ଜଣେ ସାଧାରଣ ଶିଷ୍ୟରୁ କେମିତି ହେଲେ ଯୋଗଗୁରୁ ବାବା ରାମଦେବ

ରାମକୃଷ୍ଣ ଯାଦବ ଭାରତୀୟ ଯୋଗ ଗୁରୁ ଅଟନ୍ତି ଯାହାଙ୍କୁ ଅଧିକାଂଶ ଲୋକ ସ୍ଵାମୀ ରାମଦେବ ନାମରେ ଜାଣିଛନ୍ତି । ସେ ଯୋଗାସନ ଏବଂ ପ୍ରାଣାୟାମଯୋଗ କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି । ରାମଦେବ ବାବା ଅଲଗା ଅଲଗା ଜାଗାକୁ ଯାଇ ସେଠାରେ ନିଜେ ଯୋଗ ଶିବିରର ଆୟୋଜନ କରିଥାନ୍ତି ଯେଉଁଠାକୁ ସବୁ ସଂପ୍ରଦାୟ ର୍ଲୋକ ଆସିଥାନ୍ତି । ରାମଦେବ ବାବା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ବିଦେଶରେ କୋଟି କୋଟି ଲୋକଙ୍କୁ ପ୍ରତ୍ୟେକ ଏବଂ ପରୋକ୍ଷ ଭାବରେ ଯୋଗ ଶିଖାଇଥାନ୍ତି ଏବଂ ଭାରତରେ ଭ୍ରଷ୍ଟାଚାର କୁ ଶେଷ କରିବା ପାଇଁ ସେ ଅଭିଯାନ ଆରମ୍ଭ କରିଥିଲେ ।

ରାମଦେବ ବାବାଙ୍କୁ ଆମେ ସମସ୍ତେ ଜାଣିଛେ ଯିଏ କି ଯୁବାବସ୍ଥାରେ ସନ୍ୟାସ ନେଇ ଯାଇଥିଲେ ଯାହା ପରେ ଆମେ ତାଙ୍କୁ ସ୍ଵାମୀ ରାମଦେବ ନାମରେ ଜାଣିଲେ । ରାମକୃଷ୍ଣ ଯାଦବ ୧୯୬୫ ମସିହା ଡିସେମ୍ବର ୨୬ ତାରିଖରେ ଅଲି ହରିୟାଣା ର ସେୟଦପୁର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାମନିବାସ ଯାଦବ ଏବଂ ମାଆ ଙ୍କ ନାମ ଗୁଲାବୋ ଦେବୀ ଅଟେ । ତାଙ୍କର ଗୁରୁ ଆଚାର୍ଯ୍ୟ ପ୍ରଧୂନ୍ମ ଏବଂ ଯୋଗାଚାର୍ଯ୍ୟ ବାଲଦେବ ଥିଲେ ।

ବାବା ରାମଦେବ ଙ୍କର ଯୋଗ ଏବଂ ପ୍ରାଣାୟାମ ରେ ବହୁତ ବଡ ଯୋଗଦାନ ଅଛି । । ରାମଦେବ ବାବାଙ୍କର ଜୀବନ ଆରମ୍ଭ ବହୁତ ସଂଘର୍ଷମୟ ଥିଲା । ପରେ ଆସ୍ଥା ଟିଭି ବାଲା ତାଙ୍କର ଯୋଗ କାର୍ଯ୍ୟକ୍ରମକୁ ସକାଳେ ଟିଭି ରେ ଦେଖାଇବା ଆରମ୍ଭ କରିଦେଲେ ଯେଉଁଥି ପାଇଁ ରାମଦେବ ବାବା ଲୋକ ମାନଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇଗଲେ । ସେ ପତଞ୍ଜଳି ଯୋଗପୀଠ ସ୍ଥାପନା କରିବା ସହିତ ପତଞ୍ଜଳି ନାମର କମ୍ପାନୀ ମଧ୍ୟ ପ୍ରତିଷ୍ଠା କରିଥିଲେ ଯାହା ଆୟୁର୍ବେଦର ଉତ୍ପାଦନ ପ୍ରସ୍ତୁତ କରେ ।

ରାମଦେବ ବାବା ଙ୍କର ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଅଟନ୍ତି ଏବଂ ସେ ପତଞ୍ଜଳି ର ଅଧକ୍ଷ ମଧ୍ୟ ଅଟନ୍ତି । ବିଦେଶରେ ମଧ୍ୟ ପତଞ୍ଜଳିର କେତେକ ଶାଖା ଅଛି । ପତଞ୍ଜଳିର ସ୍ଵଦେଶୀ ବସ୍ତୁ ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁଛି ଏଥିପାଇଁ ପତଞ୍ଜଳି ଆଜି ବଜାରରେ ବହୁତ ଦ୍ରୁତ ଗତିରେ ଆଗେଇଛି ।

ବାବା ରାମଦେବ ନିକଟସ୍ଥ ଶାହାଜଦପୁର ଗାଁରୁ ଅଷ୍ଟମ ଶ୍ରେଣୀ ପଢିବା ପରେ ଖାନପୁର ଗାଁର ଗୁରୁକୁଳ ରୁ ବେଦ, ସଂସ୍କୃତ ଏବଂ ଯୋଗ ଆଦି ଅଧୟନ କରିଥିଲେ । ଆଜି ବି ବାବା ରାମଦେବ କିଛି ସମୟରେ ଯୋଗ ଶିବିର ଆୟୋଜନ କରନ୍ତି ଏବଂ ପ୍ରତ୍ୟେକ୍ଷ ରୂପରେ ସେଠାକୁ ଯାଇ ଲୋକ ମାନଙ୍କୁ ଯୋଗ ଶିଖାଇ ଥାନ୍ତି । ବାବା ରାମଦେବ ଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ପୁରସ୍କାର ମଧ୍ୟ ମିଳି ସାରିଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।