଟିଏ ଜୀବର ଆକୃତି ମଣିଷ ମୁହଁ ଭଳି ଦେଖିବାକୁ ମିଳିଛି । ଯାହାକି ଅନୁସନ୍ଧାନକାରୀଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଏହି ଜୀବଙ୍କ ମିଳିବା କୌଣସି ସ୍ଵପ୍ନ ସତ ହେବା ଭଳି ସେମାନଙ୍କୁ ମନେ ହେଉଛି । ତେବେ ଏହି ସମୁଦ୍ର ଯାଞ୍ଚ ଅଭିଯାନ ଗତ 30 ସେପ୍ଟେମ୍ବର 2022 ରେ ଶେଷ ହୋଇଥିଲା ।

ତେବେ ସେହି ମରିନ୍ ପାର୍କର ଦାୟିତ୍ଵରେ ଥିବା ଅଧ୍ୟକ୍ଷ କହିଛନ୍ତି ଯେ, ଡାଇନୋସୋର ଯେତେବେଳେ ପୃଥିବୀପୃଷ୍ଠରେ ଥିଲେ ସେତେବେଳେ ଏହି ଅଞ୍ଚଳ ସାମୁଦ୍ରିକ ପର୍ବତ ଘେର ମଧ୍ୟରେ ରହିଥିଲା । ପ୍ରଶାନ୍ତ ମହାସାଗର ଓ ହିନ୍ଦ ମହାସାଗର ମଧ୍ୟରେ ଏକ ଖାସ୍ ଜାଗାରେ ରହିଛି ଏହି ଅଞ୍ଚଳଟି । ତେବେ ନୂଆ ପ୍ରଜାତିର ଜୀବଙ୍କୁ ଖୋଜି ପାରିଥିବାରୁ ବେଶ ଖୁସି ଅଛନ୍ତି ଏହି ବୈଜ୍ଞାନିକମାନେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜୀବମାନେ ଲୋହର ତଳେ ଲୁଚି ରହିଥିଲେ ବୋଲି ପ୍ରକାଶ କରିଛନ୍ତି ବୈଜ୍ଞାନିକମାନେ । ତେବେ ବୈଜ୍ଞାନିକମାନେ ଅନୁସନ୍ଧାନ କରିଥିବା ଏହି ଅଦ୍ଭୁତ ଜୀବର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଜୀବଟିର ସଂପୂର୍ଣ୍ଣ ଆକାର ଦେଖିବାକୁ ଏକ ମାଛ ଭଳି ରହିଥିବା ବେଳେ ଜୀବଟିର ମୁହଁ କିନ୍ତୁ ଏକଦମ ମଣିଷ ଭଳି ରହିଛି । ଅର୍ଥାତ ଜୀବର ଆଖି, ନାକ ଓ ପାଟିର ଗଠନ ଗୋଟିଏ ମଣିଷ ମୁହଁ ଭଳି ଦିଶୁଛି ଏବଂ ଏହାର ରଙ୍ଗ ହାଲୁକା ଗୋଲାପି ରହିଛି ।

ତେବେ ସମୁଦ୍ର ମଧ୍ୟରୁ ଏଭଳି ଅଜବ ଜୀବ ମିଳିବା ଅନେକଙ୍କୁ ବେଶ ଆକୃଷ୍ଟ କରୁଛି । ବୈଜ୍ଞାନିକମାନେ ଅଧିକ ତଥ୍ୟ ସଂଗ୍ରହ କରିବା ପରେ ଏହି ଜୀବ ବିଷୟରେ ଆହୁରି ରୋଚକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।